ସ୍ୱାସ୍ଥ୍ୟ

ଅଦା ଚା’ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହି ୫ଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଶୀତ ଦିନ ହେଉ ବା ଖରାଦିନ ଅଧିକାଂଶ ମହିଳା ଅଦା ଚା’ ପିଇବାକୁ ସବୁ ବେଳେ ପସନ୍ଦ କରିଥାନ୍ତି। ଅଦା ଚା’ର ସ୍ୱାଦ ଖୁବ୍‌ ଟେଷ୍ଟି ହୋଇଥିବା ବେଳେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌ ଓ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଅଦା ଚା’ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ୱାସ୍ଥ୍ୟ ଉପଯୋଗୀ ଚା’ ଅଧିକ ପିଇବା ଦ୍ୱାରା ଶରୀରର କ୍ଷତି ହୋଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆବଶ୍ୟକତା ଠାରୁ ଅଧିକ ଅଦା ଚା’ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହା ଦ୍ୱାରା ମହିଳାଙ୍କ ଠାରେ ନିମ୍ନୋକ୍ତ ସମସ୍ୟା ଦେଖାଦିଏ:

୧.ଛାତିରେ ଜଳାପୋଡ଼ା:

ଚା’ରେ ଅଳ୍ପ ଅଦା ପକାଇ ପିଇବା ଦ୍ୱାରା ଏହା ସ୍ୱାଦ ବଢ଼ିବା ସହ ପାଚନ କ୍ରିୟା ମଧ୍ୟ ତ୍ୱରାନ୍ଵିତ ହୋଇଥାଏ। କିନ୍ତୁ କେତେକ ମହିଳା ଚା’ରେ ଆବଶ୍ୟକତା ଠାରୁ ଅଧିକ ଅଦା ପକାଇଥାନ୍ତି। ଏହା ଦ୍ୱାରା ଛାତିରେ ଜଳାପୋଡ଼ା ଅନୁଭବ ହୋଇଥାଏ। ଏଭଳି ଚା’ ପିଉଥିବା କିଛି ମହିଳାଙ୍କ ପେଟରେ ମଧ୍ୟ ଜଳାପୋଡ଼ା ହୁଏ। ଏହି ସମସ୍ୟା ଦେଖାଦେଲେ ପାଚନତନ୍ତ୍ର ନଷ୍ଟ ହେବା ଆଶଙ୍କା ରହିଥାଏ।

୨.ନିଦ୍ରାରେ ସମସ୍ୟା:

ରାତିରେ ଅଦା ଚା’ ପିଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ରାତିରେ ଚା’ପିଇବା ଦ୍ୱାରା ନିଦ୍ରାହୀନତା ଭଳି ସମସ୍ୟା ଉପୁଜେ। ଚା’ରେ କ୍ୟାଫେନ୍‌ ଥାଏ ଯାହା ଶରୀରକୁ ତାଜା ରଖେ। ଫଳରେ ରାତିରେ ଆବଶ୍ୟକ ପରିମାଣରେ ନିଦ ହୋଇପାରେ ନାହିଁ। ଅନିଦ୍ରା କାରଣରୁ ଅନ୍ୟ ସମସ୍ୟା ଦେଖାଦେଇଥାଏ।

୩.ରକ୍ତରେ ଶର୍କରା କମିଥାଏ:

ଅଧିକ ଅଦା ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ହ୍ରାସ ପାଏ। ଏଣୁ ଡାଇବେଟିସ୍‌ ରୋଗୀ ବିଶେଷ ଭାବେ ଯାହାର ସୁଗାର ଲେବଲ ସାଧାରଣ ଅପେକ୍ଷା କମ୍‌ ରହିଥାଏ, ସେମାନେ ଅଧିକ ଅଦା ସେବନ କରିବା ଅନୁଚିତ୍‌। ଅଧିକ ଅଦା ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ କମିଯାଏ, ଫଳରେ ହାଇପୋଗ୍ଲାଇସିମିୟା ଭଳି ସ୍ଥିତି ଉପୁଜିଥାଏ। ସୁଗାର ହ୍ରାସ ହେବା ସୁଗାର ବୃଦ୍ଧି ତୁଳନାରେ ଅଧିକ କ୍ଷତିକାରକ। ଏହାଦ୍ୱାରା ରୋଗୀର ମୁଣ୍ଡ ବୁଲାଇବା, ବେହୋସ୍‌ ହେବା ଭଳି ପରିସ୍ଥିତି ଦେଖାଦିଏ।

୪.ଏସିଡିଟି ହୁଏ:

ଆବଶ୍ୟକତା ଠାରୁ ଅଧିକ ଅଦା ଖାଇବା ଦ୍ୱାରା ଏସିଡିଟି ହୋଇପାରେ। ଏହା ଦ୍ୱାରା ଛାତିରେ ପୋଡ଼ାଜଳା, ଅଧିକ ହେକୁଟି ଆସିବା, ଗ୍ୟାସ୍‌ ଭଳି ସମସ୍ୟା ଦେଖାଦିଏ। ଏଣୁ ଅଧିକ ଅଦା ଚା’ପିଇବାରୁ ବିରତ ରୁହନ୍ତୁ।

୫.ରକ୍ତଚାପ କମିଯାଏ:

ଯେଉଁ ମହିଳାଙ୍କ ଉଚ୍ଚ ରକ୍ତଚାପ ବା ରକ୍ତ ଚାପ ସମସ୍ୟା ରହିଛି ସେମାନଙ୍କ ପାଇଁ ଉଚିତ୍‌ ପରିମାଣରେ ଅଦା ଖାଇବା ଲାଭଦାୟକ ହୋଇଥାଏ। ମାତ୍ର ଅତ୍ୟଧିକ ଅଦା ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ। ଅଦାରେ ରକ୍ତକୁ ପତଳା କରିଦେବାର କ୍ଷମତା ରହିଛି। ଏଭଳି ସ୍ଥିତିରେ ଲୋ-ବ୍ଲଡ ପ୍ରେସର ଥିବା ବ୍ୟକ୍ତିଙ୍କ ରକ୍ତଚାପ ଆହୁରି କମିଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button