ସ୍ୱାସ୍ଥ୍ୟ

ନିୟମିତ କ୍ଷୀରରେ ଗୋଳାଇ ପିଅନ୍ତୁ ଗୁଡ଼, ରହିବନି ଆଣ୍ଠୁଗଣ୍ଠି ସମେତ ଏହି ୧୦ ଟି ସମସ୍ୟା

ଗୁଡ଼ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ। ଏହା କେବଳ ପାଟିକୁ ମିଠା କରେନି ବରଂ କେତେକ ବେମାରିକୁ ମଧ୍ୟ ମୂଳପୋଛ କରିବାରେ ସାହାଯ୍ୟ କରେ। ନିୟମିତ ଭାବେ ଗୁଡ଼ ସେବନ କରିବା ଦ୍ୱାରା ମାସିକ ଧର୍ମ ବେଳେ ଦେଖାଦେଉଥିବା ସମସ୍ୟା, ଆଣ୍ଠୁଗତି ବାତ ଓ ଆଜ୍‌ମା ଭଳି ରୋଗରୁ ମୁକ୍ତି ମିଳିଥାଏ। ଥକାପଣ ଲାଗୁଥିଲେ ଗ୍ଲାସେ ପାଣିରେ କିଛି ଗୁଡ଼ ମିଶାଇ ପିଇବା ଦ୍ୱାରା ଆରାମ ଲାଗେ। ସେହିଭଳି କ୍ଷୀରରେ ଗୁଡ଼ ମିଶାଇ ପିଇବା ମଧ୍ୟ ଶରୀର ପକ୍ଷେ ସ୍ୱାସ୍ଥ୍ୟକର ହୋଇଥାଏ।
ଆସନ୍ତୁ ଜାଣିବା କ୍ଷୀରରେ ଗୁଡ଼ ସେବନ କରିବାର ଫାଇଦା:

୧.ରକ୍ତ ଶୁଦ୍ଧ କରେ: ଗୁଡ଼ ରକ୍ତକୁ ଶୁଦ୍ଧ ବିଶୁଦ୍ଧ କରିଥାଏ। ଏହାକୁ ପ୍ରତିଦିନ ଆହାରରେ ନିିଶ୍ଚୟ ସାମିଲ କରନ୍ତୁ।

୨.ପେଟ ଠିକ୍‌ ରଖେ: ପାଚନ କ୍ରିୟା ସମ୍ବନ୍ଧୀୟ ସମସ୍ୟାକୁ ଗୁଡ଼ ଖାଇ ଦୂର କରାଯାଇପାରିବ।

୩.ଆଣ୍ଠୁଗଣ୍ଠି ବାତ ଦୂର କରେ: ଗୁଡ଼ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ବାତ ଦୂର ହୋଇଥାଏ। ପ୍ରତିଦିନ ଗୁଡ଼କୁ ଏକ ଛୋଟ ଖଣ୍ଡ ଅଦା ସହ ମିଶାଇ ଖାଇବା ଦ୍ୱାରା ହାଡ଼ ମଜଭୁତ୍‌ ହୋଇଥାଏ।

୪.ସୌନ୍ଦର୍ଯ୍ୟ ବୃଦ୍ଧି କରେ: କ୍ଷୀର ଓ ଗୁଡ଼ ଖାଇବା ଦ୍ୱାରା ତ୍ୱଚା ମୁଲାୟମ ଓ ସୁସ୍ଥ ରହିଥାଏ। ମୁହଁର ଦାଗ ବ୍ରଣ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରେ। କେଶକୁ ଶକ୍ତ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

୫.ମାସିକ ଧର୍ମ କଷ୍ଟରୁ ମିଳେ ମୁକ୍ତି: ମାସିକ ଧର୍ମ ବେଳେ ପୀଡ଼ା ଅନୁଭବ କରୁଥିଲେ, କ୍ଷୀରରେ ଗୁଡ଼ ମିଶାଇ ନିଶ୍ଚୟ ପିଅନ୍ତୁ। ପିରିୟଡ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ଏକ ଚାମଚ ଗୁଡ଼ର ସେବନ ପ୍ରତିଦିନ କରନ୍ତୁ।

୬.ମାଂସପେଶୀକୁ କରେ ମଜଭୁତ: ପ୍ରତିଦିନ ଏକ ଗ୍ଲାସ କ୍ଷୀରରେ ଅଳ୍ପ ଗୁଡ଼ ମିଶାଇ ପିଅନ୍ତୁ। ମାଂସପେଶୀ ଶକ୍ତ ହେବ।

୭.ଥକାପଣ ଦୂର କରେ: ପ୍ରତିଦିନ ୩ ଚାମଚ ଗୁଡ଼ ଦିନକୁ ତିନିଥର ଖାଇବା ଦ୍ୱାରା ଥକାପଣ ଦୂର ହୋଇଥାଏ।

୮.ଆଜ୍‌ମା ପାଇଁ ରାମବାଣ: ଆଜ୍‌ମା ସମସ୍ୟାର ଶିକାର ହୋଇଥିଲେ ଗୁଡ଼ ଆପଣଙ୍କ ପାଇଁ ରାମବାଣ ଭଳି କାମ କରିବ। ଗୁଡ଼ରେ କିଛି ରାଶି ମିଶାଇ ଲଡୁ ପ୍ରସ୍ତୁତ କରି ଖାଆନ୍ତୁ ଓ ପରେ ଏକ ଗ୍ଲାସ ଉଷୁମ କ୍ଷୀର ପିଅନ୍ତୁ। ଏହା ଦ୍ୱାରା ଆଜ୍‌ମା ସମସ୍ୟା ଦୂର ହେବ।

୯.ଚର୍ବି କମାଏ: ଗୁଡ଼କୁ ଚାହା ବା କ୍ଷୀରରେ ଚିନି ଜାଗାରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଚର୍ବି କମିବ।

୧୦.ଗର୍ଭାବସ୍ଥାରେ ରହିବନି ଏନିମିଆର ଡର: ଗର୍ଭବତୀମାନେ ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା ଏନିମିଆର ଡର ରହିନଥାଏ। ଏନିମିଆ ହେବା ଫଳରେ ମହିଳାମାନେ ଜଲ୍‌ଦି ଥକି ପଡ଼ନ୍ତି ଏବଂ ଦୁର୍ବଳ ଅନୁଭବ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button