ସ୍ୱାସ୍ଥ୍ୟ

ଅଧିକ ଖଟା ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହିସବୁ ଗମ୍ଭୀର ବେମାରି

ଆଧୁନିକ ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଏବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଖାଦ୍ୟପେୟ ଉପରେ ଯେତେ ଧ୍ୟାନ ଦେଲେ ମଧ୍ୟ ରୋଗ ପିଛା ଛାଡ଼ିବା ନାଁ ଧରୁନି। କେତେବେଳେ ଋତୁ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶ, ସର୍ଦ୍ଦି ତ ଆଉ କେତେବେଳେ ଖାଇବା ପିଇବାରେ ଅନିୟମିତତା ଯୋଗୁ ଝାଡ଼ାବାନ୍ତି, ସବୁବେଳେ କିଛି ନା କିଛି ରୋଗ ଲାଗି ରହିଥାଏ। ଏଣୁ କୌଣସି ଖାଦ୍ୟ ଖାଇବା ପୂର୍ବରୂ ସେ ବିଷୟରେ ଜାଣି ରଖିବା ନିହାତି ଦରକାର।

ଅନେକ ଲୋକ ବିଛଣା ଛାଡ଼ିବା ପରେ ଓଜନ କମାଇବା ପାଇଁ ଖାଲି ପେଟରେ ଲେମ୍ବୁ ପାଣି ପିଇଥାନ୍ତି। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲେମ୍ବୁ ପାଣି ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଅଧିକ ଖଟା ଜାତୀୟ ଦ୍ରବ୍ୟ ଯଥା: ଆଚାର, ଖଟା, ତେନ୍ତୁଳି, କମଳା, ଅଁଳା, ଦହି ଏବଂ ଲେମ୍ବୁ ପାଣି ଆଦି ଅତ୍ୟଧିକ ସେବନ ଦ୍ୱାରା ପେଟଜନିତ ସମସ୍ୟା ଦେଖାଦିଏ।

ପେଟପୀଡ଼ା:

 

କିଛି ଲୋକଙ୍କ ଲେମ୍ବୁ ପାଣି ପିଇବା ବହୁତ ପସନ୍ଦ ହୋଇଥାଏ। ଏଭଳି ଅଧିକ ଲେମ୍ବୁ ପାଣି ପିଉଥିବା ଲୋକଙ୍‌କ ଠାରେ ପେଟ କାଟିବା ଭଳି ସମସ୍ୟା ଦେଖାଦେଇଥାଏ। ଲେମ୍ବୁରେ ସାଇଟ୍ରିକ୍‌ ଏସିଡ୍‌ ରହିଥାଏ। ଶରୀର ଅଧିକମାତ୍ରାରେ ସାଇଟ୍ରିକ୍‌ ଏସିଡ୍‌ ଗ୍ରହଣ କରିପାରେ ନାହିଁ। ଫଳରେ ପେଟ କାଟେ। ଡାକ୍ତରଙ୍କ କହିବାନୁସାରେ ଅତ୍ୟଧିକ ଖଟା ଜାତୀୟ ପଦାର୍ଥ ଖାଲି ପେଟରେ ଖାଇବା ଅନୁଚିତ। କିଛି ଖାଦ୍ୟ ଗ୍ରହଣ କରିବା ପରେ ହିଁ ଖଟା ଖାଦ୍ୟ ଖାଇବା ଆବଶ୍ୟକ।

କୋଷ୍ଠକାଠିନ୍ୟ:

କୋଷ୍ଠକାଠିନ୍ୟ ବା କବ୍ଜ ଭଳି ରୋଗ ଅତ୍ୟଧିକ ଖଟା ସେବନ ଫଳରେ ହୋଇଥାଏ। ଶରୀରରୁ ବର୍ଜ୍ୟବସ୍ତୁ ଠିକ୍‌ଭାବେ ନିଷ୍କାସିତ ହୋଇନପାରିଲେ ବିଭିନ୍ନ ଗମ୍ଭୀର ସମସ୍ୟା ଦେଖାଦିଏ। କୋଷ୍ଠକାଠିନ୍ୟ ଯୋଗୁ ପେଟଫୁଲିବା, ଓଜନିଆ ଲାଗିବା ଭଳି ସମସ୍ୟା ମଧ୍ୟ ଦେଖାଦିଏ। ଖଟାଜାତୀୟ ଖାଦ୍ୟ ଶରୀର ପାଇଁ ହିତକାର। ମାତ୍ର ମାତ୍ରାଧିକ ଖଟା ଖାଇବା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌:

ଖାସ୍‌ କରି ମହିଳାଙ୍କଠାରେ ଅଧିକ ପରିମାଣରେ ଦେଖାଯାଉଥିବା ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌ର କାରଣ ଅଧିକ ଖଟା ସେବନ। ଅଧିକ ଖଟା ଖାଇବା ଦ୍ୱାରା ଶରୀରର ପିଏଚ୍‌ ଲେବଲ ଖରାପ ହୋଇଯାଇଥାଏ। ଫଳରେ ମୂତ୍ର ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦିଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button