ସ୍ୱାସ୍ଥ୍ୟ

ପିଅନ୍ତୁ ଏହି ୩ଟି ଫୁଲର ଚା’, ଖୁବ୍ କମ୍ ଦିନରେ କମିଯିବ ଆପଣଙ୍କ ମୋଟାପଣ

ପେଟ କମାଇବା ପାଇଁ ଲୋକେ ବିଭିନ୍ନ ତରିକା ଆପଣାଇ ଥାଆନ୍ତି। ଯେପରି ମେଶିନ, କ୍ରିମ୍‌, ତେଲ, ଡାଇଟିଙ୍ଗ୍ ଆଦିର ସାହାରା ନିଅନ୍ତି। କିନ୍ତୁ କେବେ କେବେ ଏହାଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ ପେଟ କମାଇବାର ଏମିତି ସହଜ ଉପାୟ ବତାଇବାକୁ ଯାଉଛୁ, ଯାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତାହା ହେଲେ ଫୁଲ ଚା’। ଆସନ୍ତୁ ଜାଣିବା ୩ଟି ଭିନ୍ନ ଭିନ୍ନ ଚା’ ବିଷୟରେ, ଯାହା ଖୁବ୍ କମ୍ ଦିନରେ ଆପଣଙ୍କ ମୋଟାପଣ କମାଇଦେବ।

tea2

୧.ଚମେଲିର ଚା’

ଆୟୁର୍ବେଦରେ ଚମେଲି ଚା’ର ବହୁତ ଲାଭକାରୀ ଗୁଣ ଥିବା କୁହାଯାଇଛି। ଏହି ଫୁଲର ବାସ୍ନା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଏହାର ଚା’ ପିଇଲେ, ଓଜନ କମ୍ ହେବାରେ ଲାଗିଥାଏ। ଏହାଛଡ଼ା ଏହି ଚା’ ହାର୍ଟ ରୋଗ ଏବଂ ଡାଇବେଟିସ୍‌କୁ କମ୍ କରିଥାଏ। ଚମେଲି ଚା’ ପିଇଲେ, କୋଲେଷ୍ଟ୍ରୋଲର ମାତ୍ରା ଧୀରେ ଧୀରେ କମିଯାଇଥାଏ।

tea1

୨.ଗୁଡ ଚା’

ଗୁଡ ଚା’ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍‌, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟସ୍ ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ। ଏହାଦ୍ୱାରା କ୍ୟାନସର, ପେଟର ଚର୍ବି, କୋଲେଷ୍ଟ୍ରୋଲର ମାତ୍ରା କମିବାରେ ଲାଗିଥାଏ।

୩.ଗୋଲାପ ଚା’

ଗୋଲାପ ଫୁଲରେ ଭିଟାମିନ୍ ଏ, ଭିଟାମିନ୍ ବି୩, ଭିଟାମିନ୍ ସି, ଭିଟାମିନ୍ ଡି ଏବଂ ଭିଟାମିନ୍ ଇ ଭରପୂର ମାତ୍ରାରେ ଥାଏ। ଏହା ଓଜନ ହ୍ରାସ କରାଇବାରେ ବହୁତ ଜଲଦି କାମ କରିଥାଏ। ତେଣୁ ଗୋଲାପ ଚା’ ପିଇବା ବହୁତ ଲାଭଦାୟକ ହୋଇଥାଏ। ଏହା ତ୍ୱଚାକୁ ଚମକାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button