ସ୍ୱାସ୍ଥ୍ୟ

ଶରୀର ପାଇଁ ଲାଭକାରୀ ହୋଇଥାଏ କୋଳଥ ଡାଲି, ଜାଣନ୍ତୁ କେଉଁ ରୋଗ ପାଇଁ ଅତିଲାଭକାରୀ

ପୃଷ୍ଟିସାର, ଲୌହସାର, କ୍ୟାଲସିୟମରେ ଭରପୁର କୋଳଥ। ଏଥିରେ ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବଂ ଓଜନ ହ୍ରାସ ପାଇଥାଏ। ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ। ହିମୋଗ୍ଲୋବିନ୍ ମାତ୍ରା ବଢେ଼। ରକ୍ତହୀନତାରେ ପଡ଼ିବା ଆଶଙ୍କା ରହେ ନାହିଁ।

ମାସିକ ଧର୍ମରେ ସମସ୍ୟା ଦେଖାଯାଉଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହାଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମ ହୋଇଥାଏ ଏବଂ ଶରୀରରେ ହିମଗ୍ଲୋବିନର ମାତ୍ରା ବଢିଥାଏ। ରକ୍ତହୀନତାର ଆଶଙ୍କା ରହିନଥାଏ। ତେବେ ଜାଣନ୍ତୁ ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ଶରୀରରେ କେଉଁ ସବୁ ଲାଭ ମିଳିଥାଏ।

-ଏହାର ତନ୍ତୁଜାତୀୟ ଉପାଦାନ ରକ୍ତଚାପ ଓ ରକ୍ତ ଶର୍କରା କମାଏ।

Horse-gram-ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ପେଟ ରୋଗ ସମସ୍ୟା ଦୂର ହୁଏ। ବୃକ୍କରେ ଛୋଟ ପଥର ସମସ୍ୟା ଥିଲେ ପ୍ରତି ଦିନ ସକାଳେ କୋଳଥ ବତୁରା ପାଣି ପିଅନ୍ତୁ।

-ନିୟମିତ କୋଳଥ ଡାଲି ଖାଇଲେ ଯକୃତ୍ ଦୁର୍ବଳ ହୁଏ ନାହିଁ।

-ଶ୍ୱାସ ଓ କଫ ରୋଗୀଙ୍କ ପାଇଁ ଏହା ଲାଭଦାୟକ। ଏକ ଲିଟର ପାଣିରେ ଶହେ ଗ୍ରାମ କୋଳଥ ପକାଇ ଫୁଟାନ୍ତୁ। ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ଅଳ୍ପ ସୈନ୍ଧବ ଲବଣ ପକାଇ ପିଅନ୍ତୁ।

-କୋଳଥ ରକ୍ତକୁ ଶୁଦ୍ଧ କରାଏ। ଏହା ଶୁକ୍ରବର୍ଦ୍ଧକ।

-କିନ୍ତୁ ଗର୍ଭବତୀ ମହିଳା ଓ ଅମ୍ଳ ରୋଗୀ କୋଳଥ ଖାଇବା ଅନୁଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button