ସ୍ୱାସ୍ଥ୍ୟ

ଅଧିକ ସମୟ ଧରି ହାକୁଟି ହେଉଛି କି? ବନ୍ଦ କରିବାକୁ ଅବଲମ୍ବନ କରନ୍ତୁ ଏହି ଘରୋଇ ଉପାୟ …

ହାକୁଟି ଆସିବା ଏକ ସାଧାରଣ କଥା। ଏହା କେବେ ବି କାହାକୁ ବି ଆସିପାରେ। କିନ୍ତୁ ଯଦି ଅଧିକ ସମୟ ପର୍ଯ୍ୟନ୍ତ ହାକୁଟି ଲାଗି ରହେ ତେବେ ତାହା ସମସ୍ୟାର କାରଣ ସାଜିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ହାକୁଟି ହେବା ଦ୍ୱାରା ଛାତିରେ କଷ୍ଟ ଅନୁଭୂତ ହୁଏ। ନିଃଶ୍ୱାସ, ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ହାକୁଟିରୁ ମୁକ୍ତି ପାଇଁ ଆମେ ବିଭିନ୍ନ ପନ୍ଥା ଆପଣାଉଥିଲେ ମଧ୍ୟ ବେଳେବେଳେ ଏହା କାମରେ ଆସିନଥାଏ। ତେବେ ଆଜି ଆମେ ଆପଣଙ୍କୁ ଘରୋଇ ଉପାୟରେ କିପରି ହାକୁଟି ଭଲ କରିପାରିବେ ସେ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ହାକୁଟି ଦୂର କରିବାର ସହଜ ଉପାୟ…

  • ୧ ଗ୍ଲାସ୍‌ ପାଣି ପିଅନ୍ତୁ, କିନ୍ତୁ ଜଲଦି ଜଲଦି। ଏହା ଦ୍ୱାରା ଡାୟଫ୍ରାମ୍‌ରେ ହେଉଥିବା ଇରିଟେସନ୍‌ ବନ୍ଦ ହେବ ଓ ହାକୁଟି ସମସ୍ୟା ଦୂର ହେବ।

  • ହାକୁଟି ହେଉଥିବା ବେଳେ ୧ ଚାମଚ ଚିନି ଖାଇବା ଦ୍ୱାରା ମଧ୍ୟ ଫାଇଦା ମିଳିଥାଏ। ଏହା ଦ୍ୱାରା ବେଗସ ନର୍ଭ ଉତ୍ତେଜିତ ହୁଏ ଏବଂ ହାକୁଟି ଅଟକି ଯାଏ।
  • ଲେମ୍ବୁ ରସ ସେବନ କରନ୍ତୁ। ଏହାଦ୍ୱାରା ପେଟରେ ଥିବା ଏସିଡ୍‌ ନ୍ୟୁଟ୍ରିଲାଇଜ୍‌ ହୁଏ ଓ ହାକୁଟି ବନ୍ଦ ହୋଇଯାଏ।

  • ଜିଭରେ ବୁନ୍ଦାଏ ଭିନେଗାର ରଖନ୍ତୁ। ଭିନେଗାର ଖଟା ହୋଇଥିବାରୁ ହାକୁଟି ରୋକିବାରେ ସାହାଯ୍ୟ କରେ।
  • ଧୀରେ ଧୀରେ ୩-୪ ଥର ନିଃଶ୍ୱାସ ନେବା ଦ୍ୱାରା ମଧ୍ୟ ହାକୁଟି ବନ୍ଦ ହୋଇଥାଏ।
  • ନିଃଶ୍ୱାସ ଛାଡ଼ିବା ବେଳେ ଆଗକୁ ନଇଁ ଯାଆନ୍ତୁ ଏବଂ ଛାତିକୁ ଟିକେ ଦବାନ୍ତୁ, ଏଭଳି କରିବା ଦ୍ୱାରା ମଧ୍ୟ ହାକୁଟି ଅଟକିଯାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button