ସ୍ୱାସ୍ଥ୍ୟ

ଭୁଲରେ ବି ଚିକେନ ସହିତ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଯାଇପାରନ୍ତି ହସପିଟାଲ୍‌

ପ୍ରାୟ ସମୟରେ ଆମେ ଚିକେନ ଖାଉଥିବା ସମୟରେ ଖୁସିରେ ସ୍ୱାଦ ପାଇଁ ଆଉ କିଛି ଜିନିଷ ଖାଇଦିଅନ୍ତି କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ପାଇଁ ଆମକୁ ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିପାରେ। ଆମେ ଚିକେନ ଖାଉଥିବାବେେଳେ ଏହାର ସ୍ୱାଦକୁ ବଢ଼ାଇବା ପାଇଁ ଆଉ କିଛି ଅଲଗା ଖାଦ୍ୟ ଖାଇବାକୁ ଚାହିଁଥାନ୍ତି। କିନ୍ତୁ ଆମର ଏହି ଅଭ୍ୟାସ ଆମକୁ ହସପିଟାଲ ପର୍ଯ୍ୟନ୍ତ ନେଇପାରେ। ସେଥିପାଇଁ ଆମକୁ ଏହା ଉପରେ ଧ୍ୟାନ ରଖିବାକୁ ହେବ ଯେ କେଉଁ ଜିନିଷକୁ ଚିକେନ ସହିତ ଖାଇବା ଉଚିତ ନୁହେଁ ଏବଂ କେଉଁ ଜିନିଷକୁ ଖାଇବା ଉଚିତ। ରୋଷଇର ଏମିତି କିଛି ଜିନିଷ ଅଛି ଯାହାକୁ ଖାଇଲେ ଆମ ସ୍ୱାସ୍ଥ୍ୟକୁ ବହୁତ ଗମ୍ଭୀର କ୍ଷତି ପହଁଚାଇଥାଏ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚିକେନ ସହିତ ଆମକୁ କେଉଁ ଜିନିଷକୁ ଖାଇବା ଉଚିତ ନୁହେଁ।

ଦହି

curdଯଦି ଆପଣ ଚିକେନ ଖାଉଛନ୍ତି ତେବେ ଭୁଲରେ ମଧ୍ୟ ତା ସହିତ ଦହି ଖାଆନ୍ତୁ ନାହିଁ। କାରଣ ଚିକେନ ଆମ ଶରୀରରେ ଗରମ ଉତ୍ପନ୍ନ କରିଥାଏ ଏବଂ ଦହି ଥଣ୍ଡା ପ୍ରଦାନ କରିଥାଏ। ସେହିକାରଣରୁ ଦହି ଏବଂ ଚିକେନକୁ ଏକା ସାଥିରେ ଖାଇବା ଦ୍ୱାରା ଉଭୟ ତତ୍ତ୍ୱ ନିଜ ଭିତରେ ମିଶିଯାଏ, ଯାହା ଆମ ପାଚନ କ୍ରୀୟାରେ ପ୍ରଭାବ ପକାଇଥାଏ। ଚିକେନ ଏବଂ ଦହିକୁ ସାଙ୍ଗରେ ଖାଇଲେ ପେଟ ସମ୍ବନ୍ଧୀୟ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ।

କ୍ଷୀର

milkଚିକେନ ଖାଇବା ପରେ କେବେବି କ୍ଷୀର ପିଇବା ଉଚିତ ନୁହେଁ। କାରଣ କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଚିକେନରେ ରହିଥିବା ପୋଷକ ସହିତ ମିଶି ଆମ ଶରୀରକୁ କ୍ଷତି ପହଁଚାଇଥାଏ। କ୍ଷୀର ଏବଂ ଚିକେନକୁ ଏକା ସାଥିରେ ଖାଇଲେ ଏହା ଆମ ଆମ ଶରୀରରେ ରିଆକସନ୍ କରିଥାଏ। ଯାହାଦ୍ୱାରା ଶରୀରରେ ଧଳା ଦାଗ ହେବା ଭଳି ସମ୍ଭାବନା ରହିଥାଏ। ଏଥିପାଇଁ କେବେବି କ୍ଷୀର ଏବଂ ଚିକେନକୁ ସାଥିରେ ଖାଇବା ଉଚିତ ନୁହେଁ।

ମାଛ

fishଚିକେନ ଏବଂ ମାଛ ଉଭୟ ଖାଇବାକୁ ବହୁତ ସ୍ୱାଦିଷ୍ଟ। ଉଭୟ ଚିକେନ ଏବଂ ମାଛରେ ପ୍ରୋଟିନ ଭରପୂର ମାତ୍ରାରେ ମିଳିଥାଏ। କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଚିକେନ ଏବଂ ମାଛରେ ଅଲଗା ଅଲଗା ପ୍ରକାରର ପ୍ରୋଟୀନ ରହିଥାଏ। ଏହିକାରଣରୁ କେବେବି ଏହି ଦୁଇଟିକୁ ଏକା ସାଥିରେ ଖାଇବା ଉଚିତ ନୁହେଁ, କାରଣ ଏପରି କଲେ ଆମ ଶରୀରକୁ ବହୁତ ଗମ୍ଭୀର କ୍ଷତି ପହଁଚିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button