ସ୍ୱାସ୍ଥ୍ୟ

ଷ୍ଟୋନ ସମସ୍ୟାରେ ଅସହଣୀୟ ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

କିଡନୀ ଷ୍ଟୋନ ଅର୍ଥାତ ପଥରୀ ସମସ୍ୟାରେ କୌଣସି ବି ବ୍ୟକ୍ତି ଅସହାୟ ହୋଇପାରେ କାରଣ ଷ୍ଟୋନ ବହୁତ ଯନ୍ତ୍ରଣାଦାୟକ ଏବଂ କଷ୍ଟଦାୟୀ। ଏହି ରୋଗରେ କିଛି ଖଣିଜ ପଦାର୍ଥ ଏମିତି ଥାଏ ଯେ ଯାହା ଶରୀରରୁ ବାହାରକୁ ବାହାରି ପାରିନଥାଏ ଏବଂ ଜମା ହେବାକୁ ଲାଗିଥାଏ, ଯାହା ଦ୍ୱାରା ପରିଶ୍ରାରେ ବି ଅସହନୀୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ଆପଣ କିଡନୀ ଷ୍ଟୋନ ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ଗ୍ରୀନ୍‌ ଟି

ଯନ୍ତ୍ରଣା ହେଲେ ଗୋଟେ କପ୍‌ ଗ୍ରୀନ୍‌ ଟି ପିଅନ୍ତୁ। ଏହାକୁ ଦିନରେ ଦୁଇ ଥର ପିଅନ୍ତୁ। ଗ୍ରୀନ ଟିରେ ମୂତ୍ରବର୍ଦ୍ଧକ ଗୁଣ ରହିଥାଏ, ଯାହା କିଡନୀରେ ଷ୍ଟୋନକୁ ମିଳାଇବାରେ ସାହାଯ୍ୟ କରେ। ଏହି ଭଳି ଭାବେ ଏହାଦ୍ୱାରା ଯନ୍ତ୍ରଣା ମଧ୍ୟ ଧିରେ ଧିରେ କମ୍‌ ହୋଇଯାଇଥାଏ।

lemon_2ଲେମ୍ବୁ ପାଣି

ଏକ ଗ୍ଲାସ ପାଣିରେ କିଛି ମହୁ ଏବଂ ଅଧା ଲେମ୍ବୁ ମିଶାନ୍ତୁ। ଏହାକୁ ଦିନରେ ଦୁଇ ଥର ପିଅନ୍ତୁ। ସକାଳୁ ଖାଲି ପେଟରେ ଏହାର ସେବନ ନିଶ୍ଚୟ କରନ୍ତୁ। ଲେମ୍ବୁରେ ସାଇଟ୍ରିସ୍‌ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ ଯାହା କିଡନୀ ଷ୍ଟୋନକୁ କମାଇବାରେ ସାହାଯ୍ୟ କରିଥାଏ। ଏହାଛଡା ଲେମ୍ବୁ ପାଣି ଶରୀରକୁ ଠିକ ଭାବରେ ଡିଟୋକ୍ସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ତୁଳସୀ

ଷ୍ଟୋନ ହେବା କାରଣରୁ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ତୁଳସୀ ବହୁତ ପ୍ରଭାବଶାଳୀ। ଏକ ଗ୍ଲାସ୍‌ ପାଣିରେ ତୁଳସୀ ରସ ଏବଂ କିଛି ମହୁ ମିଶାଇ ପିଅନ୍ତୁ।

waterପାଣି ପିଅନ୍ତୁ

ପାଣି ପିଇବା ଏକ ପ୍ରଭାବୀ ଘରୋଇ ଉପାୟ। ଏହା ଷ୍ଟୋନକୁ ମିଳାଇବାରେ ସାହାଯ୍ୟ କରିଥାଏ ଏବଂ ଶରୀରରୁ ପଥରକୁ ବାହାରକୁ ବାହାର କରିଦେଇଥାଏ। ଏହି ଭଳି ଭାବେ ପ୍ରତିଦିନ ଅତିକମରେ ୮-୧୦ ଗ୍ଲାସ ପାଣି ପିଇବା ଉଚିତ।

ହଟ୍‌ କମ୍ପ୍ରେସ୍‌

ଯଦି ଆପଣଙ୍କ ତଳି ପେଟରେ ଅତ୍ୟଧିକ ଯନ୍ତ୍ରଣା ହେଉଛି ତେବେ ଆପଣଙ୍କୁ କିଛି ଗରମ ସେକ ସେହି ସ୍ଥାନରେ କରିବା ଉଚିତ। ଆପଣ ଗରମ ପାଣିରେ ସ୍ନାନ ମଧ୍ୟ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button