ସ୍ୱାସ୍ଥ୍ୟ

ବାରମ୍ବାର ବେହୋସ୍‌ ହୋଇଯାଉଛନ୍ତି କି? ତେବେ ପୂର୍ବରୁ ହୋଇଯାଆନ୍ତୁ ସତର୍କ…

ବେଳେବେଳେ କିଛି ଲୋକ ହଠାତ୍‌ ବେହୋସ୍‌ ହୋଇପଡ଼ୁଥିବା ଦେଖିବାକୁ ମିଳେ। ମୁହଁରେ ପାଣି ଛାଟିବା ପରେ ପୁଣି ଥରେ ସେମାନେ ଚେତାକୁ ଆସି ପୂର୍ବ ଭଳି ନର୍ମାଲ ବ୍ୟବହାର କରିଥାନ୍ତି। ଏହାକୁ ଅଧିକାଂଶ ଲୋକ ସାଧାରଣ ଭାବୁଥିଲେ ମଧ୍ୟ ପ୍ରକୃତରେ ଏହା ସାଧାରଣ କଥା ନୁହେଁ। କୌଣସି କାରଣ ନଥାଇ ବେହୋସ୍‌ ହେବା କେତେକ ରୋଗର ଲକ୍ଷଣ। ଯାହା ବିଷୟରେ ପ୍ରାୟତଃ ଲୋକମାନେ ସଚେତନ ନଥାନ୍ତି। ଯାହା ପରେ ବଡ଼ ବିପଦକୁ ଡାକିଆଣିଥାଏ। ଆସନ୍ତୁ ଜାଣିବା ଅଚାନକ ବେହୋସ୍‌ ହେବା ପଛର କାରଣ କ’ଣ..

ମଧୁମେହ:

ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବେହୋସ୍‌ ହେବା ସମ୍ଭାବନା ଅଧିକ ଥାଏ। କାରଣ ମଧୁମେହ ରୋଗୀଙ୍କୁ ଅଧିକ ଥର ପରିସ୍ରା ଲାଗିଥାଏ। ଫଳରେ ଦେହରୁ ଜଳୀୟାଂଶ କମିଯାଇ ବ୍ୟକ୍ତି ଜଣକ ଚେତା ହରାଇ ବସେ।

ଲୋ ବ୍ଲଡ୍‌ପ୍ରେସର:

ରକ୍ତଚାପ କମିବା ଦ୍ୱାରା ମଧ୍ୟ ବ୍ୟକ୍ତି ବେହୋସ୍‌ ହେବା ସମ୍ଭାବନା ରହିଛି। ରକ୍ତଚାପରେ ଅନିୟମିତତା ଦେଖାଦେଲେ ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଫଳରେ ବ୍ୟକ୍ତି ଦୁର୍ବଳ ଅନୁଭବ କରି ବେହୋସ୍‌ ହୋଇଯାଏ। ତେବେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦିଏ।

ହୃଦ୍‌ ସମ୍ବନ୍ଧୀୟ ସମସ୍ୟା:

ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କ ଠାରେ ବେହୋସ୍‌ ହେବା ଆଶଙ୍କା ଅଧିକ ଥାଏ। ହୃଦ୍‌ରୋଗୀଙ୍କ ମସ୍ତିଷ୍କକୁ ଠିକ୍‌ଭାବେ ରକ୍ତ ସଞ୍ଚାଳନ ହୋଇପାରିନଥାଏ। ଫଳରେ ମାନସିକ ଭାରସାମ୍ୟ ହରାଇ ସେମାନେ ଅଚେତ ହୋଇପଡ଼ନ୍ତି। ମେଡିକାଲ ଭାଷାରେ ଏହାକୁ କାର୍ଡିୟକ୍‌ ସାଇନ୍‌କୋପ କୁହାଯାଏ।

ଉପବାସ ରହିବା:

ଉପବାସ ରହିବା ଦ୍ୱାରା ରକ୍ତରେ ତରଳ ପଦାର୍ଥର ମାତ୍ରା କମିଯାଏ, ଫଳରେ ରକ୍ତଚାପ ମଧ୍ୟ କମିଥାଏ। ଏଭଳି ପରିସ୍ଥିତିରେ ଅଚେତ ହେବା ସମ୍ଭାବନା ବୃଦ୍ଧିପାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button