ସ୍ୱାସ୍ଥ୍ୟ

ହାଇ ବ୍ଲଡପ୍ରେସର ପାଇଁ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ୫ଟି ଏକ୍ସରସାଇଜ୍‌

ଉଚ୍ଚ ରକ୍ତଚାପ ସମସ୍ୟା ଖୁବ୍ ଗମ୍ଭୀର ହୋଇଥାଏ। ଉଚ୍ଚ ରକ୍ତଚାପ ସହ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଏହିକାରଣରୁ ହାଇ ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ କରିବା ପାଇଁ କେବଳ ଔଷଧ ଉପରେ ନିର୍ଭର କରିବା ଉଚିତ ନୁହେଁ। ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏହିକାରଣରୁ ଉଚ୍ଚ ରକ୍ତଚାପର ସମସ୍ୟା କମ କରିବା ପାଇଁ କିଛି ଏକ୍ସରସାଇଜ୍ କରିବା ଉଚିତ। ଏହି ସବୁ ଏକ୍ସରସାଇଜ୍ ଆପଣ ଘରେ ମଧ୍ୟ ଅତି ସହଜରେ କରିପାରିବେ। ତେବେ ଜାଣନ୍ତୁ କେଉଁ ସବୁ ଏକ୍ସରସାଇଜ୍ କରିବା ଉଚିତ।

କାର୍ଡିୟୋ ଏକ୍ସରସାଇଜ୍‌

କାର୍ଡିୟୋ ଏକ୍ସରସାଇଜ୍ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହି ଏକ୍ସରସାଇଜ୍ ଶରୀରରେ ରକ୍ତ ପ୍ରବାହ ବଢାଇବାରେ ସହାୟକ ହୋଇଥାଏ। କାର୍ଡିୟୋ ଏକ୍ସରସାଇଜ୍ କରିବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଯେଉଁ କାରଣରୁ ହୃଦୟ ସୁସ୍ଥ ରହିଥାଏ। ଯଦି ଆପଣଙ୍କର ମଧ୍ୟ ଉଚ୍ଚ ରକ୍ତଚାପର ସମସ୍ୟା ରହିଥାଏ ତେବେ ଆପଣ ମଧ୍ୟ ଘରେ ଏହି ଏକ୍ସରସାଇଜ୍ କରନ୍ତୁ।

strengthଷ୍ଟ୍ରେନ୍ଥ ଟ୍ରେନିଂ

ଷ୍ଟ୍ରେନ୍ଥ ଟ୍ରେନିଂ ମାସଂପେଶୀ ଏବଂ ହାଡ ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଏହି ଏକ୍ସରସାଇଜ୍ କରିବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀ ଷ୍ଟ୍ରେନ୍ଥ ଟ୍ରେନିଂ କରିପାରିବେ। କିନ୍ତୁ ଏହି ଏକ୍ସରସାଇଜ୍ ଆରମ୍ଭ କରିବା ସମୟରେ ସରଳ ଅଭ୍ୟାସ ପାଇଁ ପ୍ରୟାସ କରନ୍ତୁ।

ଷ୍ଟ୍ରେଚିଂ

ଷ୍ଟ୍ରେଚିଂ କରିବା ଦ୍ୱାରା ଶରୀରରେ ନମନୀୟତା ଆସିଥାଏ। ଷ୍ଟ୍ରେଚିଂ ଦ୍ୱାରା ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ ହୋଇଥାଏ। ହାଇ ବ୍ଲଡପ୍ରେସର ଥିବା ଲୋକମାନେ ମଧ୍ୟ ଏପରି ଏକ୍ସରସାଇଜ୍ କରିପାରିବେ। ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ। କିନ୍ତୁ ଷ୍ଟ୍ରେିଚିଂ କରିବା ପୂର୍ବରୁ ଏହାର ପ୍ରକାର, ତୀବ୍ରତା ଏବଂ ସମୟ ଉପରେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Stretch

ଶିଡି ଚଢିବା

ବ୍ଲଡ ପ୍ରେସର କମ କରିବା ଏବଂ ହୃଦୟକୁ ସୁସ୍ଥ ରଖିବା ପାଇଁ ଶିଡି ଚଢିବା ସବୁଠାରୁ ଭଲ ଉପାୟ। ଶିଡି ଚଢିବା ଏବଂ ଓହ୍ଲାଇବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଷଲାରୀ ବର୍ଣ୍ଣ ହୋଇଥାଏ। ଯାହାର ସିଧା ପ୍ରଭାବ ହୃଦୟ ଉପରେ ପଡିଥାଏ। ଏହି କାରଣରୁ ଆପରମାନେ ଲିପ୍ଟ ବ୍ୟବହାର ନକରି ଆଜି ଠାରୁ ହିଁ ଶିଢି ଚଢିବା ଅଭ୍ୟାସ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button