ସ୍ୱାସ୍ଥ୍ୟ

ଆଣ୍ଠୁ ଗଣ୍ଠିରେ ହେଉଛି କି ଅସହ୍ୟ ଯନ୍ତ୍ରଣା, ତେବେ ଅଟା ଗୋଲାର ଏହି ଉପାୟକୁ ଥରେ ଆପଣେଇ ଦେଖନ୍ତୁ

ବର୍ତ୍ତମାନ ସମୟରେ ଭୁଲ ଖାଦ୍ୟପେୟ ପାଇଁ ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ମିଳିପାରୁନାହିଁ। ଏଥିପାଇଁ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଏହି ସବୁ ସମସ୍ୟା ମଧ୍ୟରେ ଗୋଟିଏ ହେଉଛି ଆଣ୍ଡୁ ଯନ୍ତ୍ରଣା। କିନ୍ତୁ ଆଜିକାଲି ଯୁବାଙ୍କ ପାଖରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ଏହି ସମସ୍ୟା ଥିଲେ ହାତ, ପାଦ, ଆଣ୍ଠୁ, ଆଙ୍ଗୁଳିରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ। ଏମିତିରେ ଆଜିକାଲିର ଲୋକେ ଔଷଧ ସେବନ କରିବାକୁ ପସନ୍ଦ କରୁନାହାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ପୁରାତନ କାଳରେ ବ୍ୟବହାର କରାଯାଉଥିବା ଏହି କାରିଗରୀ ଉପାୟ। ଏହି ଉପାୟକୁ ଆପଣେଇଲେ ଆଣ୍ଡୁ ଗଣ୍ଡିରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣ କଣ କରିବେ।

-ଏଥିପାଇଁ ପ୍ରଥମେ ଆପଣ ଅଟାକୁ ଆଣି ଚକଟି ଦିଅନ୍ତୁ।

-ଏହାକୁ ରୁଟି ବନାଇବା ଭଳି ବେଲି ଦିଅନ୍ତୁ।

pain-ଏବେ ଏକ ଛୋଟ ପାତ୍ରରେ ସାମାନ୍ୟ ସୋରିଷ ତେଲ ପକାନ୍ତୁ ଏବଂ ହାଲୁକା ଗରମ କରନ୍ତୁ।

-ତେଲ ଗରମ ହେବା ପରେ ଏଥିରେ ଦୁଇ ଚୁଟକି ହେଙ୍ଗୁ ପକାନ୍ତୁ।

-ଧ୍ୟାନ ରଖନ୍ତୁ ତେଲକୁ ଅଧିକ ଗରମ କରନ୍ତୁ ନାହିଁ ନଚେତ ହେଙ୍ଗୁ ତୁରନ୍ତ ଜଳିଯିବ।

-ଏବେ ଏହି ତେଲକୁ ବେଲି ରଖିବଥିବା ଅଟା ପଟିରେ ଲଗାନ୍ତୁ।

-ଯେଉଁ ସ୍ଥାନରେ ଆପଣଙ୍କୁ ଯନ୍ତ୍ରଣା ଅନୁଭୂତ ହେଉଛି ସେହି ସ୍ଥାନରେ ଏହି ପଟିକୁ ରଖନ୍ତୁ।

-ଏହାପରେ ଏକ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ।
ଏପରି କଲେ ଦେଖିବେ ଆପଣଙ୍କ ଆଂଠୁ ଗଣ୍ଠି ଯନ୍ତ୍ରଣା ତୁରନ୍ତ ଭଲ ହୋଇଯିବ। ଥରେ ଆପଣେଇ ଦେଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button