ନବଜାତ ଶିଶୁଙ୍କୁ ମଧ୍ୟ ହୋଇଥାଏ ହାର୍ଟ ଆଟାକ, ଏହି ୪ ଲକ୍ଷଣ ଦ୍ୱାରା କରନ୍ତୁ ପତ୍ତା

ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ଗମ୍ଭୀର ରୋଗ ହୋଇଗଲାଣି। ଏହା ଏବେ ଅଧିକ ଯୁବା ମାନଙ୍କୁ ତାର ଶିକାର ବନାଉଛି। ପ୍ରତି ତିନି ମିନିଟରେ ହାର୍ଟ ଆଟାକ ଦ୍ୱାରା ଜଣଙ୍କର ମ୍ରୁତ୍ୟୁ ହେଉଛି ଯେଉଁଥିରେ ୫୦ ପ୍ରତିଶତ ଲୋକ ଅଛନ୍ତି ୫୦ ବର୍ଷରୁ ଅଧିକ ବୟସର ଲୋକ ଏବଂ ୨୫ ପ୍ରତିଶତ ଅଛନ୍ତି ୪୦ ବୟସର ଲୋକଙ୍କୁ। ଯଦି ଆପଣ ଭାବୁଥାନ୍ତି କି ନବଜାତ ଶିଶୁଙ୍କୁ ହାର୍ଟ ଆଟାକର ସମସ୍ୟା ହୋଇନଥାଏ ତେବେ ଆପଣ ଭୁଲ ଭାବୁଛନ୍ତି। ନବଜାତ ଶିଶୁଙ୍କୁ ମଧ୍ୟ ହାର୍ଟ ଆଟାକ ସମସ୍ୟା ହୋଇଥାଏ ଏବଂ ଆଜି ଆମେ ଆପଣଙ୍କୁ ଜଣାଇବକୁ ନବଜାତଙ୍କୁ ହେଉଥିବା ହାର୍ଟ ଆଟାକର ଲକ୍ଷଣ। ଆପଣ ଏହି ଲକ୍ଷଣ ସାହାଯ୍ୟରେ ସମୟ ପୂର୍ବରୁ ନିଜ ଶିଶୁର ଚିକିତ୍ସା କରିପାରିବେ।
ସ୍ତନପାନ ନ କରିବା
ଶାରୀରିକ ରୂପରେ ସୁସ୍ଥ ଥିବା ଶିଶୁ ସ୍ତନପାନ କରିବା ବ୍ୟତୀତ ୧୫ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଉଚିତ। କିନ୍ତୁ ଜନ୍ମରୁ ହାର୍ଟ ରୋଗରେ ପୀଡିତ ଶିଶୁ ସ୍ତନପାନ କରନ୍ତି ନାହିଁ। ଯେଉଁ କାରଣରୁ ଶିଶୁର ଓଜନ ଧିରେ ଧିରେ କମିବାରେ ଲାଗିଥାଏ।
ଶରୀର ନୀଳ ଦେଖାଯିବା
ଶିଶୁଙ୍କର ହୃଦୟ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ହେଲେ ଶିଶୁର ଶରୀର ନୀଳ ଦେଖାଯାଇଥାଏ। ହୃଦୟ ସମ୍ବନ୍ଧୀୟ ରୋଗ ହେବା କାରଣରୁ ଶରୀରରେ ଥିବା ଅସ୍ୱଚ୍ଛ ନୀଳ ରକ୍ତ, ସଫା ଲାଲ ରକ୍ତ ସହିତ ମିଶି ପୂରା ଶରୀରରେ ପ୍ରବାହିତ ହେବାକୁ ଲାଗିଥାଏ। ଏମିତି ସ୍ଥିତିରେ ଶରୀରର ଅଙ୍ଗ ଯଥା ମୁହଁ, କାନ, ନଖ ଏବଂ ଓଠ ନୀଳ ହୋଇଥିବା ଦେଖିବାକୁ ମିଳିଥାଏ। ଏମିତି ସ୍ଥିତିରେ ତୁରନ୍ତ ଶିଶୁକୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
ଅଧିକ ଝାଳ ବୋହିବା
ହୃଦୟ ରୋଗରେ ପୀଡିତ ଥିବା ଶିଶୁ ମା କ୍ଷୀର ପିଇବା ସମୟରେ ବହୁତ ଝାଳ ବୋହିଥାଏ। ଏହାଛଡା ଏହି ସମୟରେ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ହୋଇଥାଏ। ଏମିତି ପରିସ୍ଥିତିରେ ତୁରନ୍ତ ପିଲାକୁ ଡାକ୍ତରଙ୍କ ସହିତ ପରାମର୍ଶ କରାନ୍ତୁ।
ଫୁସଫୁସରେ ବାରମ୍ବାର ସଂକ୍ରମଣ ହେବା
ନବଜାତ ଶିଶୁ ହୃଦୟ ରୋଗରେ ପୀଡିତ ଥିଲେ ତାଙ୍କୁ ବାରମ୍ବାର ଫୁସଫୁସରେ ସଂକ୍ରମଣ ହେବାର ଭୟ ରହିଥାଏ। ଏମିତିରେ ପିଲାକୁ ବାରମ୍ବାର କାଶ, ନିଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ଦେଖାଯାଇଥାଏ। ଏସବୁ ଲକ୍ଷଣ ଦେଖିଲେ ଶିଶୁକୁ ଜଲଦି ଚିକିତ୍ସକଙ୍କ ପାଖକୁ ନେଇଯାନ୍ତୁ।



