ସ୍ୱାସ୍ଥ୍ୟ

ଭୋକ ହେଉନାହିଁ କି ? ଆପଣାନ୍ତୁ ଏହି ଉପାୟ, ପାଆନ୍ତୁ ସନ୍ତୁଳିତ ଶରୀର

ବର୍ତ୍ତମାନର ଯୁବପିଢି ବଢୁଥିବା ମୋଟାପଣକୁ ନେଇ ବେଶ୍‌ ଚିନ୍ତିତ ରହିଛି। ଓଜନ କମାଇବା ପାଇଁ ଅନେକ ପ୍ରକାର ଟିପ୍ସ ଆପଣାଉଥିବା ବେଳେ ବ୍ୟାୟାମ ଏବଂ ଖାଦ୍ୟ ଉପରେ ନିୟନ୍ତ୍ରଣ କରୁଛି। ଓଜନ କମାଇବା ଯେତିକି କଷ୍ଟକର ବ୍ୟପାର ଓଜନ ବଢାଇବା ମଦ୍ୟ ସେତିକି କଷ୍ଟ। ଓଜନ କମାଇବା ପାଇଁ ତ ଆପଣ ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ ଯାହାର ଓଜନ କମ୍‌ ରହିଛି, ସେମାନେ କିପରି ନିଜର ଓଜନ ବଢାଇବେ, କ’ଣ ଖାଇବେ ତାହାକୁ ନେଇ ଚିନ୍ତିତ ରହିଥାନ୍ତି।

ଅନେକ ଲୋକ ପତଳା ହେବାକୁ ଯୋଗୁଁ ଚିନ୍ତାରେ ରହିଥାନ୍ତି। ଏଥିପାଇଁ ଶରୀରକୁ ସନ୍ତୁଳିତ ଆହାର ଯୋଗାଇବା ଉଚିତ। ସଠିକ୍‌ ଖାଦ୍ୟପେୟ ଶରୀରକୁ ଚିନ୍ତା, ଷ୍ଟ୍ରେସ ଏବଂ ଅବସାଦରୁ ମୁକ୍ତି ରଖିଥାଏ। ଏଥିପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ, ଯାହାକୁ ଖାଇଲେ ଆପଣଙ୍କ ଭୋକ ବଢିବା ସହିତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହେବ।

amal

ଅଁଳା : ଅଁଳା ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ଦୂର ହେବା ହୋଇଥାଏ। ଫଳରେ ଭୋକ ବଢିଥାଏ। ଏହା ପାଚନ ତନ୍ତ୍ରକୁ ସୁଧାରିଥାଏ ଏବଂ ବିଷାକ୍ତ ପଦାର୍ଥକୁ ବାହାରକୁ କାଢିଦିଏ। ଭୋକ ବଢିବା ପାଇଁ ଏକ କପ୍‌ ପାଣିରେ ଦୁଇ ଚାମଚ ଅଁଳା ରସ ଏବଂ ଲେମ୍ବୁରସ, ମହୁ ମିଶାଇ ସକାଳୁ ଖାଲି ପେଟରେ ପିଇଲେ ତିନି ଚାରି ମାସ ମଧ୍ୟରେ ଲାଭ ମିଳିଥାଏ।

ଗୁଜରାତି : ଏହା ଓ୍ଵାର୍ମିଂ ପାଚନ ଟନିକ ଭାବେ କାମ କରିଥାଏ। ଏହା ପାଚନକ୍ରିୟା, ପେଟ ଫୁଲିବା ଏବଂ ଅମ୍ଳ ଦୋଷ ଦୂର କରିଥାଏ। ପ୍ରତି ଚା’ରେ ଗୁଜରାତି ପକାଇ ପିଇଲେ ଲାଭ ମିଳିଥାଏ।

elaichi

ଜିରା : ଏକ ଗ୍ଲାସ ପାଣିରେ ବିଟ୍‌ ଲୁଣ, ସୈନ୍ଧବ ଲବଣ ଏବଂ ଏକ ଚାମଚ ଜିରା ଗୁଣ୍ଡ ପକାଇ ପିଅନ୍ତୁ। ଏପରି କଲେ ଆପଣଙ୍କ ଭୋକ ବଢିଥାଏ।

ଧନିଆ ରସ : ଭୋକ ବଢାଇବା ପାଇଁ ଧନିଆ ରସ ବେଶ୍‌ ଉପକାରୀ। ଖାଦ୍ୟ ହଜମ କରିବା ପାଇଁ ଏହା ବେଶ୍‌ ଉପକାରୀ। ଧନିଆ ରସ ପେଟରେ ଗ୍ୟାସ୍‌, ଏସିଡିଟି ଏବଂ ଅପଚ ଭଳି ସମସ୍ୟା ଦୂର ହୋଇଥାଏ।

garlic

ରସୁଣ : ରସୁଣ ପାଚନ ତନ୍ତ୍ରକୁ ସୁସ୍ଥ କରିବା ସହ ଭୋକ ବଢାଇ ଥାଏ। ଏକ କପ୍‌ ପାଣିରେ ତିନିରୁ ଚାରିଟି ରସୁଣ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି ଏଥିରେ ଅଧା ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏପରି ଦିନକୁ ଦୁଇଥର କରନ୍ତୁ ଲାଭ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button