ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ଓଜନ ବଢ଼ୁଥିଲେ, ଏହି ଉପାୟରେ କରନ୍ତୁ ନିୟନ୍ତ୍ରଣ

ଗର୍ଭବତୀ ମହିଳାଙ୍କ ଶରୀରରେ କେତେକ ହରମୋନ୍‌ରେ ପରିବର୍ତ୍ତନ ଘଟିଥାଏ। ଫଳରେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦିଏ। ଏହି ସମୟରେ ମହିଳାଙ୍କ ଓଜନ ମଧ୍ୟ ଅଚାନକ ବଢ଼ିଯାଏ। ଏହି ଅବସ୍ଥାରେ ଖାଇବା ପିଇବା ସହ ମହିଳାମାନେ ନିଜ ଦୈନନ୍ଦିନ ଜୀବନ ଶୈଳୀ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ନଚେତ୍‌ ଓଜନ କମାଇବା ଏକ ଚ୍ୟାଲେଞ୍ଜ ହୋଇଯାଇପାରେ। ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ମହିଳାମାନେ କିଭଳି ନିଜ ଓଜନକୁ ନିୟନ୍ତ୍ରଣରେ ରଖିବେ…

ଅଳ୍ପ ଅଳ୍ପ କରି ଖାଆନ୍ତୁ:

ଡାକ୍ତରଙ୍କ କହିବାନୁସାରେ ଗର୍ଭାବସ୍ଥାରେ ମହିଳାମାନଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଏହି ସମୟରେ ମହିଳା ଏକକାଳୀନ ବହୁତ ଗୁଡ଼ାଏ ଖାଦ୍ୟ ଖାଇବା ପରିବର୍ତ୍ତେ ଟିକେ ଟିକେ କରି ଅନେକ ଥର ଖାଇବା ଉଚିତ୍‌। ଗର୍ଭବତୀମାନେ ପ୍ରତିଦିନ ୩୪୦ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏଭଳି ଭାବେ ଅଳ୍ପ ଅଳ୍ପ କରି ଅନେକ ଥର ଖାଇବା ଦ୍ୱାରା ମା’ଙ୍କ ସମେତ ଗର୍ଭସ୍ଥ ଶିଶୁର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ:

ଗର୍ଭାବସ୍ଥାରେ ପ୍ରାୟତଃ ମହିଳାଙ୍କ ଶରୀରରେ ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖିବାକୁ ମିଳେ। ଏହାର ପ୍ରଭାବ ଶିଶୁ ଉପରେ ମଧ୍ୟ ପଡ଼ିଥାଏ। ମା’ ଶରୀରରେ ଜଳ ଅଭାବ ରହିଲେ ଛୁଆ ରୁଗ୍‌ଣ ହୋଇ ଜନ୍ମ ନିଏ। ଏଣୁ ଗର୍ଭବତୀ ମହିଳା ପ୍ରତିଦିନ ୨-୩ ଲିଟର ପାଣି ବା ଅନ୍ୟ ପାନୀୟ ଜଳ ପିଇବା ଉଚିତ୍‌। ପ୍ରତିଦିନ ଏତିକି ପାଣି ପିଇବା ଦ୍ୱାରା ଶରୀରର ଚର୍ବି ଅଂଶ ମୂତ୍ର ଆକାରରେ ନିଷ୍କାସିତ ହୋଇଯାଏ। ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ।

ବ୍ୟାୟାମ କରନ୍ତୁ:

ଗର୍ଭାବସ୍ଥାରେ ମହିଳାମାନେ ବ୍ୟାୟାମ କରିବା କଥା ନୁହେଁ ବୋଲି ସାଧାରଣତଃ ଏକ ବିଶ୍ୱାସ ରହିଛି। କିନ୍ତୁ ଏଭଳି ଭାବିବା ଭୁଲ୍‌। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭବତୀ ମହିଳା ପ୍ରତିଦିନ ପ୍ରାୟ କମ୍‌ ସେ କମ୍‌ ୩୦ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ କରିବା ଉଚିତ୍‌। ଏଭଳି କରି ଦ୍ୱାରା ଶରୀରରେ ମେଦ ଜମା ହୋଇ ରହେନାହିଁ ଓ ଓଜନ ନିୟନ୍ତ୍ରଣରେ ରହିଥାଏ।

କିଛି ସମୟ ଚାଲନ୍ତୁ:

ଗର୍ଭବତୀମାନେ ସର୍ବନିମ୍ନ ୪୫ ମିନିଟ୍‌ ଚାଲିବା ଉଚିତ୍‌। ଏହା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ରହିଥାଏ ଓ ଶରୀରର କ୍ୟାଲୋରୀ ମଧ୍ୟ ବର୍ଣ୍ଣ ହୋଇଥାଏ। ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button