ସ୍ୱାସ୍ଥ୍ୟ

ବିଛଣା ଉପରେ ବସି ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି? ଆଜି ହିଁ ଛାଡ଼ି ଦିଅନ୍ତୁ, ନଚେତ୍‌ ଭୋଗିପାରନ୍ତି ଏଭଳି କଷ୍ଟ

ଆପଣ ଜାଣିଛନ୍ତି କି, ବିଛଣାରେ ବସି ଖାଦ୍ୟ ଖାଇବା ଭଲ ଅଭ୍ୟାସ ନୁହେଁ? କାରଣ, ଅପରିଷ୍କାର ବିଛଣା ଏବଂ ଅପରିଷ୍କାର ଚାଦର ଅନେକ ରୋଗର କାରକ ହୋଇଥାଏ। ଆମେ ଅନେକ ସମୟରେ ଲୋକଙ୍କୁ ତଳେ ବସି ଖାଇବା ବଦଳରେ ବିଛଣାରେ ବସି ଖାଦ୍ୟ ଖାଉଥିବାର ଦେଖିବାକୁ ପାଉ। କିନ୍ତୁ ଏହା ଏକ ଖରାପ ଅଭ୍ୟାସ। ଏମିତି ଅଭ୍ୟାସ ରଖିଲେ, ଆମକୁ ଅନେକ ରୋଗ ହେବାର ସମ୍ଭାବନା ଥାଏ। ଏହାର କୁପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ଆସନ୍ତୁ ଜାଣିବା, ବିଛଣାରେ ଖାଦ୍ୟ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ।

-ବିଛଣାରେ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। କିଛି ଲୋକ ଖାଇବା ସମୟରେ ଟିଭି ଦେଖିଥାଆନ୍ତି। ଏମିତି ଗତିବିଧି ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ, ଯଦ୍ଦ୍ଵାରା ଆମ ନିଦ ପ୍ରଭାବିତ ହୋଇଥାଏ।

12

-ବିଛଣାରେ ବସି ଖାଦ୍ୟ ଖାଇଲେ, କିଛି ଖାଦ୍ୟ ବିଛଣା ଉପରେ ପଡ଼ିଥାଏ। ଫଳରେ ସେଠାକୁ ପିମ୍ପୁଡ଼ି, ଅସରପା ଆସି ସରୀସୃପ ଆସିଯାଆନ୍ତି। ତେଣୁ ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତା’ହେଲେ ଏଭଳି ଅଭ୍ୟାସ ଛାଡ଼ି ଦିଅନ୍ତୁ। ଖାଦ୍ୟ ଖାଇବା ପାଇଁ ଡାଇନିଙ୍ଗ୍‌ ଟେବୁଲ୍‌ ବ୍ୟବହାର କରନ୍ତୁ।

-ବିଛଣାରେ ପଡ଼ିଥିବା ଅପରିଷ୍କାର ଚାଦରରେ ରୋଗ ଜୀବାଣୁ ବ୍ୟାପିଥାଆନ୍ତି। ତେଣୁ ଏହା ଉପରେ ବସି ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ। ନହେଲେ ୪ ଦିନ ଅନ୍ତରରେ ବେଡ୍‌ସିଟ ବଦଳାଇ ଦିଅନ୍ତୁ।

-ବିଛଣା ଅପରିଷ୍କାର ରହିଲେ ଅନେକ ଗମ୍ଭୀର ରୋଗ ସବୁ ହୋଇଥାଏ। ତେଣୁ ଏହାକୁ କେବଳ ଶୋଇବା ସମୟରେ ହିଁ ବ୍ୟବହାର କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button