ସ୍ୱାସ୍ଥ୍ୟ

ଶୀତଦିନେ ଆଉ ଫାଟିବନି ଗୋଇଠି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ସାଧାରଣତଃ ଶୀତଦିନ ଆସିଗଲେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କର ଦେଖାଯିଏ। ଆପଣ ଯେତେବେ ବି ଯତ୍ନ ନେଲେ ମଧ୍ୟ ଏହା ନିଶ୍ଚିତ ଭାବେ ହୁଏ। କିପରି ନିଜ ଗୋଠିକୁ ସୁନ୍ଦର ରଖିବେ, ଏହାକୁ ନେଇସମସ୍ତଙ୍କ ମନରେ ଅନେକ ପ୍ରଶ୍ନ। ଆଜିକାଲି କର୍ମମୟ ଜୀବନରେ ଏତେ ବ୍ୟସ୍ତ ହୋଇଗଲେଣି ଯେ, ନିଜ ଶରୀର ସୁନ୍ଦରତାକୁ ଧ୍ୟାନରେ ରଖି ହେଉନାହିଁ। ଆଜି ଆମେ ଆପଣଙ୍କୁ କିଛି ଘରୋଇ ଏବଂ ସହଜ ଉପାୟ ବତାଇବୁ ଯାହା ଦ୍ୱାରା ଆପଣ ନିଜ ଗୋଇଠିକୁ ଫାଟିବାରୁ ରକ୍ଷା କରିପାରିବେ।

heels

– ପ୍ରତିଦିନ ନିଜ ଗୋଇଠିକୁ ଅଳ୍ପ ଉଷୁମ ଗରମ ପାଣିରେ ଭଲ ଭାବେ ସଫା କରିଦିଅନ୍ତୁ। ମନେ ରଖନ୍ତୁ, ଏହି ଗରମ ପାଣିରେ କିଛି ଲୁଣ ମିଶାଇଦେବେ। ଏପରି କଲେ ମୃତ କୋଷିକା ନଷ୍ଟ ହୋଇଯାଏ।

– ଗୋଇଠିକୁ ସୁନ୍ଦର ରଖିବା ପାଇଁ  ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଭଲଭାବେ ଗୋଇଠିକୁ ଧୋଇ ସେଥିରେ ପେଟ୍ରୋଲିୟମ ଜେଲି କିମ୍ବା ଭ୍ୟାସଲିନ ଲଗାଇ ପାରିବେ। ଏପରି କଲେ ମଧ୍ୟ ଗୋଇଠି ଫଟାରୁ ମୁକ୍ତି ମିଳିବ।

crack

– କେମିକାଲ ଯୁକ୍ତ ସାବୁନ କେବେ ବି ଫଟା ଗୋଇଠିରେ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଗୋଇଠି ଫାଟିବାର ଆଶଙ୍କା ଅଧିକ ଥାଏ।

– ସବୁବେଳେ ଘରେ ହେଉ ଅବା ବାହାରେ ମୋଜା ପିନ୍ଧନ୍ତୁ। ଏମିତି କଲେ ଗୋଇଠିରେ କମ୍‌ ମଇଳା ଲାଗିବ ଏବଂ ଫାଟିବାର ଆଶଙ୍କା କମ୍‌ ରହିବ।

heel

– ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ଗୋଇଠିରେ ମହୁ ଲଗାଇ ମାଲିସ ମଧ୍ୟ କରିପାରିବେ।

– ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଶରୀରରେ ଜଳୀୟ ଅଂଶ କମ୍‌ ହେଲେ ମଧ୍ୟ ଗୋଇଠି ଫାଟିବାର ଆଶଙ୍କା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button