ସ୍ୱାସ୍ଥ୍ୟ

ଯଅ ପାଣି ଦୂର କରିବ କ୍ୟାନସର ସହିତ ଆହୁରି ଅନେକ ଗମ୍ଭୀର ରୋଗ

ଆଜିକାଲି ଅନେକ ଲୋକ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ବଞ୍ଚିବା ପାଇଁ ନିଜର ଖାଦ୍ୟଶୈଳୀ ଏବଂ ଜୀବନ ଶୈଳୀ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଯଅ ପାଣି କ୍ୟାନସର ଭଳି ରୋଗକୁ ଦୂର କରିବାରେ ବେଶ ଉପଯୋଗୀ ହୋଇଥାଏ। ଏଥିରେ ଥିବା ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଶରୀରର ଇମ୍ୟୁନିଟ୍‌ ସିଷ୍ଟମ ବଢାଇବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ପେଟ ଜନିତ ସମସ୍ୟା ଏବଂ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ।

– ଯଅରେ ଫେରୁଲିକ ଏସିଡ୍‌ ରହିଛି। ଯାହା ଶରୀରରେ ବଢୁଥିବା ଟ୍ୟୁମରକୁ ସମାପ୍ତ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା କ୍ୟାନସର ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଶରୀରରେ ବଢିପାରନ୍ତି ନାହିଁ।

barley 1

– ଯଅରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କୋଲନ କ୍ୟାନସର କୋଷିକାକୁ ବୃଦ୍ଧି ରୋକିବା ସହ ଶରୀରକୁ ସୁରକ୍ଷିତ ରଖିଥାଏ।

– ଯଅରେ ଫାଇବର ଅଧିକ ମାତ୍ରାରେ ରହିଥାଏ। ଯାହା ପାଚନ ସମୟରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହେବା ସହିତ ପେଟ ଫୁଲିବା, ବଦ୍‌ହଜମୀ ଏବଂ ଗ୍ୟାଷ୍ଟ୍ରିକ ସମସ୍ୟା ଦୂର କରିଥାଏ।

– ଯଅ ପାଣି ପିଇବା ଶରୀରକୁ ହାଇଡ୍ରେଟ୍‌ ରଖିଥାଏ। ଫଳରେ ପେଟରେ ହେଉଥିବା ଜ୍ୱଳନକୁ ଶାନ୍ତ କରିଥାଏ। ଯଅ ପାଣିରେ ଲେମ୍ବୁ ରସ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ଲାଭ ମିଳିଥାଏ।

44

– ଯଅ ପାଣି ପିଇବା ଦ୍ୱାରା ପରିସ୍ରା ସଂକ୍ରମଣ ହୋଇନଥାଏ। ଏହି ପାଣିରେ ଭଟାମିନ ବି, ଆଇରନ, ମ୍ୟାଗ୍ନେସିୟମ ଭଳି ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିଥାଏ।

– ଏହି ପାଣି ପିଇବା ଦ୍ୱାରା ବ୍ରେନ ସେଲସ ଆକ୍ଟିଭ ରହିଥାଏ। ସେଥିପାଇଁ ଚିନ୍ତା କମ୍‌ ହୋଇଥାଏ।

– ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ଏହି ପାଣି ବେଶ୍‌ ସହାୟତା କରିଥାଏ। ଏଥିରେ ଥିବା ଭିଟାମିନ ଏ ଏବଂ ସି ଆଖିକୁ ସଂକ୍ରମଣରୁ ବଞ୍ଚାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button