ମନୋରଞ୍ଜନ

ଟାଟୁ କରିବାକୁ ଯାଉଛନ୍ତି କି? ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଧିକାଂଶ ଲୋକମାନଙ୍କର ଟାଟୁ କରିବାର ସୌକ୍‌ ରହିଥାଏ। କିନ୍ତୁ ଆଜିକାଲି ଟାଟୁର ବ୍ୟବହାର ବହି ଆର୍ଟ ଭାବେ ହେବାରେ ଲାଗିଛି। ଯଦି ଆପଣ ଟାଟୁ କରିବା ପାଇଁ ଭାବିଥାନ୍ତି ତେବେ ଟାଟୁ କରିବା ପରେ କୌଣସି ସାଇଡ୍‌ ଇଫେକ୍ଟ ହେବନି ତ କିମ୍ବା ଟାଟୁ କଲା ପରେ କିପରି ଦେଖାଯିବ ଏପରି ଅନେକ ପ୍ରଶ୍ନ ମନରେ ଉଠିଥାଏ। ଏହିକାରଣରୁ ଜାଣି ରଖନ୍ତୁ ଟାଟୁ କରିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ, ଯାହା ଫଳରେ ପଛରେ ଆପଣଙ୍କୁ କୌଣସି ଅବଶୋଷ ବା ସମସ୍ୟାର ସାମ୍ନା କରିବାକୁ ନପଡେ।

-ଟାଟୁ କରିବା ପାଇଁ ନ୍ୟୁନତମ ବୟସ ସୀମା ୧୮ ବର୍ଷ ହେବା ଅନିବାର୍ଯ କିନ୍ତୁ ଅନେକ ପାର୍ଲରରେ ପ୍ୟାରେଣ୍ଟସ୍‌ମାନଙ୍କ ଅନୁମତିରେ ୧୮ ବର୍ଷରୁ କମ ପିଲାମାନଙ୍କ ହାତରେ ଟାଟୁ କରାଯାଇପାରିବ। ଟାଟୁ କରିବା ପୂର୍ବରୁ ପ୍ରଥମେ କେଉଁ ସ୍ଥାନରେ ଟାଟୁ କରିବେ ସ୍ଥିର କରନ୍ତୁ।

tatoo-ଟାଟୁ କରିବା ସମୟରେ ଯଦି ଆପଣ କିଛି ନା ଲେଖିବାକୁ ଚାହୁଁଛନ୍ତି ତେବେ ସେହିମସୟରେ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ କାରଣ ଅନେକ ଥର ସ୍ପେଲିଙ୍ଗରେ ତ୍ରୁଟି ରହିଯାଇଥାଏ।

-ଟାଟୁ କରିବା ପୂର୍ବରୁ ପ୍ରଥମେ ସେହି ପାର୍ଲରର ରିଭ୍ୟୁ ଚେକ୍‌ କରନ୍ତୁ।

-ଧ୍ୟାନ ରଖନ୍ତୁ ଟାଟୁ ଆର୍ଟିଷ୍ଟି ଯେପରି ଆପଣଙ୍କ ସାମ୍ନାରେ ଛୁଞ୍ଚି ପ୍ୟାକେଟ ଖୋଲିବେ ଏବଂ ଇଙ୍କ୍‌ କପ୍‌ ନୂଆ ହୋଇଥିବ। ଏଥିସହ ଟାଟୁ କରିବା ସମୟରେ ଆର୍ଟିଷ୍ଟି ଗ୍ଲୋବ୍ସ ପିନ୍ଧିବା ଉଚିତ। ଏହି ଛୁଞ୍ଚିକୁ ପୂନର୍ବାର ବ୍ୟବହାର କରିବା ଅନୁଚିତ କାରଣ ଏଭଳି କରିବା ଦ୍ୱାରା ଏଚଆଇଭି ଭଳି ଗମ୍ଭୀର ରୋଗ ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button