ସ୍ୱାସ୍ଥ୍ୟ

ସ୍ୱାଦ ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ତନ୍ଦୁରସ୍ତ ରଖେ ଏହି ସୁପ୍‌, ଥଣ୍ଡାକୁ ତୁରନ୍ତ କରିବ ଗାୟବ

ସୁପ୍‌ ଏପରି ଏକ ଜିନିଷ ଯାହା ଆପଣଙ୍କୁ ତୁରନ୍ତ ଥଣ୍ଡା, କାଶ, ଜ୍ୱରରୁ ଆରାମ ଦେଇଥାଏ। ଏହି ସବୁ ସିପ୍‌ ମଧ୍ୟରୁ ଗୋଟିଏ ହେଉଛି ଜିଞ୍ଜର ସୁପ୍‌। ଯଦି ଆପଣଙ୍କର ଦେହ ଠିକ୍‌ ଲାଗୁନାହିଁ, ଥଣ୍ଡା ପାଇଁ ନାକ ବନ୍ଦ ହୋଇଯାଉଛି ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ହେବ। ତେବେ ଏହାକୁ ବାନାଇବା ମଧ୍ୟ ବହୁତ ସହଜ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

-୧ ବଡ ଚାମଚ ଅଦା

-୨ ବଡ ଚାମଚ କର୍ଣ୍ଣ ଫ୍ଲୋର

-୧/୨ ଚାମଚ ରସୁଣ

-୧/୨ ଟମାଟୋ ପ୍ୟୁରୀ

-୧/୨ ଚାମଚ ଲହୁଣୀ

-ଲୁଣ

-ଗୋଲ ମରୀଚ

-ଦୁଇ କପ୍‌ ପାଣି

ପ୍ରସ୍ତୁତ ପ୍ରଣାଳୀ

-ସର୍ବ ପ୍ରଥମେ ଅଦାକୁ କାଟି ବା କୋରି ଦିଅନ୍ତୁ। ଏହାପରେ ରସୁଣକୁ ମଧ୍ୟ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାସହିତ ଲାଲ ଲଙ୍କାକୁ ମଧ୍ୟ କୁଟି ଦିଅନ୍ତୁ। ଏହି ସବୁକୁ ଏକ ପାର୍ଶ୍ୱରେ ରଖିଦିଅନ୍ତୁ।

-ଏବେ ମଧ୍ୟମ ଆଞ୍ଚରେ ପ୍ୟାନ୍‌ ଚଢ଼ାଇ ଲହୁଣି ପକାନ୍ତୁ। ଏଥିରେ ଆଗରୁ ବନାଇ ରଖିଥିବା ରସୁଣ, ଅଦା ଏବଂ ଲାଲ ଲଙ୍କା ପକାନ୍ତୁ। ଏହାକୁ ପ୍ରାୟ ୧ ମିନିଟ୍‌ ପଯ୍ୟର୍ନ୍ତ ଚଲାନ୍ତୁ।

-ଏହାପରେ ଏଥିରେ କଣ୍ଣଫ୍ଲୋର ପକାନ୍ତୁ ଏବଂ ଗୋଟେ ମିିନିଟ୍‌ ପାଇଁ ଚଲାନ୍ତୁ।

-ଯେତେବେଳେ ଏହା ହୋଇଯିବ ତେବେେ ଏଥିରେ ଟମାଟୋ ପ୍ୟୁରୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଧୀମା ଆଞ୍ଚରେ କିଛି ସମୟ ପାଇଁ ରାନ୍ଧନ୍ତୁ।

-ଏବେ ଆପଣଙ୍କର ସୁପ୍‌ ପ୍ରସ୍ତୁତ ହୋଇଯାଇଛି ଏଥିରେ ଲୁଣ ଏବଂ ଗୋଲମରୀଚ ଗୁଣ୍ଡ ପକାନ୍ତୁ। ଏବେ ଏହାକୁ ଗରମା ଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button