ଆପଣ କେବେ ଖାଇଛନ୍ତି କି କରାଚି ହାଲୁଆ? ଏପରି କରନ୍ତୁ ଘରେ ପ୍ରସ୍ତୁତ

ହାଲୁଆ ତ ଆପଣମାନେ ଖୁବ୍ ଖାଇଥିବେ କିନ୍ତୁ କଣ କେବେ ଆପଣ କରାଚି ହାଲୁଆ ବା ବମ୍ବେ ହାଲୁଆ ନାଁ ଶୁଣିଛନ୍ତି। ଏହି ହାଲୁଆ ଦେଖିବାକୁ ବର୍ଫି ଭଳି। କାରଣ ଏହାକୁ ବର୍ଫି ଆକାରରେ ହିଁ ପ୍ରସ୍ତୁତ କରାଯାଇଥାଏ। ଅନେକ ଲୋକମାନେ ବଜାରରେ ଏହି ହାଲୁଆ ଅନେକ ଥର ଖାଇଥିବେ। ଏହି ହାଲୁକା ଆପଣ ଘରେ ଖୁବ୍ ସହଜରେ ସକାଳର ଜଳଖିଆରେ ପ୍ରସ୍ତୁତ କରିପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କରାଚି ହାଲୁଆ।
ଆବଶ୍ୟକୀୟ ସାମଗ୍ରୀ:
କର୍ଣ୍ଣ ଫ୍ଲୋର- ୧କପ
ଚିନି-୨ କପ
କାଜୁ-ଅଧା କପ
ପିସ୍ତା-୧ବଡ ଚାମଚ
ଟାଟରୀ ପାଉଡର-୧/୪ ଛୋଟ ଚାମଚ
ଗୁଜୁରାତି- ୪ ଟି
ଘିଅ-୧/୨ କପ
ଖାଇବା ରଙ୍ଗ-ଅଳ୍ପ କିଛି
ପ୍ରସ୍ତୁତ କରିବା ବିଧି:
କରାଚୀ ହାଲୁଆ ତିଆରି କରିବାରେ ସର୍ବ ପ୍ରଥମେ କର୍ଣ୍ଣ ଫ୍ଲୋରରେ ପାଣି ପକାଇ ଭଲ ଭାବେ ମିଶାନ୍ତୁ। ଏହାପରେ କଟା ଯାଇଥିବା କାଜୁ, ପିସ୍ତା ଏବଂ ଗୁଜୁରାତିକୁ ଏକାଠି କରି ମିଶ୍ରଣ କରିଦିଅନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ଚିନି ରେ ତିନି ରୁ ଚାରି କପ ପାଣି ପକାଇ ଗରମ କରିଦିଅନ୍ତୁ। ଯେତେବେଳେ ଚିନି ସମ୍ପୂର୍ଣ୍ଣ ମିଳେଇଯିବ ସେଥିରେ କର୍ଣ୍ଣ ଫ୍ଲୋରକୁ ମିଶାଇ ଦିଅନ୍ତୁ। ଧ୍ୟାନ ରଖିବେ ଏହି ମିଶ୍ରଣକୁ ୧୫ ମିନିଟ୍ ଗୋଳାଇବା ପରେ ଏହି ମିଶ୍ରଣ ଗାଢ ହେବା ସହ ଟ୍ରାସ୍ପେରେଣ୍ଟ ହୋଇଯିବ। ଏହାପରେ ହାଲୁଆରେ ଘିଅ ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହାପରେ ଏଥିରେ ଟାଟରୀ ପକାନ୍ତୁ। ଏହା ଭଲ ଭାବେ ମିଶ୍ରଣ ନହେବା ପର୍ଯ୍ୟନ୍ତ ଗୋଳାଉଥିବେ। ଏଥିସହ ଗୁଜୁରାତି ଏବଂ କାଜୁ ମିଶାଇ ଗୋଳାନ୍ତୁ। ହାଲୁଆର ରଙ୍ଗ ହାଲୁକା ଗାଢ ନହେବା ପର୍ଯ୍ୟନ୍ତ ମିଶ୍ରଣ କରିଚାଲନ୍ତୁ।

ଏହାପରେ ଗ୍ୟାସ ବନ୍ଦ କରି ଏକ ଟ୍ରେ ରେ ଘିଅ ଲଗାି ଚିକ୍କଣ କରି ଦିଅନ୍ତୁ। ଏହାପରେ ସେହି ଟ୍ରେ ରେ ହାଲୁଆ ପରସିବା ପରେ ଉପରେ କଟାଯାଇଥିବା ପିସ୍ତା ପକାନ୍ତୁ। ବର୍ତ୍ତମାନ ଆପରଙ୍କର କରାଚୀ ହାଲୁଆ ପ୍ରସ୍ତୁତ ହୋଇଗଲା। ଏହାପରେ ଆପଣ ନିଜ ଇଛା ଅନୁସାରେ କାଟି ଏକ ଏୟାର ଟାଇଟ୍ ଡବାରେ ରଖି ଦିଅନ୍ତୁ। ଏହି ହାଲୁଆ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ।



