ସ୍ୱାସ୍ଥ୍ୟ

ଶୀତୁଆ ପାଗରେ ସଂଧ୍ୟାରେ ନିଅନ୍ତୁ ‘ମସଲା ଚା’ର ଆନନ୍ଦ, ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୂରା ଫିଟ୍‌

ଚା’ର ଚୁସକିର ମଜା ନେବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି। ଏବେ ତ ଚାଲିଛି ଶୀତ ଦିନ ଆଉ ସଂଧ୍ୟାରେ ଥଣ୍ଡା ଥଣ୍ଡା ପାଗକୁ ଚା’ ପିଇବାର ମଜା କିଛି ଅଲଗା। ଏଥିପାଇଁ ଆଜି ଆମେ ଆପଣଙ୍କୁ ଆଜି ଏକ ଖାସ୍‌ ସ୍ୱାଦଯୁକ୍ତ ଚା ବିଷୟରେ ଜଣାଇବୁ ଯାହାକୁ ପିଇବା ପରେ ଆପଣ ଆଉ ନିଜକୁ ଫେରି ପାଇବେନି। ଆମେ ଆପଣଙ୍କୁ କହୁଛୁ ‘ମସଲା ଚା’ ବିଷୟରେ ଯାହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହି ମସଲା ଚା ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ମଜବୁତ୍‌ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

biscuitଆବଶ୍ୟକ ସାମଗ୍ରୀ

ଗୋଲ ମରୀ – ୨ରୁ ୩

ଅଦା – ଏକ ଇଞ୍ଚ

ଡାଲଚିନି – ୧ ବଡ ଖଣ୍ଡ

ଅଳେଇଚ- ୨ରୁ୩

ଲବଙ୍ଗ-୨

ତୁଳସୀ ପତ୍ର – ୩ରୁ୪

ଜାଈଫଳ – ଛୋଟ କଟା ହୋଇଥିବା

କ୍ଷୀର – ଦୁଇ କପ୍‌

ପାଣି – ଏକ କପ୍‌

ଚା ପତ୍ତି – ୨ ଟେବୁଲ ଚାମଚ

ଚିନି – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

cga-ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ପକାଇ ଭଲଭାବେ ଫୁଟାନ୍ତୁ।

-ଫୁଟୁଥିବା ପାଣିରେ କଳା ମରୀଚ, ଅଦା, ଡାଲଚିନି, ଲବଙ୍ଗ, ଜାଈଫଳ ଏବଂ ତୁଳସୀ ପତ୍ର ପକାଇ ଭଲଭାବେ ଫୁଟାନ୍ତୁ।

-ଯେତେବେଳେ ପାଣିର ରଙ୍ଗ ସାମାନ୍ୟ ସବୁଜ ହୋଇଯିବ ତେବେ ଏଥିରେ ଅେଇଚ ମିଶାଇ ଆଉ କିଛି ସମୟ ଫୁଟାନ୍ତୁ।

-ଏହାପରେ ଏଥିରେ କ୍ଷୀର ଏବଂ ଚା ପତ୍ତି ପକାନ୍ତୁ।

-ପୂରା ଲାଷ୍ଟରେ ଚିନି ପକାନ୍ତୁ ଏବଂ ଏହା ଫୁଟିଗଲା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।

-ଏବେ ଆପଣଙ୍କର ଥଣ୍ଡା ସ୍ପେଶାଲ ମସଲା ଚା ପ୍ରସ୍ତୁତ ହୋଇଯାଇଛି। ଏବେ ଆପଣ ଏହାର ମଜା ଉଠାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button