ସ୍ୱାସ୍ଥ୍ୟ

ହାର୍ଟ ଏବଂ କିଡ୍‌ନୀକୁ ସୁସ୍ଥ ରଖେ ସୁଜି, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା

ସୁଜି ଗହମରୁ ହିଁ ପ୍ରସ୍ତୁତ ହୁଏ। ଏହା ଖାଇଲେ ବହୁତ ହାଲ୍‌କା ଅନୁଭବ କରିବା ସହ ଗ୍ୟାସ୍‌ ମଧ୍ୟ ହୋଇନଥାଏ। ଏହା ଖାଇବା ମଧ୍ୟ ଶରୀର ପାଇଁ ହିତକର। ସକାଳ ସମୟରେ ଏହାକୁ ଖାଇବା ଯୋଗୁଁ ପୁରା ଦିନ ଆପଣଙ୍କୁ ସତେଜ ଅନୁଭୂତ ଲାଗେ। ଆସନ୍ତୁ ଜାଣିବା ସୁଜି ଖାଇଲେ ଆପଣଙ୍କୁ କେଉଁସବୁ ଫାଇଦା ମିଳିଥାଏ।

ଏନର୍ଜି ବଢାଏ :

ସୁଜିରେ ଥିବା କାର୍ବୋ ହାଇଡ୍ରେଟ୍‌ ଆପଣଙ୍କୁ ଦିନତମାତ କାମ କରିବା ପାଇଁ ଶକ୍ତି ଯୋଗାଏ। ସୁଜି ଖାଇ ଶରୀରର ଏନର୍ଜି ସ୍ତର ସାମାନ୍ୟ ରଖାଯାଇପାରିବ।

suji

ଶରୀରର କାର୍ଯ୍ୟ କ୍ଷମତା ବଢାଏ :

ଶରୀରର କାର୍ଯ୍ୟକ୍ଷମତା ବଢାଇବା ସହ ହାର୍ଟ ଏବଂ କିଡନୀକୁ ସୁସ୍ଥ ରଖିଥାଏ। ଶରୀରର କାର୍ଯ୍ୟକ୍ଷମତା ବଢାଇବା ସହ ହାଡ ମଜଭୁତ ହୋଇଥାଏ।

ଏନିମିୟାରୁ ରକ୍ଷା କରିଥାଏ :

ସୁଜିରେ ଭରପୂର ମାତ୍ରାରେ ଆଇରନ ଥାଏ। ଯେଉଁଥି ପାଇଁ ଶରୀରରେ ରକ୍ତର ଅଭାବ ଦେଖାଦିଏ ନାହିଁ।

siju

ମୋଟାପଣ ଦୂର କରେ :

ଏଥିରେ ଅଧିକ ମାତ୍ରାରେ ଫାଇବର ରହିଥାଏ। ଖାଦ୍ୟ ଧୀରେ ଧୀରେ ହଜମ ହେଲେ ଜଲଦି ଭୋକ ଲାଗେ ନାହିଁ। ଯାହା ମୋଟାପଣକୁ ନିୟନ୍ତ୍ରଣ କରେ।

ଶରୀର ପାଇଁ ସନ୍ତୁଳିତ ଆହାର :

ଏଥିରେ ଥିବା ପୋଷକ ତତ୍ତ୍ୱ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ଏହା ଶରୀରରେ କୌଣସି ଜିନିଷକୁ ଅଭାବ ହେବାକୁ ଦିଏନାହିଁ। ଫଳରେ ଶରୀରକୁ ସନ୍ତୁଳିତ ଆହାର ହୋଇଥାଏ ସୁଜି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button