ସ୍ୱାସ୍ଥ୍ୟ

ଟେଷ୍ଟ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ ଭେଜିଟେବୁଲ ସୁପ୍‌, ସ୍ୱାଦ ଲାଜବାବ

ଋତୁ ପରିବର୍ତ୍ତନ ସାଙ୍ଗକୁ ଥଣ୍ଡା ଥଣ୍ଡା ପାଗରେ ଲୋକଙ୍କୁ ନିଜ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଖୋଜନ୍ତି। ଶୀତୁଆ ପାଗରେ ଗରମ ପାଇବା ପାଇଁ ସବୁଠାରୁ ଅଧିକ ସୁପ୍‌ ପିଇବାକୁ ଲୋକମାନେ ପସନ୍ଦ କରନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଭେଜିଟେବୁଲ ସୁପ୍‌ ବନାଇବାର ପ୍ରସ୍ତୁତି। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପଯୋଗୀ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ବିଦ୍ଧି।

ଆବଶ୍ୟକୀୟ ସାମଗ୍ରୀ

-୩ ଟମାଟୋ ଛୋଟ କଟା ହୋଇଥିବା

-ଅଳ୍ପ ଧନିଆ ପତ୍ର

-୩ ସ୍ଲାଇସ୍‌ ଗାଜର

-୧ ବଡ କୋବି, ଛୋଟ କଟା ହୋଇଥିବା

-୬ ବଡ ପିଆଜ, ଗ୍ରୀନ ଅନିୟନ

-ଅଧା କମ୍‌ ବିନ୍ସ

-ସ୍ୱାଦାନୁସାରେ ଲୁଣ

-ସ୍ୱାଦାନୁସାରେ ଗୋଲ ମରୀଚ ପାଉଡର

-ଦେଢ଼ କପ୍‌ ପାଣି

ପ୍ରସ୍ତୁତି ପ୍ରଣାଳୀ

-ସମସ୍ତ ପରିବାକୁ ଛୋଟ ସାଇଜରେ କାଟନ୍ତୁ ଏବଂ ମସଲା ମିଶାଇ ଭଲଭାବେ ମିକ୍ସ କରି ଏକ ପାତ୍ରରେ ରଖନ୍ତୁ।

-ହାଇ ଆଞ୍ଚରେ ସମସ୍ତ ପରିବାକୁ ଦେଢ଼ କପ୍‌ ପାଣି ମିଶାଇ ଆଞ୍ଚରେ ଫୁଟାନ୍ତୁ।

-ଏହାପରେ ଆଞ୍ଚ ସ୍ଲୋ କରି ପରିବାକୁ ପକାନ୍ତୁ। ପରିବା ସାମାନ୍ୟ ନରମ ହେବା ପଯ୍ୟର୍ନ୍ତ ଫୁଟାନ୍ତୁ।

-ଆଞ୍ଚ ବନ୍ଦ କରି ସୁପକୁ ହାଲୁକା ଥଣ୍ଡା କରି ପିଇବାକୁ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button