ସ୍ୱାସ୍ଥ୍ୟ

ଏଚ୍‌ଆଇଭି ରୋଗୀ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏସବୁ ଖାଦ୍ୟ, ବଢ଼ିବ ଇମ୍ୟୁନିଟି ପାଓ୍ଵାର

ସାରା ବିଶ୍ୱରେ ଡିସେମ୍ବର ୧ ଅର୍ଥାତ୍‌ ଆଜିର ଦିନକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଡାଏଟ୍‌ ନାହିଁ। କିନ୍ତୁ ଯଦି ସେ ପୁଷ୍ଟିକର ଖାଦ୍ୟକୁ ନିଜ ଡାଏଟ୍‌ରେ ସାମିଲ କରିବେ, ତେବେ ତାଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଆହୁରି ମଜଭୁତ ହେବ ଓ ଆୟୁଷ ବଢ଼ିବ। ଆସନ୍ତୁ ଜାଣିବା ଏଡ୍‌ସ୍‌ ରୋଗୀ କେଉଁ ଖାଦ୍ୟକୁ ନିଜ ଡାଏଟ୍‌ରେ ସାମିଲ କରିବା ଆବଶ୍ୟକ…

ଫଳ ଓ ପନିପରିବା:

ଫଳ ଓ ପନିପରିବାରେ ବିଭିନ୍ନ ପ୍ରକାରର ମିନେରାଲ ଓ ଭିଟାମିନ୍‌ ମହଜୁଦ୍‌ ଥାଏ, ଯାହା ଶରୀରରୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। ଏଣୁ ଏଚ୍‌ଆଇଭି ରୋଗୀଙ୍କୁ ନିୟମିତ ଫଳ ଓ ସବୁଜ ପନିପରିବା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ:

ଶରୀରକୁ ସୁସ୍ଥ ରଖିବାରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀର ଦୁର୍ବଳ ଥିଲେ ଡାଏଟ୍‌ରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟକୁ ନିଶ୍ଚୟ ସାମିଲ କରନ୍ତୁ। ଡାଏଟ୍‌ରେ ମାଛ, ଅଣ୍ଡା, ବାଦାମ, ବିନ୍ସ, ସୋୟାବିନ୍‌ ସାମିଲ କରି ଶରୀରରେ ପ୍ରୋଟିନ୍‌ର ମାତ୍ରାକୁ ବଢ଼ାନ୍ତୁ।

ଖାଦ୍ୟଶସ୍ୟ:

ସାରାଦିନ ଫୂର୍ତ୍ତି ରହିବା ପାଇଁ ଶରୀରକୁ ଉର୍ଜାର ଆବଶ୍ୟକତା ରହିଛି। ଏଣୁ ପ୍ରତିଦିନ ଯଅ, ଗହମ କିମ୍ବା ବାଲି ଭଳି ଖାଦ୍ୟ ଶସ୍ୟରେ ତିଆରି ରୁଟି ଖାଆନ୍ତୁ। ଏଥିସହ ଭାତ ବି ଖାଇପାରିବେ। ହେଲଦି ରହିବା ପାଇଁ ଏହି ଖାଦ୍ୟଶସ୍ୟ ଶରୀରକୁ ଭିଟାମିନ୍‌ ଓ ଫାଇବର ଯୋଗାଇଥାଏ।

କମ୍‌ ଚିନି ଲୁଣ ଖାଆନ୍ତୁ:

ଏଡ୍‌ସ ରୋଗୀ କମ୍‌ ପରିମାଣରେ ଚିନି ଲୁଣ ସେବନ କରିବା ଉଚିତ। ଅଧିକ ଚିନି ଲୁଣ ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ କମ୍‌ କରିଥାଏ। ଏଣୁ ଡାକ୍ତରମାନେ ଏଚ୍‌ଆଇଭି ରୋଗୀଙ୍କୁ ଚିନି ଲୁଣ ଖାଇବାକୁ ବାରଣ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button