ସ୍ୱାସ୍ଥ୍ୟ

ଅର୍ଶ ସମସ୍ୟା ଅଛି କି? ଭୁଲ୍‌ରେ ବି ସେବନ କରନ୍ତୁ ନାହିଁ ଏହି ୩ଟି ଖାଦ୍ୟ

ଆଜିକାଲି ଅନେକ ଲୋକ ପାଇଲ୍ସ ବା ଅର୍ଶ ସମସ୍ୟା ଦେଇ ଗତି କରୁଛନ୍ତି। ଏଥିପାଇଁ ଏହା ବିଷୟରେ ସମସ୍ତେ ଠିକ୍‌ ଭାବେ ଜାଣିନେବା ଉଚିତ, ଯେପରି ନିଜର ଯତ୍ନ ନିଜେ ନେଇପାରିବ। ତେବେ ଆସନ୍ତୁ ଜାଣିବା, ଏମିତି କ’ଣ ଜିନିଷ ଅଛି, ଯାହାକୁ ସେବନ କରିବା ଦ୍ୱାରା ଜଣଙ୍କୁ ପାଇଲ୍ସ ସମସ୍ୟା ହୋଇଥାଏ।

୧. ଫାଷ୍ଟ ଫୁଡ୍‌

ଅର୍ଶ ସମସ୍ୟା ଥିବା ଲୋକଙ୍କୁ ଫାଷ୍ଟ୍‍ ଫୁଡ ଖାଇବାଠୁ ଦୂରେଇ ରହିବା ଉଚିତ। ସବୁଠାରୁ ଭଲ ହେବ, ଆପଣ କିଛି ଫଳ ଏବଂ ପନିପରିବା ନିଜ ଡାଏଟ୍‌ରେ ସାମିଲ କରନ୍ତୁ। କାରଣ ଲଗାତାର ଫାଷ୍ଟ୍‍ ଫୁଡ ଖାଇଲେ ପେଟରେ କୋଷ୍ଠକାଠିନ୍ୟ ସମସ୍ୟା ଉପୁଜିପାରେ। ପରେ ଧୀରେ ଧୀରେ ପାଇଲ୍ସ ସମସ୍ୟା ଜନ୍ମ ନେଇପାରେ।

 

୨. ଶୁଖିଲା ଏବଂ କଞ୍ଚା ଲଙ୍କା

ଅଧିକ ଶୁଖିଲା କିମ୍ବା କଞ୍ଚା ଲଙ୍କା ଅର୍ଶର କାରଣ ବନିପାରେ। ଲଙ୍କା ଖାଇଲେ ଅର୍ଶ ସମସ୍ୟା କମି ନ ଥାଏ, ବରଂ ଦିନକୁ ଦିନ ବଢ଼ିଚାଲିଥାଏ। ଲଙ୍କା ବ୍ୟତୀତ ଚଟପଟା, ଗରମ ମସଲା, ରାଗ ଖାଦ୍ୟ ବି ଖାଇବା ଉଚିତ ନୁହେଁ। ଏ ସବୁ ସେବନ କରିବା ଦ୍ୱାରା ପାଇଲ୍ସ ସମସ୍ୟା ଦେଖାଦେଇପାରେ।

୩. ବାହାର ଖାଦ୍ୟ

ଅର୍ଶ ହୋଇଥିବା ଲୋକଙ୍କୁ ବାହାର ଖାଦ୍ୟ ସମ୍ପୂର୍ଣ୍ଣ ତ୍ୟାଗ କରିବା ଉଚିତ। କାରଣ, ବାହାର ଖାଦ୍ୟରେ ଲଙ୍କା, ଲୁଣ ଏବଂ ସଫାସୁତରା ପ୍ରତି ଧ୍ୟାନ ଦିଆଯାଇ ନ ଥାଏ। ବାହାର ଖାଦ୍ୟ ଖାଇଲେ, ସଂକ୍ରମଣ ବଢ଼ିଯାଇଥାଏ। ଏହାସହ ଯନ୍ତ୍ରଣା ମଧ୍ୟ ଅସହ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button