କେବଳ ଜାମୁକୋଳି ନୁହେଁ ତାର ମଞ୍ଜିରେ ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ କ’ଣ ରହିଛି ଫାଇଦା

ବର୍ଷାଦିନରେ ମିଳୁଥିବା ଜାମୁକୋଳି ଆପଣ ହୁଏତ ନିଶ୍ଚିତ ଖାଇଥିବେ। ଯାହା ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ କେବେ ଜାମୁକୋଳି ମଞ୍ଜିର ଫାଇଦା ବିଷୟରେ ହୁଏତ ଜାଣିନଥିବେ। ଜାମୁକୋଳି ଖାଇ ଆପଣ ମଞ୍ଜିକୁ ନିଶ୍ଚିତ ଫୋପାଡି ଦେଉଥିବେ। କିନ୍ତୁ ଜାମୁକୋଳି ମଞ୍ଜିର ଫାଇଦା ବିଷୟରେ ଜାଣିଲେ ଆପଣ ଏହାକୁ ଆଉ ଫୋପାଡିବାକୁ କେବେ ବି ମନେ କରିବେ ନାହିଁ।

ଜାମୁକୋଳି ମଞ୍ଜି ମଧୁମେହ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ପ୍ରୋଟିନ, ଭିଟାମିନ ଏ, ବି, ସି ଏବଂ ଖଣିଜ ଲବଣ ଭଳି ପୁଷ୍ଟିକର ତତ୍ତ୍ୱ ରହିଥାଏ। ଜାମୁକୋଳିକୁ ପାଣିରେ ଘାଣ୍ଟି ପିଇବା ଦ୍ୱାରା ବାନ୍ତି, ଝାଡା, ମନ ବିଚଳିତ ହେବା, ଝାଡାରେ ରକ୍ତ ପଡିବା ଇତ୍ୟାଦିରୁ ଲାଭ ମିଳିଥାଏ। ଏହାର ମଞ୍ଜି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆସନ୍ତୁ ଜାଣିବା ଆଉ କ’ଣ ରହିଛି ଏହାର ଫାଇଦା..
– ଜାମୁକୋଳି ମଞ୍ଜିକୁ ଗୁଣ୍ଡ କରି ୧ରୁ ୨ ଗ୍ରାମ ନେଇ ପାଣିରେ ମିଶାଇ ପିଅନ୍ତୁ। ମଧୁମେହ ରୋଗରୁ ମୁକ୍ତି ମିଳିବ।

– ନୂଆ ଜୋତା ପିନ୍ଧି ପାଦ ଫୋଟକା ହୋଇଯାଇଥିଲେ, ଜାମୁକୋଳି ମଞ୍ଜି ଘଷି ଲଗାଇବା ଦ୍ୱାରା ଘା’ ଠିକ୍ ହୋଇଯାଏ।
– ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ଏହି ମଞ୍ଜି ଗୁଣ୍ଡକୁ ଦହି ସହିତ ମିଶାଇ ଖାଆନ୍ତୁ। ସମସ୍ୟା ଦୂର ହେବ।
– ରକ୍ତପ୍ରଦର ସମସ୍ୟା ରହିଥିଲେ ଜାମୁକୋଳି ମଞ୍ଜିରେ ପଚିଶ ପ୍ରତିଶତ ପିପ୍ପଳ ଚୂର୍ଣ୍ଣ ସହିତ ମିଶାଇ ଦିନକୁ ଦୁଇରୁ ତିନି ଚାମଚ ଖାଇଲେ ଫାଇଦା ମିଳିବ।



