କ୍ୟାନସର ଭଳି ମାରାତ୍ମକ ରୋଗରୁୁ ରକ୍ଷା କରିଥାଏ ଏହି ତେଲ, ଜାଣନ୍ତୁ ଏହାର ଅନେକ ଫାଇଦା

ରସୁଣର ଫାଇଦା ବିଷୟରେ ଆମେ ସମସ୍ତେ ଜାଣିଛନ୍ତି। ଏହାକୁ ସାଧାରଣତଃ ମସଲାରେ ବ୍ୟବହାର କରାଯାଏ। ରସୁଣ ଖାଦ୍ୟର ସ୍ୱାଦକୁ ଆହୁରି ସ୍ୱାଦିଷ୍ଟ କରିଦେଇଥାଏ। ରସୁଣର ଫାଇଦା ତ ଆପଣ ଜାଣିଛନ୍ତି କିନ୍ତୁ କଣ ଆପଣ ରସୁଣ ତେଲର ଫାଇଦା ବିଷୟରେ ଜାଣିଛନ୍ତି। ରସୁଣ ତେଲରେ ଆଣ୍ଟି ବ୍ୟାକ୍ଟିରିଆଲ ଏବଂ ଆଣ୍ଟିଇନଫ୍ଲାମେଟାରୀ ଗୁଣ ରହିଥାଏ। ଏହା ନା କେବଳ ଆମ କାନକୁ ସଫା ରଖିବାରେ ସାହାଯ୍ୟ କରିଥାଏ ବରଂ ଥଣ୍ଡା ଜ୍ୱର ସମୟରେ ହେଉଥିବା କାନ ଯନ୍ତ୍ରଣା ଠାରୁ ଆରାମ ଦେଇଥାଏ। କାନ ଯନ୍ତ୍ରଣା ଠାରୁ ମୁକ୍ତି ପାଇବା ପାଇଁ ରସୁଣ ତେଲର ବ୍ୟବହାର କରନ୍ତୁ। ତେବେ ଆସନ୍ତୁ ଜାଣିବା ରସୁଣର ଆହୁରି ଆଶ୍ଚଯ୍ୟର୍ଜନକ ଫାଇଦା ବିଷୟରେ।
-ରସୁଣ ତେଲ ବ୍ୟବହାର କରିବା ଦ୍ୱାରା ବ୍ଲଡପ୍ରେସରକୁ କମ୍ କରାଯାଇପାରେ। ଏହା ଆମ ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ। ଯେଉଁ କାରଣରୁ ରକ୍ତ ଗାଢ଼ା ନ ହୋଇ ସବୁବେଳେ ପତଳା ରହିଥାଏ। ଏହା ହ୍ରୁଦୟଘାତ ରୋଗ ଠାରୁ ରକ୍ଷା କରିଥାଏ।
-ରସୁଣ ତେଲରେ କ୍ୟାନ୍ସର କୋଶିକାକୁ ନଷ୍ଟ କରିବାର ଗୁଣ ରହିଥାଏ। ପ୍ରତିଦିନ ଏହାର ସେବନ କରିବା ଦ୍ୱାରା କ୍ୟାନସର ରୋଗକୁ ମାତ୍ ଦିଆଯାଇପାରିବ।
-ପାଦରେ ଫଙ୍ଗଲକୁ କମ୍ କରିବାରେ ଏହା ସହାୟକ ହୋଇଥାଏ। ଏଥିପାଇଁ ରସୁଣ ତେଲରେ ତୁଳାକୁ ବୁଡାଇ ଫଙ୍ଗଲ ହୋଇଥିବା ପାଦର ନଖରେ ରାତିସାରା ଲଗାଇ ରଖନ୍ତୁ। ଏଥିରେ ଥିବା ଏଲ୍ଲିସିନରେ ଏକ ପ୍ରକାର ଆଣ୍ଟି ଫଙ୍ଗଲ ତତ୍ତ୍ୱ ରହିଛି ଯାହା ଫଙ୍ଗଲକୁ ରୋକି ପାଦ ନଖକୁ ଠିକ କରିଥାଏ।
-ରସୁଣରେ ଅନେକ ଗୁଣ ରହିଛି ଯାହା ଆଣ୍ଟି ବ୍ୟାକ୍ଟିରିୟାଲ ଭଳି କାମ କରିଥାଏ। ରସୁଣ ତେଲ ଦାନ୍ତ ମାଢ଼ିରେ ଲାଗିଥିବା କୀଡା ଏବଂ ବ୍ୟାକ୍ଟେରିୟାକୁ ଶେଷ କରିଥାଏ। ଏହାଛଡା ଏହା ଦାନ୍ତ ଯନ୍ତ୍ରଣାକୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରିଥାଏ।
-ରସୁଣ ତେଲ ଆଣ୍ଟିଭାଇରସ୍, ଆଣ୍ଟି ବ୍ୟାକ୍ଟେରିୟାଲ ଏବଂ ଆଣ୍ଟି ଭାଇରାଲଯୁକ୍ତ ତେଲ ଅଟେ। କେବଳ କାନ ଯନ୍ତ୍ରଣାକୁ ଠିକ୍ କରିନଥାଏ ଥଣ୍ଡାରେ ମଧ୍ୟ ଏହା ବହୁତ ଲାଭକାରୀ ହୋଇଥାଏ।



