ସ୍ୱାସ୍ଥ୍ୟ

ଶୀତ ଋତୁରେ ଦହି ଖାଇବାକୁ ନେଇ ମନରେ ରହିଛି କି ଦ୍ୱିଧା, ଜାଣନ୍ତୁ କ’ଣ କୁହେ ଆୟୁର୍ବେଦ

ଦହି ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଶରୀର ପାଇଁ ଏହା ଖୁବ୍‌ ଲାଭଦାୟକ ହୋଇଥିବାରୁ ବିଶେଷ କରି ଖରାଦିନେ ଲୋକମାନେ ଲସି ବା ସରବତ ଭାବେ ଅଧିକ ପରିମାଣରେ ଦହି ସେବନ କରିଥାନ୍ତି। କିନ୍ତୁ ଶୀତଦିନେ ଦହି ଖାଇବାକୁ ନେଇ କିଛି ଲୋକଙ୍କ ମନରେ ଦ୍ୱିଧା ରହିଥାଏ। କିଛି ଲୋକ ଭାବନ୍ତି ଯେ ଏହି ଋତୁରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆୟୁର୍ବେଦ ଅନୁସାରେ ଶୀତଦିନେ ଦହି ସେବନ ଠିକ୍‌ ହୋଇଥାଏ କି ନା’…

  • ଶୀତଦିନେ ଦହି ଖାଇବା ଦ୍ୱାରା କଫ ଦୋଷ ବୃଦ୍ଧିପାଏ।
  • ଯେଉଁବ୍ୟକ୍ତିଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ, ସେମାନେ ଦହି ସେବନ କଲେ ଆଜମା ଓ ସାଇନସ ଭଳି ସମସ୍ୟା ଦେଖାଦିଏ। ଏଭଳି ସମସ୍ୟା ଥିଲେ ସନ୍ଧ୍ୟା ପରେ ଦହି ଖାଆନ୍ତୁ ନାହିଁ।
  • ଦହିରେ ମହଜୁଦ୍‌ ଥିବା କ୍ୟାଲସିୟମ୍‌, ଭିଟାମିନ୍‌ ବି ୧୨ ଓ ଫସଫରସ୍‌ ଭଳି ପୋଷକ ତତ୍ତ୍ୱ ଶରୀରର ଇମ୍ୟୁନିଟି ସିଷ୍ଟମ୍‌ ବଢ଼ାଇବାରେ ସାହାଯ୍ୟ କରେ।
  • ଦହି ଖାଇବା ଦ୍ୱାରା ଅନ୍ତରେ ହେଲଦି ବ୍ୟାକ୍ଟେରିଆ ପହଞ୍ଚିଥାନ୍ତି। ଫଳରେ ହଜମ କ୍ରିୟା ତ୍ୱରାନ୍ଵିତ ହୋଇଥାଏ। ଏଣୁ ଶୀତଦିନେ ଦହି ଖାଇବା ଲାଭଦାୟକ ହୋଇଥାଏ।
  • କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଥିଲେ ସନ୍ଧ୍ୟା ୫ଟା ପରେ ଦହି ଖାଆନ୍ତୁ ନାହିଁ।
  • ତେବେ ଶୀତଦିନେ ଦହି ଖାଇବାକୁ ଇଚ୍ଛା ଥିଲେ କମ୍‌ ଥଣ୍ଡାବିଶିଷ୍ଟ ଦହି ଖାଆନ୍ତୁ। କାରଣ ଦହି ଏମିତିରେ ଥଣ୍ଡା ହୋଇଥିବା ବେଳେ ଯଦି ଆପଣ ଥଣ୍ଡା ଦହି ଖାଇବେ ତେବେ କଫ, ସର୍ଦ୍ଦି ହେବା ଆଶଙ୍କା ରହିଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button