ସ୍ୱାସ୍ଥ୍ୟ

ଆଣ୍ଠୁଗଣ୍ଠି ବାତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଆଣ୍ଠୁଗଣ୍ଠି ବାତ ବା ଆର୍ଥରାଇଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି। ଖୁବ୍‌ କମ୍‌ ବୟସରୁ ଯୁବପିଢ଼ି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକୀୟ ପୋଷକ ତତ୍ତ୍ୱର ଅଭାବ ତଥା ନର୍ଭସ୍‌ ଟିସୁର ଦୁର୍ବଳତା କାରଣରୁ ଏହି ସମସ୍ୟା ଦେଖାଯାଉଛି। ଡାକ୍ତରଙ୍କ କହିବାନୁସାରେ ଜୀବନ ଶୈଳୀରେ କେତେ ପରିବର୍ତ୍ତନ କଲେ ଏହି ସମସ୍ୟାରୁ ମୁକ୍ତି ପାଇହେବ। ତେବେ ଆସନ୍ତୁ ଜାଣିବା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାର ସରଳ ଉପାୟ…

  • ଭିଟାମିନ୍‌ ଡି ଅଭାବରୁ ହାଡ଼ ଦୁର୍ବଳ ହୋଇପଡ଼େ। ଏଣୁ ପ୍ରତିଦିନ ସକାଳେ ଭିଟାମିନ୍‌ ଡିର ମୁଖ୍ୟ ସ୍ରୋତ କୁହାଯାଉଥିବା ସୂର୍ଯ୍ୟକିରଣରେ କିଛି ସମୟ ବସନ୍ତୁ।
  • ଅଧିକ ପରିମାଣରେ ସାଲାଡ୍‌ ଓ ପନିପରିବା ସେବନ କରନ୍ତୁ। ଫଳରେ ଶରୀରକୁ ଉତ୍ତମ ପୋଷକ ତତ୍ତ୍ୱ ମିଳିପାରିବ।
  • ସକାଳୁ ଖାଲି ପେଟରେ ଆଲୋଭେରା ଜୁସ୍‌ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ। ଘିକୁଆଁରୀ ହାଡ଼ର ଲ୍ୟୁବ୍ରିକାଣ୍ଟକୁ ବୃଦ୍ଧି କରିବା ସହ ଗ୍ଲୁକୋସାମାଇନ୍‌ର ପରିମାଣ ବଢ଼ାଇ ହାଡ଼କୁ ଫ୍ଲେକ୍ସିବଲ୍‌ କରାଇଥାଏ।

  • ଥଣ୍ଡା ଓ ଗରମ ସେକ ନିଅନ୍ତୁ। ଏଥିପାଇଁ ପ୍ରଥମେ ଆଣ୍ଠୁରେ ଗରମ ପାଣି ଢାଳନ୍ତୁ। ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ଢାଳନ୍ତୁ। ଏଭଳି ୨ରୁ ୫ ମିନିଟ୍‌ ବା ୩ ଥର କରନ୍ତୁ। ଏହି ଉପଚାର ଦ୍ୱାରା ଆଣ୍ଠୁ ଫ୍ଲେକ୍ସିବଲ ରହେ।
  • ଆପଣ ଚାହିଁଲେ ଉଷୁମ ପାଣିରେ ଏକ ଚାମଚ ଲୁଣ ଓ କିଛି ବୁନ୍ଦା ସୁଗନ୍ଧିତ ତେଲ ପକାଇ ପାଦକୁ ବୁଡାଇପାରିବେ। ଏହା ଦ୍ୱାରା ମଧ୍ୟ ଆରାମ ମିଳିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button