ସ୍ୱାସ୍ଥ୍ୟ

ହୃଦୟକୁ ସୁସ୍ଥ ରଖିବା ସହ କ୍ୟାନ୍ସର ଭଳି ଭୟଙ୍କର ରୋଗକୁ ମାତ୍ ଦେଇଥାଏ ପିଆଜ ପତ୍ର

ଥଣ୍ଡାଦିନେ ସବୁଜ ପିଆଜ ଖୁବ୍ ସହଜରେ ମିଳିଯାଇଥାଏ। କେବଳ ସବୁଜ ପିଆଜ ଏବଂ ଆଳୁକୁ ମିଶାଇ ତିଆରି କରାଯାଇଥିବା ଏହି ତରକାରୀର ସ୍ବାଦ ଏପରି ହୋଇଥାଏ ଯେ ପିଲାମାନେ ମଧ୍ଯ ଏହି ତରକାରୀ ଖାଇବାକୁ ପସନ୍ଦ କରିଥାନ୍ତି। ଏହି ପିଆଜକୁ ଆପଣମାନେ ନିଶ୍ଚୟ ଖାଦ୍ଯରେ ସାମିଲ କରନ୍ତୁ କାରଣ ଏହା କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ରକ୍ଷା କରିବା ସହ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ଯ କରିଥାଏ।
ସବୁଜ ପିଆଜରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଡି.ଏନ.ଏ ଏବଂ ସେଲ୍ସର ଟିସ୍ଯୁରେ ହେଉଥିବା କ୍ଷତିକୁ ରୋକିବାରେ ସାହାଯ୍ଯ କରିଥାଏ। ସେହିଭଳି ଏଥିରେ ଥିବା ଭିଟାମିନ-ସି , କୋଲେଷ୍ଟ୍ରଲ ଏବଂ ସୁଗାରର ସ୍ତରକୁ କମ କରିଥାଏ, ଯାହା ହୃଦୟ ସମ୍ବନ୍ଧିୟ ରୋଗ କମ କରିବାରେ ସାହାଯ୍ଯ କରିଥାଏ।

Green-Onionsସବୁଜ ପିଆଜରେ ଭିଟାମିନ-ସି ଏବଂ କେ ରହିଥାଏ, ଯାହା ହାଡ ଗୁଡିକ ସହଜରେ କାମ କରିବାରେ ସାହାଯ୍ଯ କରିଥାଏ। ଭିଟାମିନ-ସି ଯାହା ହାଡରେ ଥିବା କୋଲେଜନକୁ ବଢାଇବା ସହ ମଜବୁତ୍ କରିଥାଏ। ଆଣ୍ଟି-ବ୍ଯାକ୍ଟେରିଆଲ ଏବଂ ଆଣ୍ଟି-ଭାଇରାଲ ପ୍ରପର୍ଟିଜ ଥିବା ସବୁଜ ପିଆଜ ଫ୍ଲୁ, ସଂକ୍ରମଣ ଏବଂ ଭାଇରାଲ ଭାଇରସରୁ ରକ୍ଷା କରିଥାଏ। ଏଥିସହ ଏହା ଶରୀରର ଶ୍ବାସକ୍ରିୟାକୁ ମଧ୍ଯ ସୁସ୍ଥ ରଖିଥାଏ।

onions-ରିସର୍ଚ୍ଚରୁ ଏହି କଥା ମଧ୍ଯ ସାମ୍ନାକୁ ଆସିଛି ସବୁଜ ପିଆଜରେ ଲ୍ଯୁଟିନ ଏବଂ ଜେକ୍ସୌଥୀନ ଭଳି କାରୋଟେନୋଇଡ ରହିଥାଏ, ଯାହା ଆଖିକୁ ସୁସ୍ଥ ରଖିବାରେ ସାହାଯ୍ଯ କରିଥାଏ। ଏହି ପିଆଜ ଇନସୁଲିନ୍ ସ୍ତରକୁ ବଢାଇବା ସହ ରକ୍ତରୁ ଶରୀର ସେଲ୍ସ ପର୍ଯ୍ଯନ୍ତ ସଠିକ୍ ଉପାୟରେ ପହଞ୍ଚାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button