ସ୍ୱାସ୍ଥ୍ୟ

ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଘିକୁଆଁରୀ ସେବନ, ଏସବୁ ରୋଗ ଥିଲେ ଛୁଇଁବା ମନା

ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଘିକୁଆଁରୀ ସାହାଯ୍ୟ କରିଥାଏ। ଘିକୁଆଁରୀ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଏହା ତ ସମସ୍ତେ ଜାଣନ୍ତି, କିନ୍ତୁ ଏହା ଦ୍ୱାରା ଶରୀରର କ୍ଷତି ହୋଇଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଘିକୁଆଁରୀ ରସ ବା ଆଲୋଭେରା ଜୁସ୍‌ କେତେକ କ୍ଷେତ୍ରରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଘିକୁଆଁରୀ ପତ୍ରରେ ଲକ୍ସାଟିଭ୍‌ର ସ୍ତର ରହିଛି। ଏହା ଶରୀର ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ଘିକୁଆଁରୀ ଦ୍ୱାରା ଶରୀରରେ ହେଉଥିବା କ୍ଷତି ସମ୍ପର୍କରେ…

ହୃଦ ସମସ୍ୟା:

ନିୟମିତ ଆଲୋଭେରା ଜୁସ୍‌ ପିଇବା ଦ୍ୱାରା ଶରୀରରେ ପୋଟାସିୟମ୍‌ର ମାତ୍ରା ହ୍ରାସ ପାଇଥାଏ। ଫଳରେ ହୃଦ୍‌ଜନିତ ସମସ୍ୟା ସମେତ ଦୁର୍ବଳତା ଦେଖାଦିଏ। ପୂର୍ବରୁ ହୃଦ ସମସ୍ୟା ଥିବା ବ୍ୟକ୍ତି ଆଲୋଭେରା ଜୁସ୍‌ ପିଇବାରୁ ନିବୃତ୍ତ ରହିବା ଉଚିତ।

ଚର୍ମରୋଗ:

ଆଲୋଭେରା ଜେଲ୍‌ ତ୍ୱଚା ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ ଏହାର ଅଧିକ ବ୍ୟବହାର ଯୋଗୁ ଚର୍ମରୋଗ ହୋଇଥାଏ। ଅଧିକ ଘିକୁଆଁରୀ ଲଗାଇବା ଦ୍ୱାରା କୁଣ୍ଡିଆ, ଆଲର୍ଜି, ନାଲିପଡ଼ିବା ଆଦି ସମସ୍ୟା ଦେଖାଦିଏ।

ଗର୍ଭବତୀଙ୍କ ପାଇଁ କ୍ଷତିକାରକ:

ଘିକୁଆଁରୀରେ ଥିବା ଲାକ୍ଟାଟିଙ୍ଗ୍‌ ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ଅଧିକ ସେବନ କରିବା ଦ୍ୱାରା ଗର୍ଭାଶୟ ସଙ୍କୁଚିତ ହୋଇଯାଏ। ଫଳରେ ପିଲା ଜନ୍ମବେଳେ ଅସୁବିଧା ହୁଏ।

ଡିହାଇଡ୍ରେସନ୍‌:

ଓଜନ କମାଇବାକୁ କିଛି ଲୋକ ସକାଳୁ ସକାଳୁ ଆଲୋଭେରା ଜୁସ୍‌ ପିଇଥାନ୍ତି। କିନ୍ତୁ ଏହା ଶରୀରକୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିଥାଏ। ଆଲୋଭେରା ଜୁସ୍‌ ପିଇବା ଦ୍ୱାରା ଡିହାଇଡ୍ରେସନ୍‌ ଭଳି ସମସ୍ୟା ଉପୁଜେ।

ରକ୍ତଚାପ:

ଲଗାତାର ଘିକୁଆଁରୀ ସେବନ କରିବା ଦ୍ୱାରା ରକ୍ତଚାପ କମିଯାଏ। ଫଳରେ ମୁଣ୍ଡ ବୁଲାଇବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button