ନୀତି

ଆପଣଙ୍କ ଜୀବନ ପ୍ରତି ବିପଦ ଆଣିଦିଏ ‘candle light dinner’, ଯିବା ପୂର୍ବରୁ ପଢନ୍ତୁ ଏହି ରିପୋର୍ଟ

ଆଜିକାଲିର ଯୁବପିଢି ପ୍ରେମକୁ ପରିସ୍ଫୁଟ କରିବା ପାଇଁ ବିଭିନ୍ନ ପ୍ରକାର ଉପହାର, ଡେଟ୍‌, ଡିନର କରିବାକୁ ଯାଉଛନ୍ତି। ଯଦି ଆପଣ ନିଜ ମନର ମଣିଷ ସହିତ‘candle light dinner’ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଏକ ଗବେଷଣାରୁ ଜଣାପଡିଛି। ଯଦି ଆପଣ ସପ୍ତାହକୁ ୪ କିମ୍ବା ୫ ଥର‘candle light dinner’ କରିବାକୁ ଯାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହି ଡିନର କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା କିପରି ଏହା ଆମ ଶରୀରକୁ କ୍ଷତି ପହଞ୍ଚାଏ…

candle

ଯଦି ଆପଣ ପାର୍ଟନରଙ୍କ ସହିତ‘candle light dinner’ କରିବାକୁ ଯାଉଥାନ୍ତି, ତେବେ ପ୍ରଦୂଷଣ ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇଥାଏ। କ୍ୟାଣ୍ଡେଲ ବା ମହମବତୀ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ପାରାଫିନ ଓ୍ଵାକ୍ସର ଧୂଆଁ ଶରୀରକୁ ହାନି କରେ। ଏହାଛଡା ବାୟୁ ପ୍ରଦୂଷଣ ମଧ୍ୟ ହୁଏ। ଯଦି ଆପଣ କୌଣସି ବନ୍ଦ ରୁମ୍‌ ଭିତରେ ଏପରି ଡିନର କରନ୍ତି, ତେବେ ଏହାର ଧୂଆଁ ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ଯାଇ ଫୁସଫୁସକୁ କ୍ଷତି କରିବା ଫଳରେ ଆଜ୍‌ମା ଅସୁବିଧା ଦେଖାଦିଏ। ତେବେ ଆପଣ ଖୋଲା ସ୍ଥାନରେ ଏପରି ଡିନର କରିପାରିବେ।

 

ମହମରେ ଥିବା ପାରାଫିନ ଓ୍ଵାକ୍ସରେ ୨୦ଟି ବିଷାକ୍ତ ତତ୍ତ୍ୱ ରହିଥାଏ। ଏଥିରେ ଏସିଟୋନ, ସାୟଲେନ, ଫିନୋଲ, କ୍ରିସୋଲ ରହିଥାଏ। ଯଦି ଆପଣ ଘରେ ଅଧିକ ମାତ୍ରାରେ ମହମବତୀ ଲଗାନ୍ତି, ତେବେ ଏହାର ଧୂଆ କିଡନୀ ଉପରେ ଖରାପ ପ୍ରଭାବ ମଧ୍ୟ ପକାଏ। ପାରାଫିନ ଧୂଆରେ କିଡନୀ, ମସ୍ତିଷ୍କ, ଫୁସଫୁସ, ଲିଭର ସହିତ ହରମୋନ ମଧ୍ୟ ଅସନ୍ତୁଳନ ହେବାକୁ ଲାଗିଥାଏ।

light

ଏପରି ଧୂଆଁ ଗର୍ଭବତୀ ମହିଳାମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଏହାର ଧୂଆଁ ଦ୍ୱାରା ପିଲା ଏବଂ ମାକୁ କ୍ଷତି ପହଞ୍ଚାଏ। ଗବେଷଣା ଅନୁଯାୟୀ, ସିଗାରେଟରୁ ବାହାରୁଥିବା ଧୂଆଁ ଏବଂ ମହମବତୀରୁ ବାହାରୁଥିବା ଧୂଆଁରେ ଏକ ପ୍ରକାର ଟକ୍ସିନ ମିଳିଥାଏ। ଯାହା ଶରୀର ପାଇଁ କ୍ଷତିକାରକ। ମହମବତୀ ଧୂଆଁରେ ଫୁସଫୁସକୁ ୪୫ ପ୍ରତିଶତ କ୍ଷତି ପହଞ୍ଚିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button