ସ୍ୱାସ୍ଥ୍ୟ

ମେଥି ଦାନାର ଫାଇଦା ବିଷୟରେ ବହୁତ ଶୁଣିଥିବେ ଆପଣ, କଣ ଆପଣ ଜାଣନ୍ତି କି ଶରୀର ଉପରେ ମଧ୍ୟ ରହିଥାଏ ଏହାର କ୍ଷତିକାରକ ପ୍ରଭାବ

ଅନେକ ଲୋକ ମେଥି ଦାନାର ସେବନ କରିଥାନ୍ତି ଏବଂ ବେଳେବେଳେ ଆମେ ଏହାର ତରକାରୀ ମଧ୍ୟ ବନାଇଥାଉ । ଯଦି ଆପଣ ମଧ୍ୟ ମେଥି ଖାଇବାକୁ ବହୁତ ପସନ୍ଦ କରୁଛନ୍ତି ତାହେଲେ ଜାଣି ରଖନ୍ତୁ ଯେ ଜରୁରୀ ନୁହେଁ ମେଥି ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବ । ଏହାର ଅନେକ ଗୁଡିଏ କ୍ଷତିକାରକ ପ୍ରଭାବ ମଧ୍ୟ ରହିଥାଏ । ତାହେଲେ ଆସନ୍ତୁ ଜାଣିବା ମେଥି ଖାଇବା ଦ୍ୱାରା ଶରୀର ଉପରେ ପଡୁଥିବା ପାଞ୍ଚଟି କ୍ଷତିକାରକ ପ୍ରଭାବ ।

Image result for fenugreek

 

  • ଏହା ଜରୁରୀ ନୁହେଁ ଯେ ମେଥିର ସେବନ ସମସ୍ତଙ୍କ ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ । କିଛିଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ବିଶେଷକରି ଯେଉଁ ଲୋକମାନେ ବ୍ଲଡ଼ ସୁଗାର କିମ୍ବା ଡାଇବେଟିସରେ ଆକ୍ରାନ୍ତ ସେହିଭଳି ବ୍ୟକ୍ତି ମାନଙ୍କୁ ଏହାର ସେବନ ଉପରେ ଧ୍ୟାନ ଦେବାକୁ ପଡିବ କାରଣ ଏହା ଶରୀରରେ ସୁଗାରର ସ୍ତରକୁ ପ୍ରଭାବିତ କରିଥାଏ ।
  • ଅନେକ ସମୟରେ ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଯେପରିକି ଗ୍ୟାସ, ଆମ୍ବିଳ ହାକୁଟି ଆସିବା ଇତ୍ୟାଦି । ଏହିସବୁ ସମସ୍ୟାରୁ ବଂଚିବା ପାଇଁ ମେଥିର ସେବନ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ମେଥି ଆପଣଙ୍କୁ ସୁଟ କରୁନି ତାହେଲେ ଏହାର ସେବନ ଆପଣଙ୍କୁ ବନ୍ଦ କରିଦେବା ଆବଶ୍ୟକ।

Image result for fenugreek

  • ଅନେକ ସମୟରେ ମେଥି ଖାଇବା ଦ୍ୱାରା ତ୍ୱଚାର ସମସ୍ୟା ଦେଖାଦେଇଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଇନଫେକ୍ସନ ଏବଂ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ ।
  • ଏହା ବହୁତ ଗରମ ହୋଇଥାଏ ତେଣୁ ଏହାକୁ ଖାଇବା ଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ପରିସ୍ରାରେ ଅଜବ ଗନ୍ଧ ଆସିବା କିମ୍ବା ଏହିଭଳି ଅନ୍ୟ ସମସ୍ୟାରୁ ବଂଚିବା ପାଇଁ ମେଥିର ସେବନ ବନ୍ଦ କରନ୍ତୁ ।
  • ଗର୍ଭବତୀ ମହିଳା କିମ୍ବା ନବଜାତ ଶିଶୁଙ୍କର ମା’ ମାନଙ୍କୁ ମେଥିର ସେବନ ଅତ୍ୟନ୍ତ ସାବଧାନତାର ସହ କରିବା ଆବଶ୍ୟକ କାରଣ ଏହାଦ୍ୱାରା ଡାଇରିଆ ଭଳି ସମସ୍ୟା ଦେଖାଦେଇପାରେ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button