ବିଚାର

ଫ୍ରାଏଡ କୋବି ଖାଇ ଖାଇ ହୋଇଗଲେଣିକି ବୋର, ଆଜିହିଁ ଟ୍ରାଏ କରନ୍ତୁ କଲିଫ୍ଲାୱାର ଚିଜ୍

ସାଧାରଣତଃ ଶୀତଦିନେ ଆମପାଖରେ ଅନେକ ପ୍ରକାର ପରିବାର ଅପ୍ସନ ରହିଥାଏ । ଏହିସବୁ ପରିବା ମଧ୍ୟରେ ଗୋଟିଏ ହେଉଛି କୋବି ଯାହାକୁ ଅନେକ ଲୋକ ପସନ୍ଦ କରିଥାନ୍ତି କିନ୍ତୁ ଗୋଟିଏ ପ୍ରକାରର ସ୍ୱାଦ ମଧ୍ୟ ସମସ୍ତଙ୍କୁ ପସନ୍ଦ ନୁହେଁ । କୋବିରେ ଗୋଟିଏ ପ୍ରକାରର ଆଇଟମ ପ୍ରସ୍ତୁତ କରି କରି ଆପଣ ବୋର ହୋଇଗଲେଣି କି ? ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣି ଦେଇଛୁ କୋବିରେ ପ୍ରସ୍ତୁତ ଏକ ଭିନ୍ନ ପ୍ରକାରର ଡ଼ିସ । ଯାହାକୁ ଖାଇବା ପରେ ଆପଣ ନିଶ୍ଚିତ ଏହାକୁ ବାରମ୍ବାର ଖାଇବାକୁ ଇଛା କରିବେ । ତାହେଲେ ଡେରି କାହିଁକି ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ କଲିଫ୍ଲାୱାର ଚିଜ୍ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

गोभी की फ्राइड सब्जी खाकर हो गए हैं बोर, तो ट्राय करें 'कॉलीफ्लावर चीज़' की टेस्टी डिश

ଆବଶ୍ୟକୀୟ ସାମଗ୍ରୀ

ଫୁଲକୋବି ୧ଟି, ବଟର ୫୦ଗ୍ରାମ, ଲଙ୍କା ପାଉଡର ଅଧା ଚାମଚ, କ୍ଷୀର ଅଧା ଲିଟର, ଗ୍ରେଟ କରିଥିବା ଚିଜ୍ ଅଧାକପ, ଜିରା ଅଳ୍ପ, ହ୍ୱାଇଟ ଚିଲି ପାଉଡର ଅଳ୍ପ, କଞ୍ଚାଲଙ୍କା ଗୋଟିଏ ଓ ଲୁଣ ସ୍ୱାଦାନୁସାରେ ।

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଓ଼ଭେନକୁ 180ଡିଗ୍ରୀରେ ପ୍ରିହିଟ କରିଦିଅନ୍ତୁ । ତାପରେ ଫୁଲକୋବିକୁ କାଟି ପାଣିରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ ଏବଂ ତାକୁ ପାଣିରୁ କାଢି ରଖିଦିଅନ୍ତୁ । ଏହାପରେ ସସ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପ୍ୟାନରେ ବଟର, ଜିରା ଓ ଲଙ୍କାଗୁଣ୍ଡ ପକାଇ ଟିକିଏ ଭାଜନ୍ତୁ । ତାପରେ ସେଥିରେ କ୍ଷୀର ଓ ଅଟା ପକାଇ କିଛିସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ତାପରେ ଏଥିରେ ଲୁଣ ଓ ହ୍ୱାଇଟ ଚିଲି ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ ଏବଂ ଶେଷରେ ସେଥିରେ ଚିଜ ପକାଇ ଗୋଟେ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ିଦିଅନ୍ତୁ । ତାପରେ ବେକିଙ୍ଗ ଟ୍ରେରେ ଟିକିଏ ସସ ପକାଇ ତା ଉପରେ ଫୁଲକୋବି ଗୁଡିକ ଗୋଟି ଗୋଟି କରି ରଖିଦିଅନ୍ତୁ ଆଉ ତାଉପରେ ବଳକା ସସ, ଚିଜ୍ ଓ କଟା କଞ୍ଚାଲଙ୍କା ପକାଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବେକ କରିଦିଅନ୍ତୁ । ତାପରେ ଏହାକୁ ଏକ ପ୍ଲେଟରେ କାଢି ଗରମ ଗରମ ସର୍ଭ କରନ୍ତୁ କଲିଫ୍ଲାୱାର ଚିଜ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button