ଶୀତୁଆ ପାଗରେ ସଂଧ୍ୟାରେ ନିଅନ୍ତୁ ଜିଲାପିର ମଜା, ପ୍ରସ୍ତୁତ କରନ୍ତୁ ‘ସେଓ ଜିଲାପି’

ଜିଲାପି ନାଁ ଶୁଣିଲେ ପାଟିରୁ ଲାଳ ବାହାରିଆସେ। ତେଣିକି ଜିଲାପି ମଇଦାରେ ପ୍ରସ୍ତୁତ ହୋଇଥାଉ ବା ମୁଗ ଡାଲିରେ କିମ୍ବା ବିରି ଡାଲିରେ ହୋଇଥାଉ କିମ୍ବା ବ୍ରେଡରେ ପ୍ରସ୍ତୁତ ହୋଇଥାଉ ମିଠା ସିରାରେ କ୍ରିସପି ଜିଲାପି କାହାକୁ ବା ଭଲଭଲାଗେ ନାହିଁ। ଯଦି ଆପଣଙ୍କୁ ଜିଲାପି ଖାଇବା ପସନ୍ଦ ଥାଏ ତେବେ ଆଜି ଆମେ ଆପଣଙ୍କୁ ସେଓରେ ପ୍ରସ୍ତୁତ ଜିଲାପି ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
• ୨ଟି ସେଓ (ଚୋପା ଛଡା ହୋଇ କଟା ହୋଇଥିବା)
• ୨ କପ୍ ମଇଦା
• ଦୁଇ ଚାମଚ ଚିନି
• ଦୁଇ ବଡ ଚାମଚ ତେଲ
• ୧ କପ୍ ପାଣି
• ୧/୪ ଚାମଚ ଲେମ୍ବୁ ରସ
• ୧/୪ ଚାମଚ ଅଳେଇଚ ପାଉଡର
• ୧/୨ କପ୍ କଟା କାଜୁ
• ଗୋଲାପ ପତ୍ର
ପ୍ରସ୍ତୁତ ପ୍ରଣାଳୀ
• ସର୍ବପ୍ରଥମେ ପାଣି ନେଇ ଗରମ କରନ୍ତୁ। ଏହାପରେ ଏଥିରେ ଚିନି ପକାଇ ଘୋଳ ବନାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଅଲଗା ରଖନ୍ତୁ।
• ଏବେ ଏକ ପାତ୍ରରେ ମଇଦା, ତେଲ ଏବଂ ପ୍ରସ୍ତୁତ କରି ରଖିଥିବା ଚିନି ଘୋଳରେ ପକାଇ ମିଶ୍ରଣ କରନ୍ତୁ।
• ଏବେ ଆମେ ସିରା ପ୍ରସ୍ତୁତ କରିବା। ଏଥିପାଇଁ ଆପଣଙ୍କୁ ଚିନି ଏବଂ ପାଣୀକୁ ଫୁଟାଇବାକୁ ପଡିବ। ଯେତେବେଳେ ଏହା ଫୁଟିଯିବ ସେତେବେଳେ ଏହର ଆଞ୍ଚକୁ ଧିମା କରିଦିଅନ୍ତୁ।
• ଏବେ ଏଥିରେ ଅଳେଇଚ ପାଉଡର, ଲେମ୍ବୁରସ ପକାଇ ତାର ଆସିବା ଯାଏ ଫୁଟାନ୍ତୁ। ଏହା ପରେ ଆପଣଙ୍କ ସିରା ପ୍ରସ୍ତୁତ ହୋଇଯାଇଛି।
• ଏବେ ଆପଣ ଏକ କଡାରେ ତେଲ ଗରମ କରନ୍ତୁ।
• ମଇଦା ମିଶ୍ରଣରେ ସେଓ ବା ଆପଲର ଖଣ୍ଡକୁ ପକାଇ ଭଲଭାବେ ମିକ୍ଦ କରିଦିଅନ୍ତୁ।
• ଏହାପରେ ତେଲରେ ଏହାକୁ ପକାଇ ଛାଣନ୍ତୁ। ଏହାକୁ ଧିମା ଆଞ୍ଚରେ ସେତେ ପର୍ଯ୍ୟନ୍ତ ଛାଣନ୍ତୁ ଯେତେ ପର୍ଯ୍ୟନ୍ତ ଏହା ସୁନେଲୀ ରଙ୍ଗ ନ ହୋଇଛି।
• ଏହାକୁ ବାହାରକୁ କାଢ଼ି ସିରାରେ ୨ ମିନିଟ ପର୍ଯ୍ୟନ୍ତ ବୁଡାନ୍ତୁ।
• ଏବେ ଆପଣଙ୍କର ଜିଲାପି ପ୍ରସ୍ତୁତ ହୋଇଯାଇଛି। ଏହାକୁ କଟା କାଜୁ ଏବଂ ଗୋଲାପ ପତ୍ର ଦେଇ ସଜାଇ ସର୍ଭ କରନ୍ତୁ।



