ସ୍ୱାସ୍ଥ୍ୟ

ଛୋଟ ଛୋଟ କଥାକୁ ମନେ ରଖିପାରୁନାହାନ୍ତି କି! ଏହି ଲକ୍ଷଣକୁ ଆଦୌ କରନ୍ତୁନି ଅଣଦେଖା, ହୋଇଥାଇପାରେ ବଡ଼ ରୋଗ

ଯଦି ଆପଣ ଛୋଟ ଛୋଟ କଥାକୁ ମନେ ରଖିପାରୁନାହାନ୍ତି ଓ ଖୁବ୍‌ କମ୍‌ ସମୟରେ ଭୁଲିଯାଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଅଲ୍‌ଜାଇମର ରୋଗର ସଙ୍କେତ ହୋଇଥାଇପାରେ। ଅଧିକାଂଶ ଲୋକଙ୍କ ଧାରଣା ରହିଛି ଯେ ଅଲ୍‌ଜାଇମର କେବଳ ବୃଦ୍ଧଲୋକଙ୍କୁ ହୋଇଥାଏ। ମାତ୍ର କେତେକ ରିସର୍ଚ୍ଚରେ ଜଣାଯାଇଛି ଯେ ୩୦ ବର୍ଷ ପରେ ଜଣେ ବ୍ୟକ୍ତିଙ୍କ ଠାରେ ଆଲଜାଇମର ରୋଗ ଦେଖାଦେଇପାରେ। ଏହା ଏକ ବଂଶାନୁକ୍ରମିକ ରୋଗ ହୋଇଥିଲେ ମଧ୍ୟ ଖରାପ ଜୀବନଶୈଳୀ ଯୋଗୁ ବି ଆଜିକାଲି ଅନେକ ଲୋକ ଏହି ରୋଗରେ ପୀଡ଼ିତ ହେଉଛନ୍ତି।

ଭୁଲିବା ରୋଗକୁ ଅଲଜାଇମର କୁହାଯାଏ। ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ଠାରେ ସ୍ମୃତିଶକ୍ତିର ଅଭାବ, ନିର୍ଣ୍ଣୟ ନ ନେଇ ପାରିବା, କହିବାରେ ସମସ୍ୟା ଆଦି ଅସୁବିଧା ଦେଖାଯାଏ। ବୟସ ବଢ଼ିବା ସହ ଏହି ରୋଗ ଅଧିକ ପରିମାଣରେ ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ।

ଅଲଜାଇମର ରୋଗ ହେବାର ବିଭିନ୍ନ କାରଣ ରହିଛି। ଉଚ୍ଚ ରକ୍ତଚାପ, ମଧୁମେହ ଓ ଖରାପ ଜୀବନଶୈଳୀ ଏହାର ପ୍ରମୁଖ କାରଣ। ରୋଗ ବଢ଼ିଗଲେ ବ୍ୟକ୍ତି ନିଜ ପରିବାର ଲୋକଙ୍କ ମୁହଁ ମଧ୍ୟ ଭୁଲିଯାଇଥାଏ ଓ ଚିହ୍ନିପାରେ ନାହିଁ। ଆଖପାଖରେ ଥିବା ବସ୍ତୁକୁ ଚିହ୍ନିବାରେ ମଧ୍ୟ ସମସ୍ୟା ଦେଖାଦିଏ। ଏହି ରୋଗ ହୋଇଥିବା ବ୍ୟକ୍ତି ନିଜେ ନିଜର କ୍ଷତି ଘଟାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button