ନୀତି

ଜାଣନ୍ତୁ ପୌଷ ମାସରେ କଣ ଖାଇବା ଏବଂ ନଖାଇବା ଉଚିତ୍‌

ବର୍ତ୍ତମାନ ପୌଷ ମାସ ଚାଲୁଛି। ଏହି ପୌଷ ମାସ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୧୦ ଜାନୁୟାରୀ ପର୍ଯ୍ୟନ୍ତ ରହିବ। ଏହି ମାସରେ ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ବ୍ୟକ୍ତି ସୁସ୍ଥ ଏବଂ ସମ୍ପନ୍ନ ରହିଥାନ୍ତି।। ପୌଷ ମାସରେ ଖାଇବାକୁ ନେଇ ଜଡିତ କିଛି ନିୟମ ମଧ୍ୟ ରହିଛି, ଯାହାକୁ ଧ୍ୟାନରେ ରଖିବା ଜରୁରୀ। ତେବେ ଆସନ୍ତୁ ଜାଣିବା ପୌଷ ମାସରେ କଣ ଖାଇବା ଉଚିତ ଏବଂ କଣ ଖାଇବା ଉଚିତ ନୁହେଁ।

ପୌଷ ମାସରେ କଣ ଖାଇବେ

ପୌଷ ମାସରେ ଖାଦ୍ୟ-ପେୟକୁ ନେଇ ବହୁତ ସାବଧାନରେ ରଖିବାକୁ ପଡିଥାଏ। ଏହି ମାସରେ ଖୁଆ ଏବଂ ଦୁଗ୍ଧ ଜାତୀୟ ଜିନିଷର ବ୍ୟବହାର କରିବା ପାଇଁ କୁହାଯାଏ।

ଚିନି ବଦଳରେ ଗୁଡର ସେବନ କରନ୍ତୁ। ଜୁଆଣୀ, ଲବଙ୍ଗ ଏବଂ ଅଦାର ସେବନ ଲାଭକାରୀ ହୋଇଥାଏ। ଗହମ, ଚାଉଳ ଏବଂ ଜଅ ଖାଇବା ମଧ୍ୟ ଲାଭକାରୀ ହୋଇଥାଏ।

foodପୌଷ ମାସରେ ଆପଣ ଖାଇବାରେ ବିଟ ଲୁଣ ବ୍ୟବହାର କରିବା ଉଚିତ। ତେଲର ସେବନ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ପୌଷ ମାସରେ କଣ ଖାଇବା ଅନୁଚିତ

ଏହି ମାସରେ ଥଣ୍ଡା ପାଣୀର ବ୍ୟବହାର, ସ୍ନାନରେ ଅନିୟମିତତା ଏବଂ ଅତ୍ୟଧିକ ଖାଦ୍ୟ କ୍ଷତିକାରକ ହୋଇପାରେ। ଏହି ମାସରେ ଅଧିକ ତେଲ, ଘିଅର ବ୍ୟବହାର ମଧ୍ୟ ଭଲ ହୋଇନଥାଏ।

ଏହି ମାସରେ ତାମସିକ ଭୋଜନ କରିବା ଠାରୁ ଦୂରେଇ ରହିବା ଉଚିତ। ତାମସିକ ଭୋଜନ ପଚନ ହେବା ପାଇଁ ବହୁତ ଅଧିକ ପରିଶ୍ରମ

କରିବାକୁ ପଡିଥାଏ। ବିରି ଡାଲି କିମ୍ବା ମସୁର ଡାଲି ଠାରୁ ମଧ୍ୟ ଦୂରତା ରକ୍ଷା କରନ୍ତୁ।
ବାଇଗଣ, ଫୁଲ କୋବି ଏବଂ ମୂଳାର ମଧ୍ୟ ସେବନ କମ୍‌ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button