ସ୍ୱାସ୍ଥ୍ୟ

ଶରୀରରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ନିଜ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ଖୁବ ଶୀଘ୍ର ଅନୁଭବ କରିବେ ଫରକ

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକେ ଏତେ ମାତ୍ରାରେ ମଜ୍ଜି ଯାଉଛନ୍ତି ଯେ ନିଜ ଶରୀର ଉପରେ ସେତେଟା ଧ୍ୟାନ ଦେଇ ପାରୁନାହାନ୍ତି । ଦେହ ପ୍ରତି ଯତ୍ନଶୀଳ ନହେବାରୁ ଅଳ୍ପ କାମ କଲେ ମଧ୍ୟ ଅଧିକାଂଶ ଲୋକ ବହୁ ସମୟରେ ଥକ୍କା ପଣ ଅନୁଭବ ହେଉଛି । ଏମିତିକି କମ କାମ କଲେ ମଧ୍ୟ ହାଲିଆ ହେଇ ଯାଉଛନ୍ତି । ଏହା ପଛର ସବୁଠୁ ବଡ କାରଣ ହେଉଛି ରକ୍ତ ହୀନତା । କେତେ ଗୁଡିଏ ଖାଦ୍ୟକୁ ପ୍ରତିଦିନର ଡାଏଟରେ ସାମିଲ କଲେ ଆପଣ ଅତି ସହଜରେ ନିଜ ଶରୀରର ରକ୍ତ ହୀନତାକୁ ପୂରଣ କରି ପାରିବେ । ତେବେ ଆସନ୍ତୁ ଜାଣିବା କଣ କଣ ରହିଛି ସେହି ସବୁ ଖାଦ୍ୟ ।

palanga

ପାଳଙ୍ଗ ଶାଗ:

ଶରୀରରେ ଆଇରନ, ଭିଟାମିନ ବି 12 ଓ ଫଲିକ ଏସିଡର ଅଭାବକୁ ପାଳଙ୍ଗ ଶାଗ ପୂରଣ କରିପାରିଥାଏ । ଗୋଟେ ଦିନ ଭିତରେ ୨ ଥର ପାଳଙ୍ଗ ସୁପ ପିଇଲେ ଦୁର୍ବଳତା ଖୁବ ଅଳ୍ପଦିନ ଭିତରେ ଦୂରେଇ ଯାଇଥାଏ । ସୁପ ବଦଳରେ ଆପଣ ପାଳଙ୍ଗ ଜୁସ ବନେଇ ବି ପିଇପାରିବେ । କିନ୍ତୁ ଚିନି ବଦଳରେ ଏଥିରେ ମହୁର ବ୍ୟବହାର କରିବା ଶରୀର ପାଇଁ ଅଧିକ ଲାଭ ଦାୟକ ହୋଇଥାଏ ।

beat root

ବିଟ :

ଏମିତିରେ ବିଟର ରଙ୍ଗ ଠିକ ରକ୍ତ ଭଳି ହିଁ ହୋଇଥାଏ । ଅନ୍ୟ ପକ୍ଷରେ ବିଟ ହେଉଛି ଆଇରନ, ଫାଇବର, କ୍ୟାଲସିୟମ ପରି ଉପାଦାନର ମୁଖ୍ୟ ସ୍ରୋତ । ବିଟ ଓ ଗାଜର ରସ ମିଶେଇ ଜୁସ ଆକାରରେ ପିଇଲେ ଶରୀରରେ ରକ୍ତର ମାତ୍ରା ବଢିଥାଏ । ନଚେତ ଆପଣ ସାଲାଡ ଓ ବିଭିନ୍ନ ତରକାରୀରେ ମଧ୍ୟ ଏହି ପରିବାର ବ୍ୟବହାର କରିପାରିବେ ।

pomargranate

ବେଦନା:

ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଅମୃତ ସଦୃଶ ହୋଇଥାଏ ବେଦନା । ରକ୍ତ ହୀନତାକୁ ଦୂର କରିବା ପାଇଁ ଏହାର ଜୁସ ଖୁବ ଲାଭଦାୟକ ହୋଇଥାଏ । ବେଦନା ଜୁସରେ ଏକ ଛୋଟ ଚାମଚ ଡାଲଚିନି ଗୁଣ୍ଡ ଓ ଦୁଇ ଚାମଚ ମହୁ ମିଶେଇ ପିଇଲେ ଶରୀରର ସମସ୍ତ ରୋଗ ଦୂରେଇଯାଇଥାଏ ।

khajuri

ଖଜୁରୀ:

ଖଜୁରୀ ଶରୀର ପାଇଁ ଅତ୍ୟନ୍ତ ଲଭଦାୟୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଦୁଇଟି ଖଜୁରୀକୁ କ୍ଷୀରରେ ବତୁରାଈ ଦିଅନ୍ତୁ । ସକାଳୁ ଉଠି ଖାଲି ପେଟରେ ଏ ଦୁଇଟିକୁ ପିଇଦିଅନ୍ତୁ । ରକ୍ତ ହୀନତାକୁ ଦୂର କରିବାରେ ଏହା ହେଉଛି ସବୁଠୁ ସହଜ ଉପାୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button