ସ୍ୱାସ୍ଥ୍ୟ

ନୂଆବର୍ଷରେ ଫିଟ୍‌ ରହିବାକୁ ଚାହୁଁଥିଲେ ନିଶ୍ଚୟ ଆପଣାନ୍ତୁ ଏହି ଫିଟ୍‌ନେସ୍‌ ରିଜଲ୍ୟୁସନ୍‌

ଆଉ ମାତ୍ର କିଛିଦିନ ପରେ ପାଦ ଥାପିବାକୁ ଯାଉଛି ନୂଆବର୍ଷ। ନୂଆବର୍ଷରେ ଅଧିକାଂଶ ଲୋକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ନୂଆ ନୂଆ ରିଜଲ୍ୟୁସନ୍‌ ନେଇଥାନ୍ତି। କିନ୍ତୁ ଏହି ସଂକଳ୍ପକୁ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଜାୟ ରଖିପାରିନଥାନ୍ତି। ଫଳରେ ଅଧିକାଂଶ ସମୟ ସ୍ୱାସ୍ଥ୍ୟ ଖରାପ ରହିଥାଏ। ଖାଦ୍ୟପେୟରେ ଧ୍ୟାନ ନ ଦେବା କାରଣରୁ କ୍ୟାଲୋରୀ ବଢ଼ିବା ସହ ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଏଣୁ ଯଦି ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ନୂଆବର୍ଷରେ ନିଅନ୍ତୁ ଏହି ହେଲ୍‌ଥ ରିଜଲ୍ୟୁସନ୍‌ ବା ସ୍ୱାସ୍ଥ୍ୟସଂକଳ୍ପ…

ପୁଷ୍ଟିକର ଖାଦ୍ୟ ଖାଆନ୍ତୁ:

ଏଣୁ ତେଣୁ ଖାଦ୍ୟ ନଖାଇ ପୁଷ୍ଟିକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଅଧିକ ଫାଇଭରଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଖାସ୍‌ କରି ବ୍ରେକ୍‌ଫାଷ୍ଟ କେବେ ବି ଯେମିତି ମିସ୍‌ ନ ହୁଏ ସେ ନେଇ ସଂକଳ୍ପ କରନ୍ତୁ।

ଅଳ୍ପ ଅଳ୍ପ କରି ଖାଆନ୍ତୁ:

ଅଧିକାଂଶ ଲୋକ କମ୍‌ ଥର ଅଧିକ ଅଧିକ ଖାଦ୍ୟ ଥାଆନ୍ତି। ଫଳରେ ଓଜନ ବୃଦ୍ଧିପାଏ। ଏଣୁ ସବୁବେଳେ କମ୍‌ କମ୍‌ କରି ଅଧିକ ଥର ଖାଆନ୍ତୁ। ଏହା ଦ୍ୱାରା ପାଚନ କ୍ରିୟା ତ୍ୱରାନ୍ଵିତ ହେବା ସହ ଖାଦ୍ୟ ଜଲ୍‌ଦି ହଜମ ହେବ ଓ ଚର୍ବି ଅଂଶ ମଧ୍ୟ ରହିବ ନାହିଁ। ଦିନକୁ କମ୍‌ସେ କମ୍‌ ୫-୬ ଥର ଅଳ୍ପ ଅଳ୍ପ କରି ଖାଆନ୍ତୁ।

ପ୍ରୋଟିନ୍‌ ଉପରେ ଧ୍ୟାନ ଦିଅନ୍ତୁ:

ଭୋଜନରେ କାର୍ବୋହାଇଡ୍ରେଡ୍‌ ଯୁକ୍ତ ଖାଦ୍ୟ ଓ ଚିନି ଯେତେ ପାରୁଛନ୍ତି କମ୍‌ ପରିମାଣରେ ଖାଆନ୍ତୁ। ପ୍ରୋଟିନ୍‌ ପାଇଁ ଭୋଜନରେ ଚିକେନ୍‌, ମାଛ, ଅଣ୍ଡା ଆଦି ସେବନ କରିପାରିବେ। ନିରାମିଷରେ ପାଳଙ୍ଗ, ମଟର, ବ୍ରୋକଲି ଆଦି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ।

ପ୍ରଚୁର ପାଣି ପିଅନ୍ତୁ:

ଶରୀରକୁ ଯେତିକି ପରିମାଣର ଖାଦ୍ୟ ଆବଶ୍ୟକ ହୋଇଥାଏ ସେତିକି ପାଣି ମଧ୍ୟ ଦରକାର ପଡ଼ିଥାଏ। ଏଣୁ ନିୟମିତ ବ୍ୟବଧାନରେ ପାଣି ପିଇବାକୁ ସଂକଳ୍ପ ନିଅନ୍ତୁ। ଦିନକୁ କମ୍‌ ସେ କମ୍‌ ଆଠ ଗ୍ଲାସ୍‌ ପାଣି ପିଅନ୍ତୁ। ଅଧିକ ପାଣି ପିଇବା ଦ୍ୱାରା ଶରୀରର ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ ଫଳରେ ଶରୀର ସୁସ୍ଥ ରହେ।

ପ୍ରତିଦିନ ବ୍ୟାୟାମ କରନ୍ତୁ:

ଯେତେ ପୁଷ୍ଟିକର ଖାଦ୍ୟ ଖାଇଲେ ମଧ୍ୟ ଯଦି ଆପଣ ନିୟମିତ ବ୍ୟାୟାମ ବା ଏକ୍ସରସାଇଜ୍‌ କରୁନାହାନ୍ତି ତେବେ ଶରୀରକୁ ନିରୋଗ ରଖିବା କଷ୍ଟକାରକ ହୋଇପଡ଼ିବ। ଏଣୁ ପ୍ରତିଦିନ ଅଧଘଣ୍ଟା ସମୟ କାଢ଼ି ଏକ୍ସରସାଇଜ୍‌ କରିବାକୁ ସଂକଳ୍ପ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button