ମନୋରଞ୍ଜନ

ଖ୍ରୀଷ୍ଟମାସକୁ କରନ୍ତୁ ସ୍ପେଶାଲ, ଘରେ ପ୍ରସ୍ତୁତ କରନ୍ତୁ ଏହି ଖାସ୍‌ ଚକୋଲେଟ୍‌ କେକ୍‌

ଆସନ୍ତାକାଲି ଖ୍ରୀଷ୍ଟମାସ ବା ବଡଦିନ। ଏହି ପର୍ବକୁ ସାରା ବିଶ୍ୱ ପାଳନ କରେ। ଏହି ପର୍ବରେ ଲୋକମାନେ କେକ ଖୁଆଇ ପର୍ବକୁ ସେଲିବ୍ରେଟ୍‌ କରନ୍ତି। ଏହି ସ୍ପେଶାଲ ଦିନରେ କେକ ତିଆରି କରାଯାଏ। ଯଦି ଆପଣ କେକ କରିବା ପାଇଁ ଭାବୁଛନ୍ତି କିନ୍ତୁ କେମିତି ତିଆରି ହୁଏ ଜାଣିନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କୁ ଜଣାଇବୁ କେକ ରେସିପି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

ମଇଦା – ୧/୨ କପ୍‌

କଦଳୀ-୨

ଡାର୍କ ଚକୋଲେଟ୍‌- ୧୭୫ ଗ୍ରାମ

ଲହୁଣୀ – ୧/୨ କପ୍‌

ଅଣ୍ଡା – ୨

ଚିନି – ୧/୨ କପ୍‌

ଭାନିଲା ଆସେନ୍ସ – ୧ ଟେବୁଲ ଚାମଚ

ବେକିଂ ପାଉଡର – ୧ ଟେବୁଲ ଚାମଚ

ବେକିଂ ସୋଡା – ୧/୨ ଚାମଚ

ଲୁଣ – ଏକ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ବେକିଂ ପାଉଡର, ବେକିଂ ସୋଡା ଏବଂ ଲୁଣ ମିକ୍ସ କରନ୍ତୁ।

-ଏହାପରେ ଏଥିରେ କ୍ରୀମ, ଲହୁଣୀ ଏବଂ ଚିନି ପକାଇ ସବୁ ଜିନିଷକୁ ଭଲଭାବେ ମିକ୍ସ କରନ୍ତୁ।

-ମିକ୍ସ କରିବା ପରେ ଅଣ୍ଡା ପକାନ୍ତୁ ଏବଂ ଭଲଭାବେ ଫେଣ୍ଟନ୍ତୁ।

-ଏହାପରେ ଅନ୍ୟ ଅଣ୍ଡା ବି ପକାନ୍ତୁ ଏବଂ ଭଲଭାବେ ମିକ୍ସ କରନ୍ତୁ।

-ଏବେ ଭାନିଲା ଆସେନ୍ସ ଏବଂ ମେଲ୍ଟ ହୋଇଥିବା ଡାର୍କ ଚକୋଲେଟକଚ ମିଶାନ୍ତୁ।

-ଏବେ ପ୍ରସ୍ତୁତ ମିଶ୍ରଣକୁ ଏକ ପାତ୍ରରେ ରଖନ୍ତୁ। ଏହାପରେ ପ୍ରେସର କୁକରର ସିଟି ବାହାର କରି ଏହି ପାତ୍ରକୁ ବସାଇ ଦିଅନ୍ତୁ ।

-ଏହାପରେ ୩୦ରୁ୩୫ ମିନିଟ୍‌ ହୋଇଗଲା ପରେ ପ୍ରେସର କୁକରର ଢ଼ାଙ୍କୁଣୀ ବାହାର କରି ଚେକ୍‌ କରନ୍ତୁ।

-ଯଦି ତାହା ଛୁରୀରେ ଲାଗୁନଥାଏ ତେବେ ଆପଣଙ୍କର କେକ୍‌ ପ୍ରସ୍ତୁତ ହୋଇଯାଇଛି।

-ଏବେ ଏହାକୁ ନିଜ ପରିବାର ଏବଂ ଅତିଥିଙ୍କୁ ମଧ୍ୟ ଖୁଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button