ସ୍ୱାସ୍ଥ୍ୟ

ପ୍ରବଳ ଥଣ୍ଡା ଯୋଗୁ ବେମାରରେ ପଡ଼ିପାରେ ଆପଣଙ୍କ ଶିଶୁ, ଏହି ଉପାୟରେ କରନ୍ତୁ ତା’ଦେଖାଶୁଣା…

ଦେଶର ସବୁପ୍ରାନ୍ତରେ ଶୀତର ଲହରୀ ଜାରି ରହିଛି। ଥଣ୍ଡାରୁ ରକ୍ଷା ପାଇବାକୁ ଲୋକମାନେ ବିଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି। ବଡ଼ମାନେ ତ ଥଣ୍ଡାରୁ ମୁକ୍ତି ପାଇଁ ଗରମ ପୋଷାକ ପିନ୍ଧିବା ସହ ଗରମ ଖାଦ୍ୟ ଭୋଜନ କରୁଛନ୍ତି, କିନ୍ତୁ ଛୋଟ ପିଲା ଏ ଋତୁରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ଦିନମାନଙ୍କରେ ପିଲାମାନଙ୍କର ସ୍ୱତନ୍ତ୍ର ଧ୍ୟାନ ରଖିବା ଜରୁରୀ। ଆସନ୍ତୁ ଜାଣିବା ଶୀତଦିନେ ପିଲାଙ୍କ ଯତ୍ନ ନେବେ କେମିତି…

ଛୋଟ ପିଲାଙ୍କୁ ପୋଷାକ ପିନ୍ଧାଇ ଶୁଆଇବା ପରେ ପ୍ରାୟତଃ ସେମାନେ ଖେଳି ଖେଳି ଡ୍ରେସ୍‌ ଖୋଲି ଦେଇଥାନ୍ତି କିମ୍ବା କମ୍ବଳକୁ ଦୂରକୁ ଫିଙ୍ଗିଦେଇଥାନ୍ତି। ଏଣୁ ଶୀତଦିନେ ପିଲାଙ୍କ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ସେ ଭଲ ଭାବେ ଘୋଡେଇ ହୋଇ ଶୋଇଛି କି ନାହିଁ ବାରମ୍ବାର ଚେକ୍‌ କରନ୍ତୁ।

ଛୋଟ ଛୁଆଙ୍କ ଶରୀର ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ଏଣୁ ଶୀତଦିନେ ସେମାନଙ୍କୁ ଶୀଘ୍ର ଥଣ୍ଡା, ଜର ହେବା ସମ୍ଭାବନା ରହିଛି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଡାକ୍ତର ଦେଖାନ୍ତୁ।

ନିୟମିତ ବ୍ୟବଧାନରେ ଛୁଆକୁ ଉଷୁମ କ୍ଷୀର ପିଆନ୍ତୁ।

ଛୁଆକୁ ବାହାରର ତରଳ ଖାଦ୍ୟଠାରୁ ଦୂରେଇ ରଖନ୍ତୁ।

୬ ମାସ ପର୍ଯ୍ୟନ୍ତ ଛୁଆକୁ କେବଳ ମା’ କ୍ଷୀର ଦିଅନ୍ତୁ।

ପିଲାଙ୍କୁ ପ୍ରତିଦିନ ମଶ୍ଚରାଇଜର ଲଗାଇବାକୁ ଯେମିତି ନ ଭୁଲନ୍ତି।

ଛୁଆଠାରେ କିଛି ବି ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button