ମନୋରଞ୍ଜନ

ସନ୍ଧ୍ୟା ଟିଫିନରେ ଘରେ ବନାନ୍ତୁ ଟେଷ୍ଟି ‘ମଟର ସିଙ୍ଗଡ଼ା’

ଆପଣ ତ ବଜାରରୁ ସିଙ୍ଗଡ଼ା କିଣି ଖାଉଥିବେ । ବଜାରରେ ମିଳୁଥିବା ସିଙ୍ଗଡ଼ା ଗୁଡିକରେ ସାଧାରଣତଃ ଆଳୁ ମସଲାକୁ ପୁର ଭାବେ ଦିଆଯାଇଥାଏ । ଆଳୁ ପୁର ହେତୁ ଡାଇବେଟିସ ରୋଗୀ ମାନେ ଏହାକୁ ଖାଇପାରନ୍ତି ନାହିଁ । ତେଣୁ ଆପଣ ଯଦି ଘରେ ମଟର ସମୋସା ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଖୁଆଇ ପରିବର । ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ସିଙ୍ଗଡ଼ା ପ୍ରସ୍ତୁତ ପାଇଁ :

୧. ମଇଦା- ଗୋଟେ କପ

୨. ସୁଜି – ୧ ଚାମଚ

୩. ଲୁଣ – ସ୍ୱାଦ ଅନୁଯାୟୀ

୪. ତେଲ – ୨ ଚାମଚ

ନଖ ଉଷୁମ ପାଣି

samosa

ପୁର ପାଇଁ :

ସିଝା ମଟର- ୨ କପ

ତେଲ – ଛାଣିବା ପାଇଁ

ଧନିଆ ପାଉଡର – ୩ ଚାମଚ

ଆର୍ମଚୁର ପାଉଡର – ୧ ଚାମଚ

ଲଙ୍କା ଗୁଣ୍ଡ – ୧ ଚାମଚ

ଗରମ ମସଲା- କିଛି

ଲୁଣ ସ୍ୱାଦ ଅନୁସାରେ

samosha

ପ୍ରସ୍ତୁତି ପ୍ରଣାଳୀ;

-ପ୍ରଥମେ ମଇଦା, ସୁଜି, ଲୁଣ ଓ ତେଲ କୁ ଭଲ ଭାବେ ମିକ୍ସ କରନ୍ତୁ । ଏବେ ଉଷୁମ ପାଣି ଦେଇ ଅଟା ଚକଟା ଭଳି ପ୍ରସ୍ତୁତ କରନ୍ତୁ । ଚକଟି ସାରିବା ପରେ ଅଧା ଘଣ୍ଟା ପାଇଁ ଛାଡି ଦିଅନ୍ତୁ ।

– ପ୍ରଥମେ କଞ୍ଚା ମଟରକୁ ପାଣିରେ ସିଝାଇ ଦିଅନ୍ତୁ ।

– ଏବେ ଏହାର ପାଣିକୁ ବାହାର କରି ଶୁଖାଇ ଦିଅନ୍ତୁ ।

– ଏବେ ଏକ ପାତ୍ରରେ ମଟର, ଧନିଆ ପାଉଡର, ଲଙ୍କା ଗୁଣ୍ଡ ଓ ଗରମ ମସଲା, ଲୁଣ ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।

-ଏବେ ଏକ ପ୍ୟାନରେ ତେଲ ଗରମ କରି ପୂର୍ବ ପ୍ରସ୍ତୁତ ମିକ୍ଚରକୁ ପକାନ୍ତୁ ଓ ଭଲ ଭାବେ ଭାଜି ଦିଅନ୍ତୁ ।

ସିଙ୍ଗଡ଼ା କିପରି କରିବେ :

ଚକଟା ଯାଇଥିବା ଅଟାର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏବେ ଏହାକୁ ରୁଟି ଆକାରର ବେଲି ଦିଅନ୍ତୁ ।
– ଅଧାରୁ କାଟି ସେଥିରେ ପୁର ଭର୍ତ୍ତି କରନ୍ତୁ । ଏବେ ଏହାକୁ ସିଙ୍ଗଡ଼ା ଆକାର ଦିଅନ୍ତୁ ।
– ଏବେ କଡେଇରେ ତେଲ ଗରମ କରି ପ୍ରସ୍ତୁତ ହୋଇଥିବା ସିଙ୍ଗଡ଼ା ଗୁଡିକୁ ଛାଣି ଦିଅନ୍ତୁ । ଏବେ ଘରେ ପ୍ରସ୍ତୁତ ହୋଇଥିବା ଚଟଣି ସହ ଖାଇବାକୁ ଦିଅନ୍ତୁ ଟେଷ୍ଟି ମଟର ସିଙ୍ଗଡ଼ା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button