ସ୍ୱାସ୍ଥ୍ୟ

କଳା ନୁହେଁ ଧଳା ଗୋଲମରିଚର ମଧ୍ୟ ରହିଛି ଅନେକ ଫାଇଦା, ଡାଇବେଟିସ୍‌ ସମେତ ଏସବୁ ରୋଗରୁ ଦିଏ ମୁକ୍ତି

କଳା ଗୋଲମରିଚର ଫାଇଦା ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ କେବେ ଧଳା ଗୋଲମରିଚ ବିଷୟରେ ଶୁଣିଛନ୍ତି କି? ଶୁଣି ଆଶ୍ଚର୍ଯ୍ୟ ହେବେ ଯେ କଳା ଗୋଲମରିଚ ଠାରୁ ଏହା ଅଧିକ ଲାଭଦାୟକ ହୋଇଥାଏ। ଧଳା ଗୋଲମରିଚରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ, କେ, ସି ସମେତ ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫାଇବର ଓ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ମିନେରାଲ୍ସ ରହିଛି। ଏହା ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଏହାକୁ ରୁଟିନ୍‌ରେ ସାମିଲ କରିବା ଦ୍ୱାରା କି କି ଫାଇଦା ମିଳେ…

  • ଧଳା ଗୋଲମରିଚରେ ଭରପୂର ମାତ୍ରାରେ କାର୍ମିନିଟିଭ୍‌ ଗୁଣ ରହିଛି। ଏହା ପେଟର ଗ୍ୟାସ୍‌ ଦୂର କରିବା ସହ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ।

  • ଧଳା ଗୋଲମରିଚରେ ଫ୍ଲେବୋନଏଡ୍‌ ଓ ଭିଟାମିନ୍‌ ତଥା ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଯାହା ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ ରଖେ। ଫଳରେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ।
  • ଧଳା ଗୋଲମରିଚକୁ ଖଦଡ଼ା କରି ପେଷି ମୁହଁରେ ସ୍କ୍ରବ ଭଳି ଲଗାଇବା ଦ୍ୱାରା ତ୍ୱଚାର ମୃତ କୋଷିକା ବାହାରିଯାଏ। ଫଳରେ ତ୍ୱଚାରେ ଚମକ ବୃଦ୍ଧି ପାଏ।

  • ଓଜନ କମାଇବାରେ ମଧ୍ୟ ଧଳା ଗୋଲମରିଚ ସାହାଯ୍ୟ କରେ।

  • କେଶର ରୂପି ଦୂର କରିବାରେ ମଧ୍ୟ ଧଳା ଗୋଲମରିଚ ସାହାଯ୍ୟ କରିଥାଏ। ଏହାକୁ ଦହି ସହ ମିଶାଇ ମୁଣ୍ଡରେ ଲଗାନ୍ତୁ। ଅଧଘଣ୍ଟା ପରେ ଥଣ୍ଡା ପାଣିରେ ମୁଣ୍ଡକୁ ଧୋଇଦିଅନ୍ତୁ। ଧ୍ୟାନ ରଖିବେ ଯେପରି ଅଧଘଣ୍ଟାରୁ ଅଧିକ ସମୟ ମୁଣ୍ଡରେ ଏହି ମିଶ୍ରଣ ନ ରହେ।

  • ଧଳା ଗୋଲମରିଚରେ କ୍ୟାପ୍ସାଇସିନ୍‌ ନାମକ ତତ୍ତ୍ୱ ରହିଛି ଯାହା ଶରୀରକୁ ଗରମ ରଖେ। ଏଣୁ ଶୀତଦିନେ ଏହାର ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button