ମନୋରଞ୍ଜନ

ଦିନକୁ କରନ୍ତୁ ଆହୁରି ସ୍ପେଶାଲ, ଆଜି ପ୍ରସ୍ତୁତ କରନ୍ତୁ ‘ଆଳୁ ଅଣ୍ଡା କଟଲେଟ’

ସବୁବେଳେ କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ସବୁଦିନ ଗୋଟିଏ ପ୍ରକାର ଡିସ୍‌ ଖାଇଖାଇ ପାଟିର ସ୍ୱାଦ ବେକାର ହୋଇଗଲା ଭଳି ଲାଗିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ରେସିପି ଆଳୁ ‘ଅଣ୍ଡା କଟଲେଟ’। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ସିଝା ଆଳୁ ୪

-ରସ୍କ ବିଷ୍କୁଟ ୫ (ପାଉଡର ହୋଇଥିବା)

-ଲାଲ ଲଙ୍କା ପାଉଡର ୧ ଚାମଚ

-ପିଆଜ କଟା ହୋଇଥିବା

-ରିଫାଇନଡ୍‌ ଅଏଲ ୧ କପ୍‌

-ମ୍ୟାରିନେଟ ପାଇଁ ଫେଣ୍ଟା ହୋଇଥିବା ଅଣ୍ଡା

ଗାର୍ନିସ୍‌ ପାଇଁ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସିଝା ଆଳୁ, ପିଆଜ, ଲାଲ ଲଙ୍କା ପାଉଡର ଏବଂ ଧନିଆ ପତ୍ରକୁ ଏକ ପାତ୍ରରେ ରଖି ଭଲଭାବେ ମିକ୍ସ କରନ୍ତୁ।

ଏବେ ଏଥିରେ ଫେଣ୍ଟି ରଖିଥିବା ଅଣ୍ଡାକୁ ପକାଇ ଭଲଭାବେ ମିକ୍ସ କରନ୍ତୁ।

ଏବେ ଏହି ମିକ୍ସଚର ଦ୍ୱାରା ଛୋଟ ଛୋଟ ଗୋଳା ବନାନ୍ତୁ। ଏବେ ଏହି ଗୋଳାକୁ ନେଇ ଟିକ୍କିର ଆକାର ଦିଅନ୍ତୁ।

ଏବେ ଏହି ଟିକ୍କିକୁ ଫେଣ୍ଟି ରଖିଥିବା ଅଣ୍ଟାରେ ବୁଡାଇ ରସ୍କ ପାଉଡରରେ ରୋଲ କରନ୍ତୁ।

ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ଏଥିରେ ଟିକ୍କିକୁ ଛାଣନ୍ତୁ। ଏହା ଭଲ ଭାବେ ସୁନେଲୀ ରଙ୍ଗର ହୋଇଗଲା ପରେ କାଢ଼ି ଦିଅନ୍ତୁ।

ଏବେ ଆପଣଙ୍କର କଟଲେଟ୍‌ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button