ସ୍ୱାସ୍ଥ୍ୟ
ଏକ୍ସରସାଇଜ୍ କରିବା ବେଳେ ସ୍ପୋର୍ଟସ ବ୍ରା ନିଶ୍ଚୟ ପିନ୍ଧନ୍ତୁ, ନଚେତ୍ ଦେଖାଦେଇପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଫିଟ୍ନେସ୍କୁ ନେଇ ଏବେ ସମସ୍ତେ ଚିନ୍ତିତ। ଏଣୁ ରାତି ନ ପାହୁଣୁ ଉଭୟ ପୁରୁଷ ଓ ମହିଳାମାନେ ଏକ୍ସରସାଇଜ୍ କରିବାରେ ଲାଗିପଡ଼ୁଛନ୍ତି। କିଏ ଜିମ୍ ଯାଉଛି ତ ଆଉ କିଏ ପାର୍କରେ ଦଉଡ଼ୁଛି। ବର୍ତ୍ତମାନ ମହିଳାମାନେ ନିଜକୁ ସୁଡୋଲ ରଖିବାକୁ ଘଣ୍ଟା ଘଣ୍ଟା ଜିମ୍ରେ ବିତାଉଥିବା ଦେଖିବାକୁ ମିଳିଛି। ଯଦି ଆପଣ ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ ଏକ୍ସରସାଇଜ୍ କରୁଛନ୍ତି ତେବେ କେତେକ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଜିମ୍ ଯାଉଥିବା ମହିଳାମାନେ କେଉଁ ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ…

- ଏକ୍ସରସାଇଜ୍ କରିବା ବେଳେ କେବଳ ଡ୍ରେସ୍ ନୁହେଁ ଇନ୍ରେଓ୍ଵୟାର ପ୍ରତି ମଧ୍ୟ ବିଶେଷ ଯତ୍ନବାନ୍ ହେବା ଜରୁରୀ। ଏହାଦ୍ୱାରା ବଡି ସେପ୍ରେ ରହିପାରିବ। ନଚେତ୍ ଆପଣଙ୍କ ଫିଗର ସମେତ ବ୍ରେଷ୍ଟ ସାଇଜ୍ ଖରାପ ହୋଇପାରେ। ଏଣୁ ଏକ୍ସରସାଇଜ୍ କରିବା ବେଳେ ସ୍ପୋର୍ଟସ ବ୍ରା ପିନ୍ଧିବା ନିହାତି ଆବଶ୍ୟକ।
- ଓ୍ଵାର୍କ ଆଉଟ୍ ବେଳେ ସ୍ପୋର୍ଟସ ବ୍ରା ପିନ୍ଧିବା ଦ୍ୱାରା ଶରୀରକୁ ଆରାମ ମିଳେ। ଏହା ବ୍ରେଷ୍ଟ ବା ସ୍ତନକୁ ସପୋର୍ଟ ଦେଇଥାଏ। ଅଧିକ ହେଭି ଏକ୍ସରସାଇଜ୍ କରିବା ବେଳେ ସ୍ତନର ଚତୁଃପାର୍ଶ୍ୱର ଲିଗାମେଣ୍ଟ ଟାଣି ହୋଇଥାଏ। ଫଳରେ ଷ୍ଟ୍ରେଚ୍ ମାର୍କ ଦେଖାଦିଏ।

- ସ୍ପୋର୍ଟସ ବ୍ରା ନ ପିନ୍ଧିଲେ ବ୍ରେଷ୍ଟରେ ଅଧିକ ମୁଭମେଣ୍ଟ ହୁଏ। ଫଳରେ ବ୍ରେଷ୍ଟ ଢିଲା ହୋଇଯାଏ। ଏଣ ବ୍ରେଷ୍ଟକୁ ସେପ୍ରେ ରଖିବା ପାଇଁ ସ୍ପୋର୍ଟସ ବ୍ରା ପିନ୍ଧିବା ନିହାତି ଜରୁରୀ।
- ଅଧିକ ଓ୍ଵାର୍କ ଆଉଟ୍ କରିବା ଦ୍ୱାରା ଶରୀର ଉପରେ ଚାପ ପଡ଼ିଥାଏ। ଏହି ଚାପ ସମାନ ଅନୁପାତରେ ସ୍ତନ ଉପରେ ମଧ୍ୟ ପଡ଼େ। ଫଳରେ ପ୍ରବଳ କଷ୍ଟ ହୋଇଥାଏ। ଏଥିରୁ ରକ୍ଷା ପାଇବାକୁ ସ୍ପୋର୍ଟସ ବ୍ରା ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।



