ସ୍ୱାସ୍ଥ୍ୟ

ଶୀତ ଦିନେ ପିଅନ୍ତୁ ମନ୍ଦାର ଫୁଲର ଚା’, ଶରୀର ପାଇଁ ଖୁବ୍‌ ଲାଭଦାୟକ

ଅଧିକାଂଶ ଲୋକମାନେ ସକାଳୁ ଉଠିବା ମାତ୍ରେ ଗରମ ଗରମ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ବିଶେଷ ରୂପେ ଶୀତ ଦିନେ ଲୋକମାନଙ୍କର ଚା’ ବିନା ଦିନ ଆରମ୍ଭ ହୋଇନଥାଏ। କିଛି ଲୋକମାନେ ମଧ୍ୟ ଓଜନ କମ କରିବା ପାଇଁ ଗ୍ରୀନ ଟି ପିଇଥାନ୍ତି। କିନ୍ତୁ କେବେ ଆପଣ ମନ୍ଦାର ଫୁଲରେ ତିଆରି ହୋଇଥିବା ଚା’ ପିଇଛନ୍ତି। ମନ୍ଦାର ଫୁଲ ଚା’ ପିଇବାକୁ ଭଲ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କିପରି ଲାଭକାରୀ ହୋଇଥାଏ ମନ୍ଦାର ଫୁଲ ଚା’।

teaମନ୍ଦାର ଫୁଲର ଚା’ ବହୁତ ଜଲଦି ତିଆରି ହୋଇଯାଇଥାଏ। କାରଣ ଏଥିରେ ଚିନି କିମ୍ବା କ୍ଷୀର ପଡିନଥାଏ। ଏହି ଚା’ଓଜନ କମ କରିବା ସହ କୋଲେଷ୍ଟ୍ରଲ ଏବଂ ହୃଦୟ ରୋଗ କମ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଏହି ଚା’ ପିଇବା ଦ୍ୱାରା ତ୍ୱଚାରେ ସୌନ୍ଦର୍ଯ୍ୟ ଆସିଥାଏ।
ମନ୍ଦାର ଫୁଲ ଚା’ ରେ ଭିଟାମିନ, ମିନେରାଲ୍ସ , ଫାଇବର ଏବଂ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ସବୁଠାରୁ ଖାସ୍‌ କଥା ହେଉଛି ଏହି ଚା’ ପିଇବା ଦ୍ୱାରା ଚିନ୍ତା କମ ହୋଇଥାଏ। ଯାହା ଫଳରେ ମୁଣ୍ଡ ଶାନ୍ତ ରହିଥାଏ।

tea cupପ୍ରତ୍ୟେକ ଦିନ ଏକ କପ୍‌ ମନ୍ଦାର ଫୁଲର ଚା’ ପିଇବା ଦ୍ୱାରା ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ରହିଥାଏ। ଏହାବ୍ୟତୀତ ଏହି ଚା’ ପିଇବା ଦ୍ୱାରା କେବେ ଲିଭର ସମ୍ବନ୍ଧିୟ ସମସ୍ୟା ହୋଇନଥାଏ। ମନ୍ଦାର ଫୁଲ ଚା’ରେ ସୁଖିଲା ମନ୍ଦାର ଫୁଲର ପତ୍ର ପଡିଥାଏ, ଯାହା ଦ୍ୱାରା ଚା’ର ରଙ୍ଗ ନାଲି ହୋଇଯାଏ। ଏହି ଚା’ କୁ ଗରମ କିମ୍ବା ଥଣ୍ଡା ଦୁଇଟି ଉପାୟରେ ସେବନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button