ସ୍ୱାସ୍ଥ୍ୟ

କ୍ଷୀର ସହ ବାଦାମ ତେଲ ମିଶାଇ ପିଇଲେ ମିଳିବ ଜବରଦସ୍ତ ଫାଇଦା

କ୍ଷୀରରେ ବାଦାମ ତେଲ ମିଶାଇ ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ତେଲ କେଶ ଏବଂ ତ୍ୱଚା ପାଇଁ ଉତ୍ତମ ହେବା ସହ ଶରୀରକୁ ରୋଗରୁ ଦୂରେଇ ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ। ବାଦାମ ତେଲରେ ଭିଟାମିନ-ଇ, ପ୍ରୋଟିନ, କ୍ୟାଲସିୟମ, ଏମିନୋ ଫ୍ୟାଟ ଏସିଡ ପ୍ରଚୁର ମାତ୍ରାରେ ଥିବାରୁ ପାଚନ ପ୍ରକ୍ରିୟା ଭଲ ହୋଇଥାଏ। ଏହି କ୍ଷୀରକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ହାଡ ମଜବୁତ ହେବା ସହ ଇମ୍ୟୁନ ସିଷ୍ଟମ ମଜବୁତ୍‌ ହେବାରେ ସାହାଯ୍ୟ କରିଥାଏ। ତେବେ ଜାଣନ୍ତୁ କ୍ଷୀରରେ ବାଦାମ ତେଲ ମିଶାଇ ପିଇଲେ ଅନ୍ୟ କେଉଁ ସବୁ ଫାଇଦା ମିଳିଥାଏ।

aa-ଗୋଟିଏ ଗ୍ଲାସ କ୍ଷୀରରେ ୧ ଟେବୁଲ ସ୍ପୁନ ବାଦାମ ତେଲ ମିଶାଇ ପିଇବା ଦ୍ୱାରା ଏହା ତ୍ୱଚା କୁଞ୍ଚନ ହେବା, ବ୍ରଣ ଏବଂ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।

-ବାଦାମ ଏବଂ କ୍ଷୀରରେ ଭିଟାମିନ-ଇ, ଓମେଗା ଫ୍ୟାଟ ଏସିଡ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପ୍ରୋଟିନ ଆଦି ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ। ଯାହା କେଶ ଝଡିବା ବନ୍ଦ କରିବା ସହ ଲମ୍ବା, ଘନ କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା କେଶକୁ ପୋଷଣ ମିଳିଥାଏ। କେଶ ମଜବୁତ୍‌ ହେବା ସହ ସପ୍ଟ ମଧ୍ୟ ରହିଥାଏ।

almond--ସାଧାରଣତଃ କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ ଆଦି ମୁଖ୍ୟ ସ୍ରୋତ ଥିବାରୁ ଏହା ହାଡ ମଜବୁତ ହେବାରେ ସାହାଯ୍ୟ କରିଥାଏ। ବାଦାମ ତେଲରେ ମାଙ୍ଗାନିଜ୍‌, ଓମେଗା-୩ ଫ୍ୟାଟୀ ଏସିଡ ଥିବାରୁ ଏହା ହାଡ ଗ୍ରୋଥ ହେବାରେ ସାହାଯ୍ୟ କରିଥାଏ। ଏହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଆସ୍ଟିୟୋପୋରୋସିସ୍‌ ରୋଗ ଅର୍ଥାତ ଫ୍ୟାକ୍ଚର ହେବାର ଭୟ କମ ହୋଇଥାଏ।

-ଅଧିକାଂଶ ବୟସ୍କ ଲୋକମାନେ ବାଦାମ ଏବଂ କ୍ଷୀର ପିଇବାକୁ କହିଥାନ୍ତି। କାରଣ ଏହା ଆମ ସ୍ମରଣ ଶକ୍ତି ବଢାଇବାରେ ଲାଭକାରୀ ହୋଇଥାଏ। ବାଦାମରେ ରାଇବୋଫ୍ଲୋବିନ ଏବଂ ଏଲ-କାର୍ନିଟାଇନ ରହିଥାଏ, ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଏଥିସହ ଅଲ୍ଜାଇମର ରୋଗରୁ ରକ୍ଷା କରିଥାଏ।

milk-ଥଣ୍ଡା-କାଶ, ଭାଇରାଲ ଇନଫେକ୍ସନ୍‌ ହେଲେ କ୍ଷୀରରେ ବାଦାମ ତେଲ ମିଶାଇ ପିଇବା ଦ୍ୱାରା ମୁକ୍ତି ମିଳିଥାଏ। ଏହା ଶରୀରରେ ଇମ୍ୟୁନ ସିଷ୍ଟମ ବଢାଇଥାଏ। ରିସର୍ଚ୍ଚ ଅନୁଯାୟୀ ରାତିରେ ଗୋଟିଏ ଗ୍ଲାସ କ୍ଷୀରରେ ୧ ଟେବୁଲ ସ୍ପୁନ୍‌ ବାଦାମ ତେଳ ମିଶାଇ ପିଇବା ଦ୍ୱାରା ଥଣ୍ଡା-କାଶରୁ ମୁକ୍ତି ମିଳିଥାଏ।

-ଏହାକୁ ପିଇବା ଦ୍ୱାରା ପେଟ ଅଧିକ ସମୟ ପୂରିଲା ଭଳି ରହିଥାଏ। ଏହା ଓଭର ଡାଇଟିଂ ସମସ୍ୟାରୁ ରକ୍ଷା କରିଥାଏ। ଭୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଓଜନ ବଢିବା ସମସ୍ୟାରୁ ରକ୍ଷା ପାଇପାରିବେ।

almond-milk-ବାଦାମ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ୍‌ ହୋଇଥାଏ। ଏଥିରେ ପ୍ରୋଟିନ, ଫାଇବର, ପୋଟାସିୟମ ଏବଂ କ୍ୟାଲସିୟମ ଅଧିକ ଥିବାରୁ ଏହା ପେଟ ସମ୍ବନ୍ଧିୟ ସମସ୍ୟା ଯେପରି କବଜ, ଅପଚ ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button