ସ୍ୱାସ୍ଥ୍ୟ

ଏହି ବ୍ଲଡଗୃପ ଲୋକଙ୍କ ଠାରେ ଦେଖାଯାଇଥାଏ ସବୁଠାରୁ ଅଧିକ ହୃଦଘାତ ସମସ୍ୟା !

ଆଜିକାଲିର ମଣିଷ ମାନେ କୌଣସି ନା କୌଣସି ରୋଗରେ ପିଡିତ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଭୁଲ ଖାଦ୍ୟପେୟ ଇତ୍ୟାଦି। ଏମିତିରେ ଅଧତକାଂଶ ଲୋକଙ୍କୁ ହୃଦୟ ସମ୍ବଦ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ବ୍ଲଡ ଗୃପ ମଧ୍ୟ ହୃଦଘାତ ଆସିବାର ମୁଖ୍ୟ କାରଣ ହୋଇପାରେ।

heartଅନୁସନ୍ଧାନରୁ ଜଣାପଡିଛି ଓ ନେଗେଟିଭ ବ୍ଲଡଗୃପ ବ୍ୟକ୍ତିଙ୍କ ଠାରେ ହୃଦଘାତ ଅଧିକା ହେବାର ସମ୍ଭାବନା ଥାଏ। ବିଶେଷଜ୍ଞଙ୍କ ମତରେ ଏମିତି ହେବାର କାରଣ ଏ,ବି ଏବଂ ଏବି ବ୍ଲଡଗୃପରେ ରକ୍ତ ସଂଗ୍ରହ କରୁଥିବା ପ୍ରୋଟିନର ସ୍ତର ଅଧିକ ଥାଏ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି କାରଣ ଦ୍ବାରା ଏହା ଜଣାପଡିବ ଯେ କାହା ଉପରେ ହୃଦଘାତ ଅଧିକ ହେଉଥିବାର ଭୟ ଅଧିକ ରହିଥାଏ।ପ୍ରାୟ ୧୩ ଲକ୍ଷ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଉଛି।

heart attackଏହା ପୂର୍ବରୁ ହୋଇଥିବା ରିସର୍ଚ୍ଚରୁ ଜଣାପଡିଥିଲା ଯେ ଦୁର୍ଲଭ ବ୍ଲଡଗୃପ ଯଥା ଏବି ବ୍ଲଡଗ୍ରୁପର ବ୍ୟକ୍ତିଙ୍କ ଠାରେ ଏହି ସମସ୍ୟା ସବୁଠାରୁ ଅଧିକ ରହିଥାଏ। ବ୍ରିଟେନରେ ଓ ବ୍ଲଡଗୃପ ସବୁଠାରୁ ସ୍ବତନ୍ତ୍ର ଅଟେ। ଏମିତି ଲୋକଙ୍କର ସଂଖ୍ୟା ୪୮ ପ୍ରତିଶତ ଅଟେ।

ନେଦରଲ୍ୟାଣ୍ଡ ୟୁନିଭର୍ସିଟୀ ମେଡିକାଲ ସେଣ୍ଟରର ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ ସବୁ ବ୍ଲଡ ଗ୍ରୁପର ଜଡିତ ଥିବା ଭୟକୁ ଅଧ୍ୟୟନ କରିବା ଉଚିତ। ସେ କହିଲେ ଯେ ଆଗାମି ସମୟରେ ହୃଦଘାତରୁ ରକ୍ଷା ପାଇବାକୁ ହେଲେ କରାଯାଉଥିବା ଯାଞ୍ଚରେ ବ୍ଲଡଗୃପର ସୂଚନା ମଧ୍ୟ ସାମିଲ ହେବା ଆବଶ୍ୟକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button