ସ୍ୱାସ୍ଥ୍ୟ

ଆଳୁ ଖାଇବା ଦ୍ୱାରା କମେ ଓଜନ, ମାତ୍ର ଖାଇବାର ଉପାୟ ଜାଣିଲେ ହେଲା

ଅଧିକାଂଶ ଲୋକ ଭାବନ୍ତି ଯେ ଆଳୁ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। ଏଣୁ ଭୋଜନ ଥାଳିରୁ ସେମାନେ ଆଳୁକୁ ବାଦ୍‌ ଦେଇଥାନ୍ତି। କିନ୍ତୁ ସତରେ କ’ଣ ଆଳୁ ଖାଇବା ଦ୍ୱାରା ଓଜନ ବଢ଼େ! ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଆଳୁ ଖାଇବା ଦ୍ୱାରା ଓଜନ ବଢ଼େନି ବରଂ କମେ। ପତଳା କରିବାରେ ଆଳୁ ସାହାଯ୍ୟ କରେ। ଆମେରିକାର ୟୁନିଭର୍ସିଟି ଅଫ୍‌ ଲିଡସ୍‌ର ରିସର୍ଚ୍ଚରେ ଏହି କଥା ଜଣାପଡ଼ିଛି।

Related image

ଆଳୁରେ କାର୍ବୋହାଇଡ୍ରେଡ୍‌ ବ୍ୟତୀତ ପୋଷକ ତତ୍ତ୍ୱ ଓ ଫାଇବର ରହିଥାଏ, ଯାହା ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ। ଆଳୁରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଫ୍ରି-ରେଡିକଲ୍ସ ଯୋଗୁ ଶରୀର ଉପରେ ପଡ଼ୁଥିବା କୁପ୍ରଭାବରୁ ମୁକ୍ତି ଦିଏ। ଗୋଟିଏ ଆଳୁରେ ପ୍ରାୟ ୪୫ ପ୍ରତିଶତ ଭିଟାମିନ୍‌ ସି ରହିଛି। ଆଳୁ ଷ୍ଟ୍ରେସ୍‌ ହରମୋନ୍‌କୁ ରିଲିଜ୍‌ କରିବାକୁ ଦିଏ ନାହିଁ।

ଆଳୁରେ ଷ୍ଟାର୍ଚ, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଆଇରନ୍‌ ଓ ଜିଙ୍କ୍‌ ରହିଛି। ଆଳୁରେ ଥିବା କାର୍ବୋହାଇଡ୍ରେଡ୍‌ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ଛଣା ଆଳୁ ଖାଇବା ଦ୍ୱାରା ଓଜନ ବଢ଼ୁଥିବା ବେଳେ ଆଳୁକୁ ସିଝାଇ ଖାଇଲେ ଓଜନ କମେ ବୋଲି ରିସର୍ଚ୍ଚରେ ଜଣାଯାଇଛି।

 

ରିସର୍ଚ୍ଚ ମୁତାବକ, ଆଳୁକୁ ସିଝାଇ ଖାଇବା ଦ୍ୱାରା ଓଜନ କମିଥାଏ। ନଡ଼ିଆ ତେଲରେ ଆଳୁକୁ ରାନ୍ଧି ଖାଇବା ଦ୍ୱାରା ମଧ୍ୟ ଓଜନ ବୃଦ୍ଧି ହୁଏ ନାହିଁ ବୋଲି ଗବେଷକ କହିଛନ୍ତି। ଏଣୁ ଓଜନ କମ୍‌ କରିବାକୁ ଆଳୁକୁ ସିଝାଇ କିମ୍ବା ବେକ୍‌ କରି ଖାଇବାକୁ ଗବେଷକ ପରାମର୍ଶ ଦେଇଛନ୍ତି। ଆଳୁକୁ ଚିଜ୍‌, କ୍ରିମ୍‌ ସହ ନ ଖାଇ ବିନ୍ସ ଇତ୍ୟାଦି ସହ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button