ସ୍ୱାସ୍ଥ୍ୟ

ତତଲା ଖାଦ୍ୟ ଖାଇ ଜିଭ ପୋଡ଼ିଯାଇଛି କି? ତା’ହେଲେ ଆପଣାନ୍ତୁ ଏହି ୩ଟି ସରଳ ଉପାୟ, ପୁଣି ଦେଖନ୍ତୁ କମାଲ

ସାଧାରଣତଃ ଆମକୁ ଭୋକ ଲାଗିଲେ ଏବଂ ଅପେକ୍ଷା ନ କରିପାରିଲେ ଆମେ ଗରମ ବା ତତଲା ଖାଦ୍ୟ ଖାଇଦେଉ, ଯାହାଫଳରେ ଆମ ଜିଭ ପୋଡ଼ିଯାଏ। ଆଉ ଏହାପରେ କିଛି ବି ଖାଦ୍ୟ ଖାଇଲେ ଜିଭରେ ଜ୍ୱଳନ ହୋଇଥାଏ।

ଜିଭ ପୋଡ଼ିଯିବା ଖୁବ୍‌ ଯନ୍ତ୍ରଣାଦାୟକ। ଏଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ, ଯଦ୍ଦ୍ଵାରା ଆପଣ ମାତ୍ର ୧ ମିନିଟ୍‌ ଭିତରେ ଜିଭ ଜ୍ୱଳନରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କ’ଣ ସେ ସବୁ ଉପାୟ।

ji1

୧. ତତଲା ଖାଦ୍ୟ ଖାଇ ଜିଭ ପୋଡ଼ିଗଲେ ଥଣ୍ଡା ଦହି ସେବନ କରନ୍ତୁ। ଖାଇବା ସମୟରେ କିଛି ସମୟ ଦହିକୁ ଜିଭରେ ରଖନ୍ତୁ, ଏହା ଆପଣଙ୍କୁ ଆରାମ ଦେବ।

୨. ମହୁ ବ୍ୟବହାର କରନ୍ତୁ। ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ୍‌ ଏବଂ ଆଣ୍ଟିବାୟୋଟିକ୍‌ ଗୁଣ ଭରି ରହିଥାଏ। ତେଣୁ ଏହା ଜିଭ ଯନ୍ତ୍ରଣାରୁ ବହୁତ ଜଲ୍‌ଦି ମୁକ୍ତି ଦେଇଥାଏ। ଏହାଛଡ଼ା ଆପଣ ଚାହିଁଲେ ଦେଶୀ ଘିଅ ମଧ୍ୟ ଲଗାଇପାରିବେ।

ji3

୩. ଜିଭ ପୋଡ଼ିଗଲେ, ଆପଣ ପିପରମିଣ୍ଟ ମଧ୍ୟ ବ୍ୟବହାର କରିପାରିବେ। ଏହା ଜିଭକୁ ଥଣ୍ଡା ରଖିଥାଏ ଏବଂ ଆପଣଙ୍କ ଯନ୍ତ୍ରଣାକୁ ମଧ୍ୟ ଉପଶମ ଦେଇଥାଏ। ଏହାଛଡ଼ା ଆପଣ ଆଇସ୍‌ କ୍ୟୁବ୍‌ ମଧ୍ୟ ବ୍ୟବହାର କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button